Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କାଲି କେନ୍ଦ୍ର ବଜେଟ: ମୋଦିଙ୍କ ସହ ନବୀନଙ୍କ ସମ୍ପର୍କ ଭଲ ହୋଇଥିବାରୁ ଓଡିଶା ଆଶା କରୁଛି ବେଶ କିଛି…

4/07/2019 at 4:37 PM

ଭୁବନେଶ୍ବର୪|୭: କାଲି ଆସିବ କେନ୍ଦ୍ରୀୟ ବଜେଟ । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବଜେଟକୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାନ କରିବେ । ହେଲେ ବଜେଟରେ କଣ ଓଡିଶାକୁ ମିଳିବ ତାକୁ ନେଇ ଆରମ୍ଭ ହୋଇଛି ଆକଳନ ଓ ଚର୍ଚ୍ଚା । ବଜେଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଜ୍ୟକୁ ଅଧିକ ଅନୁଦାନ ଦାବି କରିଛନ୍ତି । ଏହା ଭିତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ରାଜନୈତିକ ସମୀକରଣ ବଦଳିଛି। ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଉଛି ରାଜ୍ୟ। ତେଣୁ ଆଶା କରାଯାଉଛି କେନ୍ଦ୍ର ବଜେଟରେ ଓଡିଶାକୁ ଭଲ ଭାଗ ମିଳିବ । …

କେନ୍ଦ୍ର ବଜେଟରୁ ଓଡିଶା ପାଇବ କଣ ? ଖଣି ରୟାଲିଟ ବୃଦ୍ଧି କଥା ଚିନ୍ତା କରିବେ କି କେନ୍ଦ୍ର ସରକାର ? ଯେଉଁ କେନ୍ଦ୍ରୀୟ ଯୋଜନା ବନ୍ଦ ହୋଇଯାଇଛି ତାହା ପୁଣି ଆରମ୍ଭ ହେବ କି ? ରେଳୱେ କ୍ଷେତ୍ରକୁ ବିଗତ ବର୍ଷ ତୁଳନାରେ କେତେ ଅଧିକ ଗୁରୁତ୍ବ ଦେବେ କେନ୍ଦ୍ର ସରକାର ? ଫୋନି ମହାବାତ୍ୟା କ୍ଷତି ଭରଣା ପାଇଁ ଚଳିତ ବଜେଟରେ  ଅର୍ଥ ବରାଦ ହେବ କି । ମୋଦି ସରକାର ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ଆସନ୍ତାକାଲି ଆଣିବେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ  । ତେଣୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓଡିଶା ପାଇଁ ତାଙ୍କ ପେଡିରେ କଣ ରଖିଛନ୍ତି ତାହା କାଲି ଜଣାପଡିବ । ବିଜେଡି ଓ କଂଗ୍ରେସର ଦାବି ଫୋନି ପାଇଁ ରାଜ୍ୟ ସରକାର ଯେଉଁ ୫ ହଜାର କୋଟି ଦାବି କରିଛନ୍ତି ତାହା ବଜେଟରେ ସ୍ଥାନ ପାଉ । ଏହା ସହ ରେଲୱେ ବଜେଟ ଆଖି ଦୃଷ୍ଟିଆ ବଢୁ । ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ମୋଦି ସରକାର ଓଡିଶାକୁ ଅଧିକ ଅର୍ଥ ବରାଦ କରି ବିକାଶର ଧାରାକୁ ତ୍ବରାନ୍ବିତ କରନ୍ତୁ ।

ନୀତି ଆୟୋଗ ଗଠନ ପରେ ୧୪ ତମ ଅର୍ଥ ଆୟୋଗ ଓଡିଶାକୁ କେନ୍ଦ୍ରୀୟ ଅନୁଦାନ ବଢାଇଛି । ଯଦି ବା କେତେକ ପ୍ରକଳ୍ପରୁ କେନ୍ଦ୍ର ଓହରି ଯାଇଛି ଏବଂ ଅନେକ ପ୍ରକଳ୍ପରେ କେନ୍ଦ୍ର ଶତପ୍ରତିଶତ ଅନୁଦାନ ସ୍ଥାନରେ ୬୦ ପ୍ରତିଶତକୁ କମାଇଛି ତଥାପି ୧୪ ତମ ଅର୍ଥ କମିଶନ ବିଗତ ବଜେଟ ଅପେକ୍ଷା ଅଧିକ ଅର୍ଥ ଓଡିଶାକୁ ଦେଇଛନ୍ତି । ହେଲେ ଖଣି ରୟାଲିଟ ବୃଦ୍ଧି ହେଉ ନଥିବାରୁ ଓଡିଶା ପାଖାପାଖି ୨୦ ହଜାର କୋଟି ହରାଉଛି ବୋଲି ସରକାର ଯୁକ୍ତି କରୁଛନ୍ତି । ସେପଟେ ବିଜେପିର କହିବା କଥା ଆଗଭଳି ଓଡିଶା ପ୍ରତି ଆଉ କେନ୍ଦ୍ର ଅବହେଳା ନାହିଁ । କେନ୍ଦ୍ର ବଜେଟରେ ଏଥର ଓଡିଶାକୁ ନିଶ୍ଚିତ ଗୁରୁତ୍ବ ମିଳବ । ବେକାରୀ ଓ କୃଷି ଉପରେ କେନ୍ଦ୍ରସରକାର ଅଧିକ ଗୁରୁତ୍ବ ଦେବେ ବୋଲି ଆମର ଆଶା । ସେପଟେ ବିଶେଷଜ୍ଞଙ୍କ ଯୁକ୍ତି କେନ୍ଦ୍ର ସରକାର ବଜେଟ ଆଣିବାରେ ଏଥର ଅନେକ ଚ୍ୟାଲେଞ୍ଜ ରହିଛି । ଆର୍ଥିକ ଅଭିବୃଦ୍ଧିକୁ ବଢାଇବା, ନିଯୁକ୍ତି ସୃଷ୍ଟି କରିବା ସହ କୃଷିକୁ ଗୁରୁତ୍ବ ଦେଇ ବଜେଟ ଆଣିବା ନିଷ୍ପତ୍ତି ଚ୍ୟାଲେଞ୍ଜ ରହିବ ।

ଆଶା କରାଯାଉଛି ନିର୍ମଣା ସୀତାରମଣ ଓଡିଶାବାସୀଙ୍କ ଆଶା ଓ ଆକାଂକ୍ଷାଙ୍କୁ ପୂରଣ କରିବା ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରିବେ ।

   Related Posts