Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଲା ଓଡିଶା; ରାଜ୍ୟରେ ୨ କୋଟିରୁ ଉର୍ଦ୍ଧ୍ବ ଲୋକ ନେଲେଣି ପ୍ରଥମ ଡୋଜ୍‌ ଭ୍ୟାକସିନ

17/09/2021 at 5:35 PM

ଭୁବନେଶ୍ବର ୧୭/୦୯ : ରାଜ୍ୟରେ କୋଭିଡ୍‌ ଟିକାକରଣ ଦ୍ରୁତଗତିରେ ଜାରି ରହିଛି । ସଂକ୍ରମଣକୁ ରୋକିବା ଦିଗରେ ଟିକାକରଣ ହିଁ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ କହୁଥିବା ବେଳେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡିଶା । ରାଜ୍ୟରେ ୨ କୋଟି ଲୋକ କରୋନାର ପ୍ରଥମ ଡୋଜ ଟିକା ନେଇସାରିଲେଣି ।

ରାଜ୍ୟର ସ୍ବାସ୍ଥ୍ୟ କର୍ମୀଙ୍କ କଠୋର ପରିଶ୍ରମ ଏବଂ ପ୍ରତିଶ୍ରୁତିବଦ୍ଧତା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହା ସହିତ ରାଜ୍ୟବାସୀଙ୍କ ଅକୁଣ୍ଠ ସହଯୋଗ ଦ୍ବାରା ଟିକାକରଣ ଜାରି ରହିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨ କୋଟି ୬୭ ଲକ୍ଷରୁ ଉର୍ଦ୍ଧ୍ବ ଟିକାକରଣ ସରିଛି । ଆଗାମୀ ଦିନରେ ରାଜ୍ୟ​‌ରେ ଟିକାକରଣ ଆହୁରି ତ୍ବରାନ୍ବିତ କରାଯିବ ନେଇ ସୂଚନା ଜାରି ହୋଇଛି ।

   Related Posts