Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ଅନ୍ୟ ରାଜ୍ୟରୁ ଶ୍ରମଜୀବୀଙ୍କୁ ଆଣିବା ବାବଦରେ ଇଷ୍ଟକୋଷ୍ଟ ରେଲୱେକୁ ସାଢେ ୫ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ ଅର୍ଥ

23/05/2020 at 2:32 PM

ଭୁବନେଶ୍ବର ୨୩।୫: ରାଜ୍ୟ ସରକାର ଇଷ୍ଟକୋଷ୍ଟ ରେଲୱେକୁ ସାଢେ ୫ କୋଟି ଟଙ୍କା ଅର୍ଥ ରାଶି ପ୍ରଦାନ କରିବେ । ବାହାର ରାଜ୍ୟରେ ଅଟକିଥିବା ଶ୍ରମିକଙ୍କୁ ଟ୍ରେନରେ ଆଣିବା ବାଦବରେ ଏହି ଦେୟ ଭରଣା କରାଯିବ । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଏହି ଅର୍ଥ ଦିଆଯିବ । ଟ୍ରେନରେ ପ୍ରବାସୀ ଶ୍ରମିକଙ୍କ ଯାତାୟତ ଖର୍ଚ୍ଚ ବାବଦରେ କେନ୍ଦ୍ର ସରକାର ୮୫ ପ୍ରତିଶତ ଏବଂ ରାଜ୍ୟ ସରକାର ୧୫ ପ୍ରତିଶତ ଅର୍ଥ ଭରଣା କରିବେ । ଏହି କ୍ରମରେ ଓଡିଶା ତାର ଅଂଶ ସାଢେ ୫ କୋଟି ଟଙ୍କା ଇଷ୍ଟକୋଷ୍ଟ ରେଲୱେକୁ ଦେଇଛି ।

ସୂଚନାଯୋଗ୍ୟ ଯେ, କରୋନା ବିସ୍ତାରକୁ ରୋକିବାକୁ ଦେଶବ୍ୟାପୀ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା । ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିରହିଥିଲେ ପ୍ରବାସୀ ଓଡିଆ। ଗୁଜୁରାଟ, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଆଦି ଅଞ୍ଚଳରୁ ପ୍ରବାସୀମାନେ ଫସି ରହିଥିଲେ । ତେବେ ସେମାନଙ୍କୁ ସେଠାରୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ । ଟ୍ରେନ୍ ଏବଂ ବସ୍ ଯୋଗେ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡିଆମାନେ ରାଜ୍ୟକୁ ଫେରୁଛନ୍ତି ।

ରାଜ୍ୟର ଭଦ୍ରକ, ବାଲେଶ୍ବର, ରାୟଗଡା, ବ୍ରହ୍ମପୁର, ଖୋର୍ଦ୍ଧା ଆଦି ଅଞ୍ଚଳକୁ ଟ୍ରେନ୍ ଯୋଗେ ପ୍ରବାସୀମାନେ ଫେରିଛନ୍ତି । ପ୍ରବାସୀମାନଙ୍କ ପାଇଁ ଆଇସୋଲେସନ ଏବଂ କ୍ବାରେଣ୍ଟାଇନ୍ ବାଧ୍ୟତମୂଳକ କରାଯାଇଥିଲା । ସେମାନଙ୍କୁ ନିଜ ନିଜ ଅଞ୍ଚଳରେ କ୍ବାରେଣ୍ଟାଇନ୍ ରେ ରଖାଯାଇଛି ।

   Related Posts