ଆଇଏଏସ୍ ସ୍ତରରେ ଅଦଳବଦଳ ; ଶାଶ୍ବତ ମିଶ୍ର ହେଲେ ଉଚ୍ଚ ଶିକ୍ଷା ସଚିବ, କ୍ରିଷନ୍ କୁମାରଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ବ

Published By : Prameya-News7 Bureau | March 03, 2019 IST

ଭୁବନେଶ୍ବର ୩|୩ : ଆଇଏଏସ୍ ସ୍ତରରେ ଅଦଳବଦଳ ହୋଇଛି । ଶାଶ୍ବତ ମିଶ୍ରଙ୍କୁ ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ବ ଦିଆଯାଇଛି । ଏହାପୂର୍ବରୁ ସେ କମର୍ସିଆଲ ଟ୍ୟାକ୍ସ କମିଶନର ପଦରେ ଥିଲେ । କ୍ରିଷନ୍ କୁମାରଙ୍କୁ ପୂର୍ତ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେ ପୂର୍ବରୁ ସମବାୟ ବିଭାଗର ସଚିବ ଥିଲେ । ପ୍ରଶାନ୍ତ ସେନାପତି ରାଜସ୍ବ ବୋର୍ଡର ସଚିବ ହୋଇଛନ୍ତି । ସେ ପୂର୍ବରୁ ମତ୍ସ୍ୟ ନିର୍ଦ୍ଦେଶକ ପଦରେ ଥିଲେ ।

ସେହିପରି ରତ୍ନାକର ରାଉତଙ୍କୁ ମତ୍ସ୍ୟ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ସେ ଥିବା ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ନିର୍ଦ୍ଦେଶକ ପଦରେ ମଧ୍ୟ ରହିବେ । ବଲୱନ୍ତ ସିଂହଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ସେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ପଦରେ ଥିଲେ । ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ବୈଧ ମାପ ବିଜ୍ଞାନର ନିୟନ୍ତ୍ରକ ଦାୟିତ୍ବ ଦିଆଯାଇଛି ।  ଏଥିସହ ସେ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଦାୟିତ୍ବରେ ମଧ୍ୟ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.