ଅମାନିଆ ସାବଧାନ ! କ​‌ଠୋର ହେଉଛନ୍ତି ରାଜ୍ୟ ସରକାର, ୨୪ ଘଣ୍ଟାରେ ୨୫ ଲକ୍ଷ ୭ ହଜାର ଟଙ୍କାର ଫାଇନ ଆଦାୟ

Published By : Prameya-News7 Bureau | April 08, 2021 IST

କଟକ ୦୮/୦୪ : କୋଭିଡ୍‌ ନିୟମ ଉଲ୍ଲଂଘନକାରୀ ସାବଧାନ ! ରାଜ୍ୟରେ କରୋନା ସ୍ଥିତି ବିଗିଡିଥିବା ବେଳେ ଏବେ କଠୋର ହୋଇଛନ୍ତି ରାଜ୍ୟ ସରକାର । ଅମାନିଆଙ୍କୁ ସାବାଡ କରିବାକୁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍‌ । ଏହି କ୍ରମରେ ରାଜ୍ୟରେ କଠୋର ହୋଇଛି ପୋଲିସ । ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଛନ୍ତି ୯,୪୦୦ ଜଣ । ଅମାନିଆଙ୍କ ଠାରୁ ଆଦାୟ ହୋଇଛି ମୋଟ ୨୫ ଲକ୍ଷ ୭ ହଜାର ୯୦୦ ଟଙ୍କା । ଏ ନେଇ କଟକ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପୋଲିସ ପକ୍ଷରୁ ରାଜ୍ୟରେ ଚେକିଂ କଡାକଡି କରାଯାଇଛି । ଚେକିଂ ପାଇଁ ମୋଟ ୧୩୬ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ପୋଲିସ ପକ୍ଷରୁ ଏହି ସ୍ପେଶାଲ ଡ୍ରାଇଭ ୧୦ ଦିନ ଯାଏଁ ଜାରି ରହିବ ବୋଲି ପୂର୍ବରୁ ଘୋଷଣା ହୋଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.