ବୁର୍ଲା ଭିସୁଟରେ ଆନ୍ଦୋଳନରତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | August 10, 2019 IST

ସମ୍ବଲପୁର ୧୦|୮: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଟେକ୍ନିକାଲ ୟୁନିଭରସିଟିରେ ଅଧ୍ୟାପକ ଅଶାନ୍ତି। ଗତ ମାସ ୧୭ତାରିଖରୁ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କୁ କାର୍ଯ୍ୟରୁ ବହିଷ୍କାର ଦାବି କରି, ଅଧ୍ୟାପକ, ସହକାରୀ ପ୍ରଫେସର, ପ୍ରଫେସର ଆନ୍ଦୋଳନ କରି ଆସୁଥିଲେ।

{"id":142865}

ହେଲେ ଆଜି କୁଳପତି ପ୍ରଫେସର ଅଟଳ ଚୈଧୁରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଆନ୍ଦୋଳନରତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୋଟିସ୍‌ ଜାରି କରାଯାଇଛି। ସେଥିରେ ପ୍ରଫେସର ପୁଷ୍ପରାଜ ଦାସଙ୍କୁ କାର୍ଯ୍ୟରୁ ବହିଷ୍କାର ନିର୍ଦ୍ଦେଶନାମା ଦିଆଯାଇଥିବା ବେଳେ, ସହକାରୀ ପ୍ରଫେସର ଡକ୍ଟର ପାଣ୍ଡବ ପାତ୍ର ଓ ସହକାରୀ ପ୍ରଫେସର ଡକ୍ଟର ପ୍ରଦୀପ୍ତ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

{"id":142866}

ସେହିପରି ଅନ୍ୟ ୧୫ଜଣଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ନେଇ, ସୋ-କଜ୍‌ ନୋଟିସ୍‌ ଜାରି କରାଯାଇଛି। ଏଭଳି କାର୍ଯ୍ୟାନୁଷ୍ଠାନକୁ ଆନ୍ଦୋଳନରତ ଅଧ୍ୟାପକମାନେ ନାପସନ୍ଦ କରିବା ସହ, ଏହା ବିରୋଧରେ ଅଦାଲତର ଆଶ୍ରୟ ନେବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.