ଆନ୍ଦୋଳନରତ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ ; ବିନା ଅନୁମତିରେ କାମ ବନ୍ଦ କଲେ ଦରମା କାଟ୍ ହେବ
27/09/2018 at 9:57 AM

ଭୁବନେଶ୍ବର ୨୭|୯: ଆନ୍ଦୋଳନରତ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ । ବିନା ଅନୁମତିରେ କାମ ବନ୍ଦ କଲେ ଦରମା କାଟ୍ ହେବ । କାମ ନାହିଁ ତ ଦରମା ନାହିଁ ନିୟମ ଲାଗୁ କରିବେ ସରକାର । ପ୍ରଥମ ପର୍ଯ୍ୟାୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଏହି ନିୟମ ଲାଗୁ ହେବ । କଲମଛାଡ ଆନ୍ଦୋଳନ କରୁଥିବା କର୍ମଚାରୀଙ୍କ ଉପରେ ଏହି ନିୟମ ଲାଗୁ ହେବ ବୋଲି ସୂଚନା ମିଳିଛି । ୬ ଦଫା ଦାବି ନେଇ ଦେଢ଼ ମାସ ହେଲା ଶିକ୍ଷକଙ୍କ ଆନ୍ଦୋଳନନ ଜାରି ରହିଛି । କ୍ୟାଡର୍ ପୁନର୍ଗଠନ ଦାବିରେ ୪୦ ଦିନ ହେଲା ଧାରଣାରେ ବସିଛନ୍ତି ନଅ-ତାଲାର ଅମଲାମାନେ । ସେହିଭଳି ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଚଳାଇଥିବା ବେଳେ ଓକିଲଙ୍କ ଜିଦ୍ କୁ ଦେଖି ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଲାଣି ରାଜ୍ୟ ହାବିଲଦାର କନଷ୍ଟେବଲ ମହାସଂଘ । ଏପଟେ କିନ୍ତୁ ଜରୁରିକାଳୀନ ସେବା ପାଇବାରୁ ସାଧାରଣ ଲୋକେ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ତେବେ ସରକାରଙ୍କ ଗାଇଡ ଲାଇନ ଆନ୍ଦୋଳନକାରୀ ସରକାରୀ କର୍ମଚାରୀଙ୍କ ଉପରେ କି ପ୍ରଭାବ ପଡୁଛି । ତାହା ଉପରେ ସମସ୍ତଙ୍କ ନଜର ରହିଛି।