Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଚେନ୍ନାଇରେ ରହୁଥିବା ପ୍ରବାସୀ ଓଡ଼ିଆ ପିଲାଙ୍କୁ ଓଡ଼ିଆ ଶିକ୍ଷା ଦେବା ପାଇଁ ବେସରକାରୀଭାବେ ଚାଲିଛି ଆମ ଚାଟଶାଳୀ, ଅନଲାଇନ ପରୀକ୍ଷା ବନ୍ଦ କରିଦେଇଛନ୍ତି ଓଡିଶା ସରକାର

15/09/2019 at 5:49 PM

ଚେନ୍ନାଇ (ରଞ୍ଜନ ଆଚାର୍ଯ୍ୟ) ୧୫|୯: ବିଭିନ୍ନ ସମୟରେ ଦେଖାଯାଉଛି ବାହାର ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପିଲାମାନେ ଓଡ଼ିଆ ଶିଖି ପାରୁନାହାନ୍ତି । ଇଂଲିସ୍‌ ଏବଂ ହିନ୍ଦିର ବହୁଳ ବ୍ୟବହାର ସେମାନଙ୍କୁ ମାତୃଭାଷା ଠାରୁ ଦୂରେଇ ନେଉଛି । ହେଲେ ଚେନ୍ନାଇରେ ରହୁଥିବା କିଛି ପ୍ରବାସୀ ଓଡ଼ିଆ ସେମାନଙ୍କ ପିଲାମାନଙ୍କୁ ଓଡ଼ିଆ ଶିକ୍ଷା ଦେବାକୁ ଖୋଲିଛନ୍ତି ଆମ ଚାଟଶାଳୀ । ସପ୍ତାହକୁ ୨ଦିନ ଅର୍ଥାତ୍‌ ପ୍ରତି ଶନିବାର ଓ ରବିବାର ସେଠାରେ ପିଲାମାନଙ୍କୁ ମାଗଣାରେ ଓଡ଼ିଆ ଶିକ୍ଷା ଦିଆଯାଉଛି ।

ଉଚ୍ଚ ହେବା ପାଇଁ କର ଯେବେ ଆଶା । ଉଚ୍ଚ କର ଆଗେ ନିଜ ମାତୃଭାଷା । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଏଇ ପଦକ କଥା ମାତୃଭାଷାର ମର୍ଯ୍ୟାଦା ପ୍ରତିପାଦନ କରେ । ଆଉ ଯେତେ ଭାଷା ଶିଖିଲେ ବି କିଛି ଅସୁବିଧା ନାହିଁ, ହେଲେ ନିଜ ମାତୃଭାଷାର ମହତ ରଖିବା ଦରକାର । ଯାହାକୁ ବୁଝିଛନ୍ତି ଚେନ୍ନାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ।

ମାତୃଭାଷାର ମହତ ରଖିବାକୁ ହିନ୍ଦି ଇଂଲିସରେ ପାଠ ପଢ଼ୁଥିବା ନିଜ ପିଲାମାନଙ୍କୁ ସପ୍ତାହ​‌ରେ ଦୁଇ ଦିନ ଓଡ଼ିଆ ଶିଖାଇବାକୁ ପ୍ରୟାସ ଜାରି ରଖିଛନ୍ତି । ୬ବର୍ଷ ହେଲାଣି ସେମାନେ ‘ଆମ ଚାଟଶାଳୀ’ ନାଁରେ ଏକ ଅନୁଷ୍ଠାନ କରି ପ୍ରତି ଶନିବାର ଓ ରବିବାର ପିଲାମାନଙ୍କୁ ମାଗଣାରେ ଓଡ଼ିଆ ଶିକ୍ଷା ଦେଉଛନ୍ତି । ଏଥି ସହ ସେଠାରେ ଓଡ଼ିଶୀ ନୃତ୍ୟଗୀତର ମଧ୍ୟ ଶିକ୍ଷା ଦିଆ ଯାଉଛି ।

ପୂର୍ବରୁ ଏହି ଅନୁଷ୍ଠାନରେ ବର୍ଷ ଶେଷରେ ଏକ ଅନଲାଇନ୍‌ ପରୀକ୍ଷା କରାଯାଇ ପିଲାମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରାଯାଉଥିଲା । ହେଲେ ଗଲା ୨ବର୍ଷ ହେଲା ଏହି ପରୀକ୍ଷାକୁ ବନ୍ଦ କରିଦେଇଛନ୍ତି ଓଡ଼ିଶା ସରକାର । ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ସରକାରଙ୍କୁ ଅନୁରୋଧ  କରିଛନ୍ତି ଆମ ଚାଟଶାଳୀ ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରମାନେ ।  

ସେପଟେ ଏହି ଅନୁଷ୍ଠାନର ପରିଚାଳନା ନେଇ ଆର୍ଥିକସ୍ତରରେ କିଛିଟା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହାର ପରିଚାଳକ । ତେଣୁ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଗୁରୁତ୍ବ ଦେଉଥିବା ଓଡ଼ିଶା ସରକାରଙ୍କ ଠାରୁ ଆମ ଚାଟଶାଳୀ ଅନୁଷ୍ଠାନ ପାଇଁ କିଛି ଅନୁଦାନ ଆଶା କରୁଛନ୍ତି ।

   Related Posts