Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନାହାନ୍ତି ରୋଗୀ, ବନ୍ଦ ହେବ କୋଭିଡ୍‌ କେୟାର ସେଣ୍ଟର, ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ

14/09/2020 at 7:10 PM

ଭୁବନେଶ୍ବର ୧୪/୦୯: ବନ୍ଦ ହେବ ରାଜ୍ୟର ସମସ୍ତ କୋଭିଡ କେୟାର ସେଣ୍ଟର। ସମସ୍ତ ଜିଲ୍ଲାରେ ଥିବା ଅସ୍ଥାୟୀ ମେଡିକାଲ୍‌ ସେଣ୍ଟର ଓ କୋଭିଡ୍‌ କେୟାର ସେଣ୍ଟର ବନ୍ଦ ପାଇଁ ସରକାର ନଷ୍ପତ୍ତି ନେଇଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳକଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା ସମେତ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କୋଭିଡ୍‌ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତ ଏହିଠାରେ ଚିକିତ୍ସିତ ହୋଇପାରିବେ । ତେବେ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କୋଭିଡ୍‌ କେୟାର ସେଣ୍ଟରରେ ରୋଗୀ ନଥିବାରୁ ଏହିସବୁ ସେଣ୍ଟରକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ପ୍ରବାସରୁ ଫେରୁଥିବା ବ୍ୟକ୍ତି, ପ୍ରବାସୀ ଶ୍ରମିକମାନେ କୋଭିଡ କେୟାର ସେଣ୍ଟରରେ ରହୁଥିଲେ। ପରେ କୋଭିଡ ପରୀକ୍ଷା ହେବା ପରେ ସେମାନଙ୍କୁ ଘରକୁ ଫେରିବାକୁ ଅନୁମତି ମିଳୁଥିଲା। କିନ୍ତୁ ପାଖାପାଖି ୬ ମାସ ପରେ କରୋନା ମହାମାରୀର ପ୍ରକୋପ କମିବାର ନାଁ ଧରୁନଥିବା ବେଳେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି। ସରକାରୀ ଗାଇଡଲାଇନ୍‌ ଅନୁସାରେ କରୋନା ପଜିଟିଭ୍‌ ଚିହ୍ନଟ ହେଲେ ମଧ୍ୟ ନିଜ ଘରେ ପୃଥକବାସରେ ରହିପାରିବେ।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେ​‌ଳେ ଦେଶରେ କିନ୍ତୁ କରୋନା କଟକଣା କୋହଳ କରାଯାଇଛି। ଏହାକୁ ଲକ୍ଷ୍ୟରେ ରଖି ଲୋକମାନେ କରୋନା ନିୟମ ପାଳନ କରିବା ସହ ନିଜ କର୍ତବ୍ୟସ୍ଥଳକୁ ଯାଉଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଥିବା ବେଳେ କରୋନା ଆକ୍ରାନ୍ତ ନିଜ ଘରେ ପୃଥକବାସରେ ରହି ଚିକିତ୍ସିତ ହୋଇପାରୁଛନ୍ତି। ତେଣୁ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କୋଭିଡ୍‌ କେୟାର ସେଣ୍ଟରରେ ରୋଗୀ ଆସୁନଥିବା ଜଣାପଡ଼ିଛି । ଏବେ ଏହିସବୁ ସେଣ୍ଟରକୁ ବନ୍ଦ କରିବା ଦ୍ବାରା ଖର୍ଚ୍ଚ ବନ୍ଦ ହୋଇପାରିବ ବୋଲି ସୂଚନା ମିଳିଛି ।

   Related Posts