ରାଜ୍ୟ ସରକାର ଆଣିଲେ ଚିଠା କୃଷିନୀତି ୨୦୧୯ : କାଳିଆ ଯୋଜନା ୫ ବର୍ଷ ଚାଲିବ, ଅର୍ଥକାରୀ ଫସଲ ଉପରେ ଗୁରୁତ୍ବ, ବିରୋଧୀ ଦେଲେ ଏମିତି ଟିପ୍ପଣୀ…

Published By : Prameya-News7 Bureau | August 09, 2019 IST

ଭୁବନେଶ୍ବର ୯|୮: ରାଜ୍ୟ ସରକାର ଆଣିଲେ ଚିଠା କୃଷିନୀତି ୨୦୧୯ । ଚାଷୀଙ୍କ ଆୟ କିଭଳି  ବଢ଼ିବ, କୃଷି କ୍ଷେତ୍ରରେ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଉତ୍ପାଦନ କିଭଳି ବୃଦ୍ଧି ପାଇବ ଏବଂ ତାର ମାର୍କେଟିଙ୍ଗ କିଭଳି କରାଯିବ ସେନେଇ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ସରକାର ।  ପଶୁପାଳନ, ମାଛଚାଷ, କୁକୁଡା ଚାଷ, ଉଦ୍ୟାନକୃଷି ଆଦି ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରି ଅଧିକ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ।

{"id":142650}

ତେବେ କାଳିଆ ଯୋଜନା ସଂପର୍କରେ ଚିଠା କୃଷିନୀତିରେ ସରକାର ଯେଉଁ ତଥ୍ୟ ରଖିଛନ୍ତି ତାହା ଦ୍ବନ୍ଦ୍ବ ସୃଷ୍ଟିକରିଛି ।  ଚିଠା କୃଷିନୀତିରେ ସରକାର କହିଛନ୍ତି, କାଳିଆ ଟଙ୍କା କଣ ପାଇଁ ସରକାର ଦେଇଛନ୍ତି ତାର ଉଦ୍ଦେଶ୍ୟ ସଂପର୍କରେ କିଛି ଲିଖିତ ତଥ୍ୟ ନାହିଁ । ଏମିତିକି କାଳିଆ ଟଙ୍କା ଯେଉଁ କ୍ଷୁଦ୍ରଚାଷୀଙ୍କୁ ଦିଆଯାଇଛି ସେଥିପାଇଁ ସରକାର କିଛି ସର୍ତ୍ତ ରଖିନାହାଁନ୍ତି ।

{"id":142651}

ଚିଠା କୃଷିନୀତି କାଳିଆ ଯୋଜନା ଉପରୁ ଯେଉଁ ପରଦା ହଟାଇଛି ତାହା ଆଗକୁ ସରକାରଙ୍କ ପାଇଁ ଅଡୁଆ ବଢାଇବ ବୋଲି ଆଲୋଚନା ହେଉଛି । ସେହିଭଳି କାଳିଆ ଯୋଜନାକୁ ୫ ବର୍ଷ ପର୍ଯ୍ୟନ୍ତ ଚାଲୁ କରିବାକୁ ଚିଠା କୃଷିନୀତିରେ ପ୍ରସ୍ତାବ ଦିଆଯାଇଛି ।

{"id":142652}

ଏବେ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଛି । ବିରୋଧିଙ୍କ ଯୁକ୍ତି ସରକାର ପୁଣି ଏକ ନୂଆ କୃଷିନୀତି ଆଣିଲେ କଣ ହେବ, ଚାଷୀଙ୍କ ସ୍ଥିତି ସୁଧୁରିବ ନାହିଁ ।  ଯେଉଁଠି ସରକାର ଜମିକୁ ପାଣି ଯୋଗାଇ ପାରୁନାହାଁନ୍ତି, ୨୦ ବର୍ଷରେ ୩୫ ପ୍ରତିଶତ ଜମିକୁ ପାଣି ନାହିଁ ସେଠି ନୂଆ କୃଷିନୀତି କେଉଁ କାମକୁ । ଏହାବାଦ୍ କାଳିଆ ଭଳି ଯୋଜନାର ସଫଳତା ଉପରେ ବି ବଡ ପ୍ରଶ୍ନଚିହ୍ନ ଆଙ୍କିଛନ୍ତି ବିରୋଧି । ଯଦି ସବୁ ସ୍କିମ ଦଳୀୟ ଭିତ୍ତିରେ ବଣ୍ଟା ଯାଏ ତାହାଲେ ପ୍ରକୃତ ହିତାଧିକାରୀ କିଭଳି ଉପକୃତ ହେବେ ବୋଲି ବିରୋଧି ପ୍ରଶ୍ନ କରିଛନ୍ତି ।

{"id":142653}

 ସରକାର ନୂଆ କୃଷିନୀତି ଆଣିବା ପୂର୍ବରୁ ଚିଠା କୃଷିନୀତି ୧୦୧୯ କୁ ପ୍ରକାଶ କରିଛନ୍ତି । ୨୦୧୫-୧୬ ଆକଳନ ଅନୁଯାଇ ଚାଷୀଙ୍କ ଆୟ ମାସକୁ ୭୭୩୧ ଟଙ୍କା ରହିଛି । ଯାହାକି ଜାତୀୟ ହାରଠୁ ୧୨୦୦ ଟଙ୍କା କମ୍ । ତେଣୁ କୃଷକଙ୍କ ଆୟ ବଢାଇବାକୁ ନୂଆ ନୀତିରେ ଧାନ ସହିତ ଅନ୍ୟାନ୍ୟ ଆୟକାରୀ ଫସଲ ଓ ପନିପରିବା ଚାଷ ଠାରୁ କୁକୁଡା ଚାଷ, ମାଛ ଚାଷ, ଗୋପାଳନ ଆଦି ଉପରେ ଅଧିକ ଫୋକସ କରୁଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.