ଦିନକ ପରେ କୋଭିଡ଼ ଟିକାକରଣ, ଏସ୍‌ଏମ୍‌ଏସ୍‌ ଜରିଆରେ ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ସୂଚନା, କେତେବେଳେ ଏବଂ କେଉଁଠି ନେବେ ଟିକା

Published By : Prameya-News7 Bureau | January 14, 2021 IST

ଭୁବନେଶ୍ୱର ୧୪।୦୧ : ଆଉ ଗୋଟିଏ ଦିନ ପରେ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହେବ । ଏଥିଲାଗି ମଧ୍ୟ ସମସ୍ତପ୍ରକାର ପ୍ରସ୍ତୁତ ସରିଛି । ତେବେ ଟିକାକରଣ ପାଇଁ ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କେତେବେଳେ ଏବଂ କେଉଁଠି ଟିକା ଦିଆଯିବା । ସେନେଇ ସେମାନଙ୍କ ନିକଟରୁ ଏସ୍‌ଏମ୍‌ଏସ୍‌ ଜରିଆରେ ସୂଚନା ଦିଆଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼ଃ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କେତେବେଳେ ଏବଂ କେଉଁଠି ଟିକା ନେବେ । ସେନେଇ ଏସଏମଏସ ମାଧ୍ୟମରେ ସୂଚନା ଦିଆଯିବ । ଟିକାକରଣ କାର୍ଯ୍ୟକ୍ରମରେ ଟୀକା ପ୍ରଦାନକାରୀଙ୍କୁ ମଧ୍ୟ ଏସଏମଏସ ଦ୍ୱାରା ସୂଚନା ଦିଆଯିବ । କିଏ କେଉଁଠି ଟୀକାକରଣ କରିବେ ।  ହିତାଧିକାରୀଙ୍କ ତାଲିକା ଦିଆଯିବ । ଅନ୍ୟପଟେ  ୪୧ଟି ଡିପ ଫ୍ରିଜର ଆସି ପହଞ୍ଚିଛି  । ଯାହାକୁ ବିଭିନ୍ନ ଜିଲ୍ଲାକୁ ପଠାଯାଆଇଛି । ଖାସ୍‌ କରି ଜିରୋ ୱେଷ୍ଟେଜ ଉପରେ ଫୋକସ ଦିଆଯିବ । ପ୍ରତ୍ୟେକ ଜିଲ୍ଲା ଓ କୋଲଡ଼ ଚେନ ପଏଂଟରେ ଟିକା ପହଞ୍ଚାଯାଇଛି ।  ପ୍ରଥମ ଡୋଜ ନେଵାର ୪୨ ଦିନ ଏବଂ  ଦ୍ଵିତୀୟ ଡୋଜର ୧୪ ଦିନ ପରେ ରୋଗ ପ୍ରତିରୋଧକ ଶକ୍ତି ତିଆରି ହେବ । ତେଣୁ ପ୍ରଥମ ଡୋଜ ନେବା ପରେ ଯଦି କେହି ଆକ୍ରାନ୍ତ ହେବେ ତାଙ୍କୁ ଦ୍ଵିତୀୟ ଡୋଜ ଦିଆଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପରିବା କଲ୍ୟାଣ ନିର୍ଦ୍ଦେଶକ ଡ଼ଃ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.