Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଛୋଟ ପିଲାଙ୍କ ଟିକାକରଣକୁ ନେଇ ବିଚାର ଚାଲିଛି, କେନ୍ଦ୍ରର ନିର୍ଦ୍ଦେଶକୁ ଅପେକ୍ଷା…

21/10/2021 at 12:16 PM

ଭୁବନେଶ୍ୱର ୨୧।୧୦: ୨ ରୁ ୧୮ ବର୍ଷ ପିଲାଙ୍କୁ କେବେଠୁ କରୋନା ଟିକା ଦିଆଯିବ । ସେନେଇ ବିଚାର ଚାଲିଛି। ବର୍ତ୍ତମାନ ୧ କୋଟି ୪୦ ଲକ୍ଷ ହିତାଧିକାରୀ ଅଛନ୍ତି। ଯେଉଁ ଟୀକାକରଣ କେନ୍ଦ୍ର ଅଛି , ସେଥିରେ ଚାଲିବା ସହ ଅଧିକ ଟୀକାକରଣ କେନ୍ଦ୍ର ବଢ଼ାଯିବ। ଏହି ସମୟରେ ରାଜ୍ୟ ସରକାରଙ୍କ ଅନ୍ୟ ଟୀକାକରଣ କାର୍ଯ୍ୟକ୍ରମ ବି ଜାରି ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ,  କେନ୍ଦ୍ରରୁ ନିର୍ଦ୍ଦେଶ ଆସିବା ପରେ ଟୀକାକରଣ କରାଯିବ। ଯାଇକକ ଡି ୩ ଡୋଜ ଦିଆଯିବ। କୋଭକ୍ସିଂନ ୨ ଡୋଜ ଦିଆଯିବ।  ଯାଇକକ ଡି ଟୀକା କାଲି ରାଜ୍ୟ ମାନଙ୍କୁ ତାଲିମ ଦେବ କେନ୍ଦ୍ର । ଭରଚୁଆଲ ମୋଡ଼ରେ ଦିଆଯିବ ଏହି ଟ୍ରେନିଂ। ଫାର୍ମା ଜେଟ ଟେକନିକ ଜରିଆରେ ଟୀକା ଦିଆଯିବ। ଏ ସଂକ୍ରାନ୍ତରେ ଆସନ୍ତାକାଲି କେନ୍ଦ୍ର ରାଜ୍ୟମାନଙ୍କୁ ତାଲିମ ଦେବା ପରେ ଜିଲ୍ଲା ସ୍ତରରେ ତାଲିମ ଦିଆଯିବ। କୋଭାକ୍ସିନ୍‌ ପାଇଁ କିଛି ସମସ୍ୟା ନାହିଁ । ବର୍ତ୍ତମାନ ରାଜ୍ୟରେ ଭିତ୍ତିଭୂମି ରହିଛି। ଟିକାକର୍ମୀ ବି ଅଛନ୍ତି । ସରକାର ପ୍ରସ୍ତୁତ ଅଛନ୍ତି। କେନ୍ଦ୍ରରୁ ନିର୍ଦ୍ଦେଶ ଆସିବା ପରେ ଟୀକାକରଣ ଆରମ୍ଭ ହେବ।ତୃତୀୟ ଲହରରେ ପିଲା ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ କୌଣସି ମୁହୂର୍ତ୍ତରେ ନିର୍ଦ୍ଦେଶ ଆସିପାରେ।

   Related Posts