ବରଗଡ଼ ଇଥାନଲ ପ୍ଳାଣ୍ଟକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ, ପୂରଣ ହେବ ଚାହିଦା ସୃଷ୍ଟି ହେବ ନିଯୁକ୍ତି

Published By : Prameya-News7 Bureau | July 31, 2021 IST

ବରଗଡ, ୩୧/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଗତ ୫ ବର୍ଷରେ ସମଗ୍ର ଭାରତବର୍ଷରେ ଇଥାନଲର ଉତ୍ପାଦନ ୫ ଗୁଣା ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ଅଗଷ୍ଟ ୧୫, ସ୍ୱାଧୀନତା ଦିବସରେ କହିଥିଲେ ଆମେ ପେଟ୍ରୋଲ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଇଥାନଲ ଉପରେ ଗୁରୁତ୍ୱ ଦେଉଛୁ । ଏକବିଂଶ ଶତାବ୍ଦୀର ଭାରତରେ ପ୍ରମୁଖ ପ୍ରାଥମିକତା ଇଥାନଲ୍ ହୋଇଛି ଏବଂ ୨୦୨୫ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

୫ବର୍ଷ ପୂର୍ବେ ଦେଶରେ ମାତ୍ର ୪୦ କୋଟି ଲିଟର ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ଭାରତବର୍ଷରେ ୫୦୦ କୋଟି ଲିଟର ଇଥାନଲ ଉତ୍ପାଦନ ହେଉଛି ।ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଇଥାନଲ ଡ଼ିଷ୍ଟିଲେସନ ପ୍ଲାଂଟ୍ ପ୍ରସ୍ତୁତ କରାଯାଇ ଦେଶର ଉର୍ଜା ଆବଶ୍ୟକତାକୁ ପୂରଣ କରାଯାଉଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଇଥାନଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଇଥାନଲ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଥିଲା, ଯାହାକୁ ରାଜ୍ୟ ସରକାର ଗତକାଲି ମଞ୍ଜୁର ଦେଇଛନ୍ତି । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି - ପୂର୍ବ ଭାରତର ବିକାଶ ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପୂର୍ବୋଦୟ” ର କଳ୍ପନା କରିଛନ୍ତି ।

ପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ଯୋଜନା କରାଯାଇଥିବା ବାଲେଶ୍ୱରରେ ଇଣ୍ଡିଆନ ଅଏଲ, ନବରଙ୍ଗପୁରରେ ଏଚପିସିଏଲ  ଏବଂ ଅନୁଗୁଳରେ ବେସରକାରୀ ସଂସ୍ଥା ନିଓ୍ୱଲ୍ଟ ଏନର୍ଜି ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ଇଥାନଲ ପ୍ଲାଣ୍ଟକୁ ରାଜ୍ୟ ସରକାର ମଞ୍ଜୁରି ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ସେହିପରି ବରଗଡରେ ମଧ୍ୟ ଇଥାନଲ ପ୍ଳାଣ୍ଟ ଚାଲିଥିବାରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆମ ଚାଷୀ ଭାଇମାନେ ଲାଭାନ୍ୱିତ ହୋଇପାରିବେ ଏବଂ ସ୍ୱଚ୍ଛ-ସବୁଜ ଇନ୍ଧନ ଦ୍ୱାରା ପରିବେଶ ସୁରକ୍ଷିତ ରହିବ। ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ରୋଜଗାର ସୃଷ୍ଟି ହେବା ସହ ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ ହୋଇପାରିବ ।

ତେବେ ସମସ୍ତ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ଇଥାନଲର ଉତ୍ପାଦନ ପାଇଁ ଭାରତ ସରକାର ଯୋର ଦେଉଛନ୍ତି । ଜଳବାୟୁ ପରିବର୍ତନକୁ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ବୈଶ୍ୱିକ ଦୂରଦୃଷ୍ଟି କେବଳ ଭାରତର ସବୁଜ ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରୁନାହିଁ ବରଂ ଜଳବାୟୁ ପରିବର୍ତନର ମୁକାବିଲା ତଥା ପରିବେଶର ସୁରକ୍ଷା ପାଇଁ ଅଧିକ ଠୋସ୍ ପଦକ୍ଷେପ ଗ୍ରହଣ କରିବା ପାଇଁ ଏହା ବିଶ୍ୱସ୍ତରୀୟ ନେତୃତ୍ୱଙ୍କ ମଧ୍ୟରେ ଅଧିକ ସହମତି ସୃଷ୍ଟି କରୁଛି । ବିଗତ ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ବିଶ୍ୱସ୍ତରରେ ସାମୂହିକ ଉଦ୍ୟମରେ ପରିବେଶର ସୁରକ୍ଷା ପାଇଁ କାମ କରୁଛନ୍ତି । ତାଙ୍କ ମାଗଦର୍ଶନରେ ଭାରତ ଜଳବାୟୁ ପରିବର୍ତନର ଆହ୍ୱାନକୁ ହ୍ରାସ କରିବା ଦିଗରେ କାର୍ଯ୍ୟ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.