କରୋନାରେ ଦେଶ ଲାଗି ସଂକଟ ମୋଚକ ହେଲେ ଓଡିଶା ସରକାର, ୮ ଦିନରେ ସାରା ଭାରତକୁ ପଠାଇଲେ ୨୮୭୯ ମେଟ୍ରିକ ଟନ୍ ଅକ୍ସିଜେନ୍

Published By : Prameya-News7 Bureau | April 30, 2021 IST

ଭୁବନେଶ୍ୱର ୩୦।୪: କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ସାରା ଦେଶକୁ ଗୁରୁତର ପ୍ରଭାବିତ କରିଛି। ଏଥିରେ ଅନେକ ରାଜ୍ୟରେ ଅକ୍ସିଜେନ ଅଭାବ ସଂକ୍ରମିତଙ୍କ ଲାଗି ଘାତକ ପାଲଟିଛି। ତେବେ ଦେଶରେ ଉପୁଜିଥିବା ପରିସ୍ଥିତିରେ ଓଡିଶା ସରକାର ସଂକଟମୋଚକ ଭାବେ ଉଭା ହୋଇଛନ୍ତି। ଗତ ୮ଦିନରେ ରାଜ୍ୟ ସରକାର ଦେଶର ବିଭିନ୍ନ ରାଜ୍ୟକୁ ୨ହଜାର ୮୭୯ ମେଟ୍ରିକ ଟନ୍‌ ଅକ୍ସିଜେନ୍‌ ପହଞ୍ଚାଇ ଦେଇଛନ୍ତି।

{"id":446740,"width":846,"height":747,"sizeSlug":"large","linkDestination":"none"}

ଓଡିଶା ରାଉରକେଲା, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରୁ ୨୮୭୯.୦୮୨ ମେଟ୍ରିକ ଟନ୍‌ ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ୧୫୩ ଟ୍ୟାଙ୍କର ଓ କଣ୍ଟୈନର ବିଭିନ୍ନ ରାଜ୍ୟକୁ ପଠାଇଛି। ଏଥିରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ଉଦ୍ୟୋଗରୁ ୨୧ଟି ଟ୍ୟାଙ୍କରରେ ୩୪୨. ୮୨ ମେଟ୍ରିକ ଟନ୍ ଅକ୍ସିଜେନ ପଠାଯାଇଥିବା ବେଳେ ଯାଜପୁରରୁ ୪୩ଟି ଟ୍ୟାଙ୍କରରେ ୮୯୫.୬୬ ମେଟ୍ରିକ ଟନ ଅକ୍ସିଜେନ ପଠାଯାଇଛି।

{"id":446741,"width":838,"height":480,"sizeSlug":"large","linkDestination":"none"}

ଓଡ଼ିଶାରୁ  ଆନ୍ଧ୍ର ପ୍ରଦେଶକୁ ୪୯ ଟ୍ୟାଙ୍କରରେ ୧୦୩୫.୩୬ ମେଟ୍ରିକଟନ ଅକ୍ସିଜେନ ପଠାଯାଇଥିବା ବେଳେ ତେଲେଙ୍ଗାନାକୁ ୪୧ଟି ଟ୍ୟାଙ୍କରରେ ୭୦୨.୪୩୯ ମେଟ୍ରିକ ଟନ୍, ହରିୟାଣାକୁ ୧୩ଟି ଟ୍ୟାଙ୍କରରେ ୨୯୭.୬୬୨ ମେଟ୍ରିକ ଟନ, ମଧ୍ୟପ୍ରଦେଶକୁ ୨୦, ୟୁପିକୁ ୧୩, ଛତିଶଗଡକୁ ୮, ମହାରାଷ୍ଟ୍ରକୁ ୬ ଓ ତାମିଲନାଡୁକୁ ୩ ଟ୍ୟାଙ୍କର ହସ୍ପିଟାଲ ଅକ୍ସିଜେନ ପଠାଇଛି।

{"id":446742,"width":837,"height":480,"sizeSlug":"large","linkDestination":"none"}

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ସବୁ ଟ୍ୟାଙ୍କର ବିଭିନ୍ନ ରାଜ୍ୟରେ ପହଞ୍ଚିଛନ୍ତି। ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୪ ଘଣ୍ଟା ଦେଖରେଖରେ ଡେଡିକେଟେଡ କରିଡର ଦ୍ୱାରା ଅକ୍ସିଜେନ ଯୋଗାଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.