Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଖୁସି ଯୋଜନାରେ ଅଧିକ ଦରରେ ନାପକିନ୍ କିଣା ଅଭିଯୋଗ, ୨ ମାସ ଭିତରେ ନିଷ୍ପତ୍ତି ନେବାକୁ ବିଭାଗୀୟ ଅଧିକାରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

10/02/2020 at 7:22 PM

କଟକ୧୦/୨: ରାଜ୍ୟ ସରକାରଙ୍କ ଖୁସି ଯୋଜନା ପାଇଁ ସାନିଟାରି ନାପକିନ କିଣାରେ  ଅନିୟମିତତା  ଅଭିଯୋଗର  ଶୁଣାଣି କରି ନିଷ୍ପତ୍ତି ଗ୍ରହଣ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ପରିବାର ବିଭାଗ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  । ଏକ ଜନସ୍ୱାର୍ଥ ସମ୍ବଳିତ ମାମଲାରେ ବିଚାରପତି କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଇଛନ୍ତି ଏପରି ନିର୍ଦ୍ଦେଶ । ଦୁଇ ମାସ ମଧ୍ୟରେ ନିଷ୍ପତ୍ତି ନେଇ  ଉପଯୁକ୍ତ ନିର୍ଦ୍ଦେଶନାମା ଲାଗି  ସଚିବଙ୍କୁ କୋର୍ଟ କହିଥିବା ଜଣାଯାଇଛି । 

ରାଜ୍ୟ ସରକାରଙ୍କ ଖୁସି ଯୋଜନାରେ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଲାଗି ମାଗଣା ସାନିଟାରୀ ନାପକିନ୍‌ ପ୍ରଦାନ ର ବ୍ୟବସ୍ଥା ରହିଛି । ୨୦୧୮ ରେ ସରକାରଙ୍କ ଘୋଷିତ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଥିବା ବେଳେ, ଘରୋଇ ସଂସ୍ଥା ଠାରୁ ସାନିଟାରୀ ନାପକିନ୍‌ କ୍ରୟ କରନ୍ତି ସରକାର । କିନ୍ତୁ ଏହି କ୍ରୟର ଅଧିକ ଦରରେ ନାପକିନା କିଣା ଏବଂ ଦୁର୍ନୀତି ନେଇ ଅଭିଯୋଗ ଉଠିଥିଲା । ୨୦୧୯ ନଭେମ୍ବର ୫ ତାରିଖରେ ଏନେଇ ଅଭିଯୋଗ କରିଥିଲେ କେଦାରନାଥ ସାହୁ ନାମରେ ଜଣେ ଅଭିଯୋକାରୀ। ପରବର୍ତ୍ତୀ ସମୟରେ ସେ ଏନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜ୍ଜୁ  କରିଥିଲେ ।

ଗତବର୍ଷ ଡିସେମ୍ବର ୨ ତାରିଖରେ ହାଇକୋର୍ଟ ମାମାଲାର ଶୁଣାଣି କରି ୬ ସପ୍ତାହ ମଧ୍ୟରେ ଅଭିଯୋଗକାରୀଙ୍କ ଆବେଦନ ଉପରେ ନିଷ୍ପତ୍ତି ଲାଗି  ସ୍ୱାସ୍ଥ୍ୟ ସଚିବ ଏବଂ ଓଏସଏମସିଏଲ ଅଧ୍ୟକ୍ଷଙ୍କୁନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ମଧ୍ୟରେ  ଓଏସ୍‌ଏମସିଏଲ୍‌ ରାଜ୍ୟ ବାହାର ସଂସ୍ଥାଠାରୁ ସାନିଟାରି ନାପକିନ୍‌ କିଣିବା ଲାଗି ନିଷ୍ପତ୍ତି ସହ ପରଚେଜ୍‌ ଅର୍ଡର ଜାରି କରିଥିଲେ । ତେବେ ନାପକିନ ଦରକୁନେଇ ପ୍ରଶ୍ନ ଉଠିଥିଲା । କାରଣ, ପୂର୍ବରୁ ସାନିଟାରୀ ନାପକିନ୍ ପିଛା କ୍ରୟ ଦର ୧ ଟଙ୍କା ୭୪ ପଇସା ଥିଲା । ନୂଆ ଅର୍ଡରରେ ନାପକିନ୍‌ ମୂଲ୍ୟ ୨ ଟଙ୍କା ୩୦ ପଇସା  ହୋଇଥିଲା ।

ଏନେଇ ରାଜ୍ୟ ରାଜକୋଷରୁ  ଅଧିକ ଅର୍ଥ ଖର୍ଚ୍ଚ ନେଇ ଆବେଦନକାରୀ ଯୁକ୍ତି ରଖିଥିଲେ । ପ୍ରାୟ ୫ କୋଟି ୧୧ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ ହେବ ଦର୍ଶାଇ ଆବେଦନକାରୀ  ଏନେଇ ପ୍ରଶ୍ନ କରିଥିଲେ । କିନ୍ତୁ ବିଭାଗୀୟ ଅଧିକାରୀ ମାନେ ଏଭଳି ଅନିୟମିତତା ଅଭିଯୋଗ ପ୍ରତି ଧ୍ୟାନ ଦେଲେନି । ତେଣୁ ଆବେଦନକାରୀ ଏହି ପ୍ରସଙ୍ଗରେ ସ୍ୱାସ୍ଥ୍ୟ ସଚିବ,ଅର୍ଥ ସଚିବ, ଓଏସଏମ ସିଏଲ୍‌ ପରିଚାଳନା ନିର୍ଦ୍ଦେଶକଙ୍କ ସହ ରାଧେ ହାଇଜେନିକ ପ୍ରଡକ୍ଟସ୍ କୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ମାମଲା ରୁଜ୍ଜୁ କରି ଘଟଣାରେ ଅଦାଲତଙ୍କ ବିଚାର ଲୋଡିଥିଲେ । ଏବେ ସେହି ଆବେଦନ ଭିତ୍ତିରେ ହାଇକୋର୍ଟ ୬ ସପ୍ତାହରେ ଆବେଦନକାରୀଙ୍କ  ଅଭିଯୋଗର ଶୁଣାଣି ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

   Related Posts