ଅଗ୍ନିଶମ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ

Published By : Prameya-News7 Bureau | September 23, 2019 IST

ଭୁବନେଶ୍ବର ୨୩।୯: ନୂଆ ୟୁନିଫର୍ମରେ ନଜର ଆସିବେ ଅଗ୍ନିଶମ କର୍ମଚାରୀ । ରାଜ୍ୟ ସରକାର ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ ଲାଗୁ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ବିଜ୍ଞପ୍ତି ଅନୁଯାୟୀ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଡ୍ୟୁଟିରେ ଥିବାବେଳେ ବର୍ତ୍ତମାନର ୟୁନିଫର୍ମ ପିନ୍ଧିବେ । ଅନ୍ୟ ଡ୍ୟୁଟି ବେଳେ ଲାଲ ରଙ୍ଗର ଟ୍ରାକ୍‌ ପ୍ୟାଣ୍ଟ ଓ ହଳଦିଆ ରଙ୍ଗର ଟି-ସାର୍ଟ ପିନ୍ଧିବେ। ସେଥିରେ ଓଡିଶା ଫାୟାର ସର୍ଭିସ୍ ଲେଖା ନୂଆ ୟୁନିଫର୍ମରେ ଫାୟାର ଲେଖାରହିବ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ଓ ବାତ୍ୟା ସମୟରେ ନୂଆ ୟୁନିଫର୍ମ ପିନ୍ଧିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.