ଓଡ଼ିଶା ସରକାର ବଢ଼ାଇଲେ ପେଟ୍ରୋଲ ଡିଜେଲ ଦର : ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୧ ପଇସା ଓ ଡିଜେଲ ୧ ଟଙ୍କା ୩ ପଇସା ବୃଦ୍ଧି

Published By : Prameya-News7 Bureau | May 17, 2020 IST

ଭୁବନେଶ୍ୱର ୧୭/୦୫ : କେନ୍ଦ୍ର ପରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବଢାଇଛନ୍ତି । ପଟ୍ରୋଲ ଲିଟର ପିଛା ୩ ଟଙ୍କା ୧୧ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୩ ପଇସା  ଭାଟ୍ ବଢାଇଛନ୍ତି ରାଜ୍ୟ ସରକାର । କରୋନା ମହାମାରି ମୁକାବିଲା ସମୟରେ ରାଜ୍ୟ ସରକାରଙ୍କ ତୈଳ ଦର ଉପରେ ଟିକସ ବୃଦ୍ଧିକୁ ସମାଲୋଚନା କରିଛନ୍ତି ବିରୋଧୀ । କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରିଥିବାବେଳେ ବିଜେପି କହିଛି ଏଭଳି ସମୟରେ ଟିକସ କଣ ପାଇଁ ବଢାଇବା ଆବଶ୍ୟକ ହେଲା ତାହା ସରକାର ସ୍ଫଷ୍ଟ କରିବା ଦରକାର । ଏହାର ଜବାବ ରଖିଛନ୍ତି ପରିବହନ ମନ୍ତ୍ରୀ ।

ଆନ୍ତର୍ଜାତିକ ବଜାରରେ ତୈଳଦର ରେକର୍ଡ ନିମ୍ନ ସ୍ତରକୁ ଆସିଲା।  ଭାରତରେ ତ ତୈଳଦର ତ କମିଲାନି ଏତିକିବେଳେ ରାଜ୍ୟସରକାରମାନେ ତେଲ ଦର ବଢ଼ାଇବାରେ ଲାଗିଲେଣି । ଦିଲ୍ଲୀ ପରେ ଓଡିଶା ସରକାର ବଢ଼ାଇଲେ ପେଟ୍ରୋଲ ଡିଜେଲ ଦର। ଯାହାକୁ ନେଇ ବଢ଼ିଛି ଟିକସ ରାଜନୀତି । ତୈଳ ଉପରେ ପ୍ରଥମେ କେନ୍ଦ୍ର ଓ ଏବେ ରାଜ୍ୟ ସରକାର ଟିକସ ବଢାଇଛନ୍ତି । ପଟ୍ରୋଲ ଲିଟର ପିଛା ୩ ଟଙ୍କା ୧୧ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୩ ପଇସା  ଭାଟ୍ ବଢାଇଛନ୍ତି ରାଜ୍ୟ ସରକାର । ଏହାକୁ ବିରୋଧ କରିଛନ୍ତି ବିରୋଧୀ । ଦେଶେର କରୋନା ମହାମାରୀ ସମୟରେ ସରକାର ପ୍ୟାକେଜ ଘୋଷଣା କରୁଥିବାବେଳେ ତୈଳ ଉପରେ ଟିକସ ବୃଦ୍ଦି ଲୋକଙ୍କୁ ଲୁଟ ବୋଲି କହିଛି କଂଗ୍ରେସ । ସେପଟେ ବିଜେପି କହିଛି ଏଭଳି ସମୟରେ ଟିକସ କାହିଁକି ବଢିଲା ତାହା ସରକାର ସ୍ଷଷ୍ଟ କରିବା ଦରକାର।  ଆଉ ବ୍ୟବସାୟୀ ସଂଘ ମତରେ  ଡକଡାଉନ ଯୋଗୁ ତୈଳ ବିକ୍ରି କମିଛି ଓ ସରକାରଙ୍କ ଟିକସ କମିଟି ବୃଦ୍ଧି କରିବାକୁ ସରକାର ଏପରି ନିଷ୍ପତ୍ତି ନେଇଥାଇ ପାରନ୍ତି ଏହା ସବୁ ଦିନ ରହି ନପାରେ ।

{"id":271544,"sizeSlug":"large"}

କିଛି ଦନ ତଳେ କେନ୍ଦ୍ରସରକାର ଡିଜେଲ ଉପରେ ୧୩ ଟଙ୍କା ଓ ପେଟ୍ରୋଲ ଉପରେ ୧୦ ଟଙ୍କା ଟିକସ ବଢାଇଛନ୍ତି । ରାଜ୍ୟରେ ଟିକସ ବୃଦ୍ଧି ନେଇ ଜବାବ ରଖିଛନ୍ତି ପରିବହନ ମନ୍ତ୍ରୀ  ପଦ୍ମନାଭ ବେହେରା। ସେ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ଯାହା ଦରକାର ରାଜ୍ୟ ସରକାର ତାହାହିଁ କରିଛନ୍ତି । କେବଳ ସମାଲୋଚନା ନୁହେଁ ଆର୍ଥିକ ସ୍ଥିତି ବି ବୁଝିବାକୁ ହେବ ବୋଲି ମନ୍ତ୍ରୀ ଜବାବ ରଖିଛନ୍ତି ।

କରୋନା ମୁକାବିଲା ଲାଗି ରାଜ୍ୟ ଗୁଡିକର ବ୍ୟୟ ଭାର ବଢିଛି । ସେପଟେ ଲକଡାନ ଯୋଗୁ ଅର୍ଥନୈତିକ କାଯ୍ୟତଳାପ ନଥିବାରୁ ରାଜ୍ୟର ଟିକସ ଆଦାୟ ମଧ୍ୟ ବେଶ ପ୍ରଭାବିତ ହୋଇଛି । ଏହାକୁ ଭରଣା ରାଜ୍ୟ ଗୁଡିକ ପାଖରେ ଏମିତି କିଛି ବିକଳ୍ପ କରିବାକୁ ପଡିବ । ଆଉ ଦିଲ୍ଲୀ ଭଳି କିଛି ରାଜ୍ୟ ତୈଳ ଦର ବୃଦ୍ଧି କରିବା ପରେ ଓଡିଶା ସେଇ ରାସ୍ତା ଆପଣାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.