ସଞ୍ଜିବନୀ ପଠାଉଛି ଓଡିଶା : ୬ ରାଜ୍ୟକୁ ୨୪ ଘଣ୍ଟାରେ ୨୫୦ ଟନ୍‌ ଅକ୍ସିଜେନ୍ ଦେଲେଣି ନବୀନ ସରକାର

Published By : Prameya-News7 Bureau | April 23, 2021 IST

ଭୁବନେଶ୍ବର ୨୩/୦୪ : ସମ୍ପ୍ରତି ବିଭିନ୍ନ ରାଜ୍ୟରେ ଅକ୍ସିଜେନ ସଙ୍କଟ ବ୍ୟାପକ ରୂପ ଧାରଣ କରିଛି । ଅନେକ କରୋନା ରୋଗୀଙ୍କୀ ଜୀବନ ମଧ୍ୟ ଗଲାଣି । ଏହାରି ମଧ୍ୟରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ସଙ୍କଟମୋଚକ ସାଜିଛି ଓଡିଶା । ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍‌ ପଠାଇବା ଜାରି ରଖିଛି । ଏହି କ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ରାଜ୍ୟକୁ ପ୍ରାୟ ୨୫୦ ଟନ୍‌ ଅକ୍ସିଜେନ୍ ପଠାଯାଇସାରିଛି । ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଦିଲ୍ଲୀ, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଭଳି ୬ଟି ରାଜ୍ୟକୁ ଲଗାତାର ଭାବେ ଅକ୍ସିଜେନ ଯୋଗାଇ ଦିଆଯାଉଛି ।

ରାଜ୍ୟର ବଳକା ଅକ୍ସିଜେନ୍‌ ବାହାର ରାଜ୍ୟକୁ ପଠାଯିବ । ଯେକୌଣସି ରାଜ୍ୟରେ ଅକ୍ସିଜେନ୍‌ ଦରକାର ହେଲେ ଓଡିଶା ଯୋଗାଇଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାଜପୁର ସ୍ଥିତ କଳିଙ୍ଗନଗର ଟାଟା ଷ୍ଟିଲ୍‌, ଜେଏସ୍‌ପିଏଲ୍‌, ଢେଙ୍କାନାଳ ସ୍ଥିତି ଭୂଷଣ ଷ୍ଟିଲ ଓ ଜେଏସ୍‌ଏଲ୍‌ରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ପାଇଁ ନିର୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.