କରୋନା ଜନିତ ଲକ୍‌ଡାଉନ୍‌ ସ୍ଥିତିର ମନିଟରିଂ ପାଇଁ କଣ୍ଟ୍ରୋଲ ରୁମ୍ ସ୍ଥାପନ କଲେ ରାଜ୍ୟ ସରକାର

Published By : Prameya-News7 Bureau | March 26, 2020 IST

ଭୁବନେଶ୍ବର ୨୬।୦୩ :  ସାରାଦେଶରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ସେହିପରି ଓଡିଶାରେ ଚିହ୍ନଟ ହୋଇଥିବା ଦୁଇଜଣ କରୋନା ପଜିଟିଭ୍‌ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି । ତେବେ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ଅନ୍ୟପକ୍ଷରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆଉ ଅଧିକ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ କରୋନା ପରି ମାରାତ୍ମକ ଭାଇରସରୁ ରକ୍ଷାକରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି ଏବଂ ନେଉଛନ୍ତି । ବିଦେଶରୁ ଫେରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର  ନାମ ପଞ୍ଜୀକରଣ କରାଯାଉଛି, ଏବଂ ସେମାନଙ୍କ ଉପରେ ନଜର ରଖାଯିବ ସହ ସେମାନଙ୍କୁ ପ୍ରେତ୍ସାହନ ରାଶି ମଧ୍ୟ ଦିଆଯାଉଛି ।  ତେବେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ତେବେ ସାରାଦେଶରେ ଲକ୍‌ଡାଉନ ପୂର୍ବରୁ  ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିବା ରାଜ୍ୟ ସରକାର କରୋନା ମୁକାବିଲାର ସମସ୍ତ ଉପାୟ ସହ ସାମାଜିକ ଦୂରତା ଅଧିକ ଗୁରୁତ୍ବ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତିନି ‘ସ’ ନିମୟ ସହବନ୍ଧନ, ସଙ୍ଗରୋଦ୍ଧ ଓ ସମ୍ମାନ ଅନୁଯାୟୀ  କରୋନା ମୁକାବିଲାକୁ କଡାକଡି ପାଳନ ସହ ରାଜ୍ୟରେ ଲକ୍‌ଡାଉନ୍‌ ପାଳନକୁ ମଧ୍ୟ ଶକ୍ତ କରାଯାଇଛି । ଏହିପ୍ରରିପେକ୍ଷୀରେ କରୋନା ମୁକାବିଲାକୁ ଆହୁରୀ ସକ୍ରିୟ ଓ ଶକ୍ତିଶାଳୀ କରିବାଲାଗି ରାଜ୍ୟ ସରକାର ଏକ କଣ୍ଟ୍ରୋଲ ରୁମ୍‌ ପ୍ରତିଷ୍ଠା କରିଛନ୍ତି ।

{"id":244344,"sizeSlug":"large"}

ରାଜ୍ୟସରକାରଙ୍କ ସ୍ଥାପିତ ଏହି  କଣ୍ଟ୍ରୋଲ ରୁମ୍‌ ଜରିଆରେ ରାଜ୍ୟରେ ଲକ୍‌ଡାଉନ୍‌ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିର ମନିଟରିଂ କରାଯିବ । ଏବଂ ଏଥିପାଇଁ ଦୁଇଟି ନମ୍ବର ମଧ୍ୟ ଜାରି କରାଯାଇଛି । ସେହି ନମ୍ବର ଦୁଇଟି ହେଲା – ୦୬୭୪-୨୩୯୨୧୧୫, ୯୪୩୮୯୧୫୯୮୬ । ଏହି ନମ୍ବରର ଜରିଆରେ ତଥା କଣ୍ଟ୍ରୋଲ୍‌ ରୁମ୍ ଦ୍ବାରା ରାଜ୍ୟ ତଥା ସାରାଦେଶରେ ଲକ୍‌ଡାଉନ୍‌ ସମ୍ପର୍କିତ ସମସ୍ତ ଘଟଣା ଓ ପ୍ରସଙ୍ଗର ମନିଟରିଂ କରାଯିବ ।  ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରାଯାଇଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.