Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି, ଆସନ୍ତା ବର୍ଷ ଡିସେମ୍ବରରେ ନେବେ ଅବସର

18/03/2020 at 4:12 PM

ଭୁବନେଶ୍ବର ୧୮।୦୩: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ ଛଅ ମାସ ବୃଦ୍ଧି ।  ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନର  ଡିଜିପି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ନିୟମନୁସାରେ ପୋଲିସ ମହାନିର୍ଦ୍ଦେଶକ ପଦରେ ଜଣେ ଅଧିକାରୀଙ୍କୁ ଅତିକମ୍‌ରେ ଦୁଇ ବର୍ଷ୍ ରହିବା କଥା । କିନ୍ତୁ ବର୍ତ୍ତମାନର ଡିଜିପି ତଥା ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଭୟଙ୍କ  ଅବସର ତାରିଖ ହେଉଛି ୨୦୨୧ ଜୁନ୍‌ । ଏବେ ସରକାରଙ୍କ ନିୟମନୁସାରେ ତାଙ୍କ କାର୍ଯ୍ୟକାଳ ୨୦୨୧ ଡିସେମ୍ବର ୩୧ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଗତ ନଭେମ୍ବର ମାସ ୨୦ତାରିଖ ଦିନ ଅଭୟ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲା । କିଛି ଅନିୟମିତତା କାରଣରୁ  ତତ୍‌କାଳୀନ ପୋଲିସ ଡିଜି ବି.କେ ଶର୍ମାଙ୍କୁ ରାତିଅଧିଆ ତାଙ୍କ ଦାୟିତ୍ବରୁ ହଟାଯାଇଥିଲା । ସେତେବେଳେ ଅଭୟ କେନ୍ଦ୍ରୀୟ ଡେପୁଟେସନରେ ଥିଲେ । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ସେ  ଯୋଗ ଦେଇଥିଲେ । 

୨୦୧୦ ମସିହାରେ ରାଷ୍ଟ୍ରପତି ପୋଲିସ ମେଡାଲରେ ସମ୍ବର୍ଦ୍ଧିତ ଅଭୟ ଏନପିଏ ପୂର୍ବରୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ମହାନିର୍ଦ୍ଦେଶକ ଅବସ୍ଥାପିତ ଥିଲେ।  ଏକଦା କମନୱେଲଥ ଫଣ୍ଡ ବୈଷୟିକ ସହଯୋଗ ନିମନ୍ତେ ଅନ୍ତର୍ଜାତୀୟ ଡେପୁଡେଟସନରେ ଥିବା ଅଭୟ ୭ ବର୍ଷ ସିବିଆଇରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ ଓଡିଶା ସିବିଆଇ ଦୁର୍ନୀତି ନିବାରଣ ଶାଖାର ନେତୃତ୍ୱ ନେଇଥିବା ବେଳେ ନୂଆଦିଲ୍ଲୀରେ ବ୍ୟାଙ୍କ ଫ୍ରଡ ଓ ସିକ୍ୟୁରିଟି ସେଲ ଡିଆଜି ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ଏହା ଛଡା ସେ ସିଆରପିଏଫର ଏଡିଜି (ଟ୍ରେନିଂ) ଓ ସିବିଆଇ ଆକାଡେମୀର ନିର୍ଦ୍ଦେଶକ ମଧ୍ୟ ଅବସ୍ଥାପିତ ଥିଲେ।

   Related Posts