Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବରିଷ୍ଠ IPS ସ୍ତରରେ ଅଦଳବଦଳ, ଯଶବନ୍ତ ଜେଠଓ୍ବା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ

24/06/2021 at 7:01 PM

ଭୁବନେଶ୍ବର ୨୪/ ୦୬ : ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଯଶବନ୍ତ ଜେଠଓ୍ବା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ । ଦେବାଶିଷ ପାଣିଗ୍ରାହୀଙ୍କ କରୋନାରେ ଆକ୍ରାନ୍ତ ହୋଇ ଦେହାନ୍ତ ପରେ ଖାଲି ପଡିଥିଲା ପଦ । ତାଙ୍କ ପରେ ଯଶବନ୍ତ ଜେଠଓ୍ବା ହୋଇଛନ୍ତି ନୂଆ ଭିଜିଲାନ୍ସ ନିର୍ଦ୍ଦେଶକ । ଏହା ସହିତ ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ IG ଦାୟିତ୍ବ ଦିଆଯାଇଛି । ଆଇନ ଶୃଙ୍ଖଳା ADG ହେଲେ ଆର. କେ. ଶର୍ମା ।

ପରିବହନ କମିସନର ଭାବେ ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ ଦିଆଯାଇଛି । ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗ OSD ଦାୟିତ୍ବ ଦିଆଯାଇଛି । ଇଣ୍ଟେଲିଜେନ୍ସ ବିଭାଗ ନିର୍ଦ୍ଦେଶକ ହେଲେ ଲଳୀତ ଦାସ । ସଞ୍ଜୀବ ପଣ୍ଡା ହେଲେ କ୍ରାଇମବ୍ରାଞ୍ଚ ADG ।

   Related Posts