କାଳିଆ ଯୋଜନା ପାଇଁ ବଢିଲା ବ୍ୟୟ ବରାଦ : ୩୨୩୪ କୋଟି ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟ, ଯୋଡିହେବେ ଆଉ ୨୫ ଲକ୍ଷ ହିତାଧିକାରୀ

Published By : Prameya-News7 Bureau | June 07, 2019 IST

ଭୁବନେଶ୍ବର ୭|୬: କାଳିଆ ଯୋଜନା ଲାଗି ଅଧିକ ବ୍ୟୟ ବରାଦ ହୋଇଛି । ୩୨୩୪କୋଟି ଟଙ୍କା ଅଧିକ ବ୍ୟୟବରାଦ କଲେ ରାଜ୍ୟ ସରକାର । ଆଉ ୨୫ଲକ୍ଷ ହିତାଧିକାରୀଙ୍କୁ ଖୁବଶୀଘ୍ର କାଳିଆ ଟଙ୍କା ମିଳିବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ନିର୍ବାଚନ ଆଗରୁ ୪୨ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ୮ଲକ୍ଷ ୪୦ହଜାର ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଜୁନ୍ ୪ ତାରିଖରେ କାଳିଆ ଯୋଜନାରେ ଅତିରିକ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ ନେଇ କୃଷି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲେ । ବିଜ୍ଞପ୍ତିରେ ଦର୍ଶାଯାଇଥିଲା ୨୦୧୮-୧୯ରେ ୪୨.୬୬ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ (ଭାଗଚାଷୀ), ଭୂମିହୀନ ଚାଷୀ ପରିବାରଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ୨୦୧୯-୨୦ରେ ସେହି ତାଲିକାରେ ଅତିରିକ୍ତ ୨.୫ ଲକ୍ଷ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ (ଭାଗଚାଷୀ ସହିତ ୫ ଲକ୍ଷ ଭୂମିହୀନ ଚାଷୀ ପରିବାରଙ୍କୁ ଯୋଡା ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.