Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଶୁକ୍ରବାର କଂଗ୍ରେସର ୬ଘଣ୍ଟିଆ ଓଡିଶା ବନ୍ଦ : ସରକାରୀ କର୍ମଚାରୀଙ୍କୁ ସାଢେ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ

11/11/2021 at 4:44 PM

ଭୁବନେଶ୍ବର ୧୧/୧୧ : କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସାରା ରାଜ୍ୟ ଉଠୁଛି ପଡୁଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବିରୋଧୀମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି କ୍ରମରେ ଆସନ୍ତାକାଲି ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ତେବେ ବଡ କଥା ହେଉଛି ଆସନ୍ତାକାଲି ସରକାରୀ ଅଫିସ ସବୁ ଖୋଲା ରହିବ । ଏଥିପାଇଁ ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିର୍ଦେଶନାମା ଜାରି କରାଯାଇଛି ।  

ସବୁ ସରକାରୀ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି । ସକାଳ ସାଢେ ୯ଟା ସୁଦ୍ଧା ସମସ୍ତ କର୍ମଚାରୀ ଅଫିସ​‌ରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି । ଅଫିସ ଆସି କାର୍ଯ୍ୟରେ ଯୋଗ ଦେବାକୁ ରାଜ୍ୟର ସମସ୍ତ ସରକାରୀ କର୍ମଚରୀଙ୍କୁ ପରାମର୍ଶ ଦିଆଯାଇଛି ।  ୧୦ଟା ବେଳେ ଅଫିସ ଗୁଡିକର ମୁଖ୍ୟ ଗେଟ୍‌ ବନ୍ଦ କରିଦଆଯିବ । ଅଫିସ ଆସିବା ସମୟରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ନିଜ ନିଜ ବିଭାଗୀୟ ଆଇଡି କାର୍ଡ ଧରି ଆସିବେ । ଲୋକସେବା ଭବନ କର୍ମଚାରୀ, ଖାରବେଳ ଭବନ ଏବଂ ରାଜୀବ ଭବନ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ନିର୍ଦେଶନାମା ଜାରି କରାଯାଇଛି ।

   Related Posts