Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ରାଜ୍ୟରେ ନିଷେଧ ହେଲା ଘାତକ କୀଟନାଶକ ପାରାକ୍ବେଟ

23/11/2019 at 12:34 PM

ସମ୍ବଲପୁର ୨୩।୧୧: ରାଜ୍ୟରେ ଘାତକ କୀଟନାଶକ ପାରାକ୍ବେଟ ନିଷେଧ । ନିଷେଧାଦେଶ ଜାରି କଲେ ରାଜ୍ୟ ସରକାର । ସାରା ରାଜ୍ୟରେ ପାରାକ୍ବେଟ୍ ବ୍ୟାନ୍ ପାଇଁ ନ୍ୟୁଜ୍ ୭ ଜାରି ରଖିଥିଲା ସଚେତନତା ଅଭିଯାନ । ଘାତକ କୀଟନାଶକ ପାରାକ୍ବେଟ ପାଇଁ କେତେଜଣଙ୍କର ଜୀବନ ଯାଇଛି ତାହା ଦେଖାଇଥିଲା ନ୍ୟୁଜ ସେଭେନ୍ । ଏହାକୁ ବ୍ୟାନ୍ କରିବା ପାଇଁ ସରକାରଙ୍କୁ ଅପିଲ୍ ମଧ୍ୟ କରିଥିଲା । ସରକାର ସବିଶେଷ ଯାଞ୍ଚ କରି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଚାଷରେ ପାରକ୍ବେଟ୍ ବ୍ୟବହାର ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି ।

ପାରାକ୍ବେଟ୍‌ କୀଟନାଶକକୁ କେରଳ ସରକାର ସଂପୂର୍ଣ୍ଣ ବ୍ୟାନ୍‌ କରିଥିବା ବେଳେ ଆନ୍ଧ୍ରପ୍ରଦେଶ ଓ ପଞ୍ଜାବରେ ଏହା ବିରୋଧରେ ଚାଷୀ ଆନ୍ଦୋଳନ ଏବଂ ସୁପ୍ରିମକୋର୍ଟରେ ମାମଲା ଚାଲିଛି । ଏପରିକି ଆମେରିକା ଓ ଶ୍ରୀଲଙ୍କାରେ ପାରାକ୍ବେଟ୍‌ କୀଟନାଶକ ସଂପୂର୍ଣ୍ଣ ବ୍ୟାନ୍‌ । ବଜାରରେ ଏହି କମ୍ପୋଜିସନର କୀଟନାଶକ ପାରାନେକ୍‌, ପାରାଗ୍ରାମ୍‌, ପାରାକ୍ବେମ୍‌, ପାରାଗ୍ରୀପ୍ ଭଳି ବ୍ରାଣ୍ଡରେ ବିକ୍ରି ହେଉଛି ।

ଚାଷୀ ମାନେ ଏହାକୁ ଅନାବନା ଘାଷ, ଲତାକୁ ନଷ୍ଟ କରିବା ପାଇଁ ବ୍ୟବହାର କରୁଥିବା ବେଳେ ଅସାବଧାନତା ବଶତଃ ଏହା ଥରେ ଶ୍ବାସକ୍ରିୟାରେ ଭିତରକୁ ଚାଲିଗଲେ କଥା ସରିଲା । ଏହି କୀଟନାଶକ କିଡ୍‌ନୀ, ଫୁସଫୁସ୍‌କୁ ଆକ୍ରାନ୍ତ କରି ନଷ୍ଟ କରିଦେଉଥିବା ବେଳେ ରୋଗୀ ଧିରେ ଧିରେ ମୃତ୍ୟୁ ମୁଖକୁ ଚାଲିଯାଏ ।

   Related Posts