ଟାଙ୍ଗୀରେ ପିକ୍‌ନିକ୍‌ ବସ୍‌ ଦୁର୍ଘଟଣା ଘଟଣା, ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 27, 2021 IST

ଭୁବନେଶ୍ୱର ୨୭।୧୧: ଟାଙ୍ଗୀ ବେଲପଡ଼ା ଛକରେ ପିକ୍‌ନିକ୍‌ ବସ୍‌ ଦୁର୍ଘଟଣା ଘଟଣା । ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଖବର ଅନୁଯାୟୀ, ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୨୦ଜଣ ଏକ ବସ୍‌ ଯୋଗେ ତୀର୍ଥ ଭ୍ରମଣରେ ଆସିଥିଲେ । ସମସ୍ତେ ଘଟଗାଁ ତାରିଣୀ ପୀଠରୁ ବୁଲି ଘରକୁ ଫେରୁଥିବା ବେଳେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଖୋର୍ଦ୍ଧା ବାଲୁଗାଁ ଓଭରବ୍ରିଜ୍‌ ନିକଟରେ ବସ୍‌ଟି  ଅଟକି ରହି ଯାତ୍ରୀ ମାନେ ପରିସ୍ରା କରିବା ବେଳେ ପଛପଟୁ ଆସି ଟ୍ରକଟି ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୋଟ୍ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଥିଲେ ।

ତେବେ  ଏହି ମର୍ମନ୍ତୁଦ ଦୁର୍ଘଟଣାରେ ରଙ୍ଗେଇଲୁଣ୍ଡା ଅଞ୍ଚଳର ୩ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ଶୋକସନ୍ତପ୍ତ ପରିବାରଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହିତ ଦୁର୍ଘଟଣାରେ ଆହତ ଛାତ୍ର ମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସେମାନଙ୍କର ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.