ଏଭରେଷ୍ଟର କଳ୍ପନା ଦାଶଙ୍କ ପାର୍ଥିବ ଶରୀର ଫେରାଇ ଆଣିବାକୁ ପ୍ରୟାସ

Published By : Prameya-News7 Bureau | May 25, 2019 IST

ଭୁବନେଶ୍ବର ୨୫|୫: ରାଜ୍ୟର ପ୍ରଥମ ମହିଳା ଏଭେରେଷ୍ଟ ବିଜୟୀନି କଳ୍ପନା ଦାଶଙ୍କ ଅକାଳ ବିୟୋଗ । ୨୩ ତାରିଖରେ ସେ ଦ୍ବିତୀୟ ଥର ପାଇଁ ଏଭେରେଷ୍ଟ ଆରୋହଣ ସାରି ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ବାଟରେ ସେ ଫେରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । କଳ୍ପନାଙ୍କ ପାର୍ଥିବ ଶରୀର ଫେରାଇ ଆଣିବାକୁ ପରିବାର ସଦସ୍ୟ ନେପାଳ ଗସ୍ତ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ପ୍ରଶାସନ ମଧ୍ୟ ଏନେଇ ଉଦ୍ୟମ ଜାରି ରଖିଛି ।

ଏଭେରେଷ୍ଟ ବିଜୟୀନି କଳ୍ପନା ଦାସଙ୍କ ଅକାଳ ବିୟୋଗ । ରାଜ୍ୟର ପ୍ରଥମ ସଫଳମହିଳା ଏଭେରେଷ୍ଟ ଆରୋହଣକାରୀ ଭାବେ କଳ୍ପନାଙ୍କ ଏଭଳି ବିୟୋଗ ଅନେକଙ୍କୁ ମର୍ମାହାତ କରିଛି । ନେପାଳର ଡ୍ରିମ୍ସ ଡେଷ୍ଟିନେସନ୍ ଟ୍ରେକିଂ ସ୍ଥଂସ୍ଥାର ତତ୍ବାବଧାନରେ ଏକ ୩ଜଣିଆ ଦଳକୁ ନେତୃତ୍ବ ନେଇଥିଲେ  କଳ୍ପନା । ଏଭେରେଷ୍ଟ ଆରୋହଣ ପରେ ମେ ୨୩ରେ ଏଭେରେଷ୍ଟ ଶୃଙ୍ଘ ଆରୋହଣ କରି ଫେରିବା ବାଟରେ ହଠାତ ଅସୁସ୍ଥ ହୋଇ ପଡିଥିଲେ ।  ପରେ ତାଙ୍କର ମୃତ୍ୟୁ ହୋଇଥିବା  ପରିବାର ପକ୍ଷରୁ କୁହାଯାଇଛି

୨୦୦୮ ମସିହାରେ  କଳ୍ପନା ଦାଶ ପ୍ରଥମେ ଓଡିଆ ମହିଳା ଭାବେ ଏଭେରେଷ୍ଟ  ଶୃଙ୍ଘ ଆରୋହଣର ଗୌରବ ଅର୍ଜନ  କରିଥିଲେ । ଏବା ବ୍ୟତିତ ସେ ନେପାଳ , ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକାର ଅନେକ ଗିରିଶୃଙ୍ଘ ସଫଳତାର ସହ ଆରୋହଣ କରି  ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ଦ୍ବିତୀୟ ଥର ପାଇଁ ସେ ଏପ୍ରିଲ ୮ରେ ନେପାଳ ଗସ୍ତ କରିଥିଲେ । ରାଜ୍ୟପାଳଙ୍କ ଅଟୋଗ୍ରାଫ ଥିବା ଏକ ଶାଢି ମଧ୍ୟ ସାଥିରେ ନେଇଥିଲେ । ଯାହାକୁ ସେ ଏଭେରେଷ୍ଟ ଆରୋହଣ ପରେ ସେ ସେଠାରେ ମଧ୍ୟ ପିନ୍ଧିଥିଲେ । ଏବେ ତାଙ୍କ ମରଶରୀରକୁ ଢେଙ୍କାନାଳ ଫେରାଇ ଆଣିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । କଳ୍ପନାଙ୍କ ମର ଶରୀରକୁ ନେପାଳରୁ ଆଣିବାକୁ ପରିବାର ସଦସ୍ୟ ନେପାଳ ଯାଇଛନ୍ତି 

ତେବେ ଦିଦ୍ବୀୟ ଥର ଶଫଳତାର ସହ ଏଭେରେଷ୍ଟ ଆରୋହଣ କରି ଫେରିବା ବାଟର କେଉଁ କାରଣରୁ କଳ୍ପନାଙ୍କ ମୃତ୍ୟୁ ହେଲା ତାହାର ଖୋଳତାଡ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.