୧୭୮୩୩ କୋଟିର ପୁଞ୍ଜିନିବେଶ ସାଢ଼େ ୬ ହଜାର ନିଯୁକ୍ତି : ୩ଟି ପ୍ରକଳ୍ପର ସଂପ୍ରସାରଣ ପ୍ରସ୍ତାବରେ ମୋହର

Published By : Prameya-News7 Bureau | January 09, 2020 IST

ଭୁବନେଶ୍ବର୯/୧: ସରକାରଙ୍କୁ ଘାରିଛି ଶିଳ୍ପ ପାଇଁ ଜମି ଓ ବେକାରୀ ଦୂରିକରଣ ଚିନ୍ତା । ସେଥିପାଇଁ ୩ଟି ପ୍ରକଳ୍ପର ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ ଦେବା ସହ ରାଜଧାନୀର ଆଖପାଖରେ ବିଭିନ୍ନ ଉଦ୍ୟୋଗ ଖୋଲିବାକୁ ଜମି ଦେବା ପାଇଁ ୯୮ଟି ପ୍ରସ୍ତାବ ପ୍ରକ୍ରିୟା ଆରମ୍ଭ ହୋଇଛି ।  ହିଣ୍ତାଲକୋ, ଏନଟିପିସି ଏବଂ ରୁଙ୍ଗଟାମାଇନସ ସମ୍ପ୍ରସାରଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ଅନୁମୋଦନ କମିଟି ବୈଠକରେ ଅନୁମୋଦନ ଦେଇଛନ୍ତି ।  ଯେଉଥିରେ ଏହି ତିନି ସଂସ୍ଥା ୧୭୮୩୩ କୋଟି ପୁଞ୍ଜିନିବେଶ କରିବେ ୬ ହଜାର ୫୩୯ ନିଯୁକ୍ତି ସୃଷ୍ଟି ହେବ।

{"id":209181,"sizeSlug":"large"}

​‌ବେକାରୀ ଦୂରିକରଣ ଏବଂ ଶିଳ୍ପ ପ୍ରତିଷ୍ଠା ଦିଗରେ ସରକାର ଆରମ୍ଭ କଲେ ପ୍ରୟାସ । ୧୭ହଜାର ୮୩୩ କୋଟି ଟଙ୍କା ପୁଞ୍ଜି ନିବେଶ ପାଇଁ ବାଟ ଖୋଲିଲେ । ୬ହଜାର ୫୩୯ ଜଣଙ୍କୁ ନିଯୁକ୍ତି ମିଳିବ । ଖାରବେଳ ଭବନରେ ମୁଖ୍ୟମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ୨୧ତମ ଉଚ୍ଚସ୍ତରୀୟ ଅନୁମୋଦନ କମିଟି ବୈଠକରେ ୩ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ହିଣ୍ଡାଳକୋ ୮ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ।  ଯେଉଁଥିରେ ୪୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

{"id":209182,"sizeSlug":"large"}

ଏନଟିପିସି ତାଳଚେରରେ ୧୬୦୦ ୟୁନିଟ ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସମ୍ପ୍ରସାରଣ କରାଯିବ। ଏଥିରେ ୭୬୯୮ କୋଟି ଟଙ୍କା ପୁଞ୍ଜି ନିବେଶ ହେବ ।  ସେହିପରି ରୁଙ୍ଗଟା ମାଇନ୍ସ ସୁନ୍ଦରଗଡ଼ ଜିଲ୍ଲାର କମାଣ୍ଡ ଗାଁରେ ବାର୍ଷିକ ୨.୭ ଟନ  ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ରକଳ୍ପର ସମ୍ପ୍ରସାରଣକୁ ଅନୁମୋଦନ ମିଳିଛି । ଏଥିରେ ରୁଙ୍ଗଟା ମାଇନ୍‌ସ ୨ ହଜାର ୧୩୫ କୋଟି ନିବେଶ କରିବ। ଯେଉଁଥିରେ ୨୨୮୮ ନିଯୁକ୍ତି ସୃଷ୍ଟି ହେବ ।  

{"id":209183,"sizeSlug":"large"}

ଏପଟେ ଭୁବନେଶ୍ବରରେ ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାର ମ୍ୟାନୁଫ୍ୟାକଚ୍‌ରିଙ୍ଗ ୟୁନିଟ ପ୍ରତିଷ୍ଠା ପାଇଁ ସରକାର ପ୍ରାରମ୍ଭିକ ପ୍ରୟାସ ଆରମ୍ଭ କରିଛନ୍ତି । ଖୋର୍ଦ୍ଧା ଫୁଡ ପାର୍କ  ଏବଂ ଡେରାଶ ସି ଫୁଡ ପାର୍କରେ ବିଭିନ୍ନ ପ୍ରକାର ଇଣ୍ତଷ୍ଟ୍ରି ଖୋଲିବାକୁ ୯୮ଟି ପ୍ରସ୍ତାବ ଆସିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଶିଳ୍ପ ପାଇଁ ଜମି ସୁପାରିଶ କମିଟି ବୈଠକରେ ଏସବୁ ଉପରେ ଆଲୋଚନା ହୋଇଥିଲା। ଶିଳ୍ପ ପ୍ରତିଷ୍ଠା ପାଇଁ ଏବେ ଓଡ଼ିଶା ଶିଳ୍ପପତିଙ୍କ ପ୍ରଥମ ଡେଷ୍ଟିନେସନ ପରିଣତ ହେଉଛି । ଏ ଦିଗରେ ମହାରାଷ୍ଟ୍ରକୁ ଓଡ଼ିଶା ପଛରେ ପକାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.