୬ବର୍ଷ ପରେ କୃଷି ନୀତିକୁ ସଂଶୋଧନ କରି ନୂଆ ନୀତି ଆଣିବେ ରାଜ୍ୟ ସରକାର
11/06/2019 at 2:24 PM

ଭୁବନେଶ୍ବର ୧୧|୬: ସଂଶୋଧିତ ହେବ କୃଷି ନୀତି । ୨୦୧୩ କୃଷି ନୀତିକୁ ସଂଶୋଧନ କରି ନୂଆ ନୀତି ଆଣିବେ ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଏଥି ସହ କୃଷକଙ୍କ ଆୟ କିଭଳି ବଢିବ ସେ ନେଇ ୨ ସପ୍ତାହ ମଧ୍ୟରେ ସବୁ ବିଭାଗ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ଚାଷୀଙ୍କ ବିକାଶକୁ ଆଖି ଆଗରେ ରଖି ତିଆରି ହେବ କୃଷିନୀତି । କୃଷକଙ୍କ ଆୟ ବଢ଼ାଇବା ଦିଗରେ ସଚେତନ ହୋଇ କୃଷିନୀତି ସଂଶୋଧନ କରାଯିବ ବୋଲି କହିଛନ୍ତି କୃଷି ସଚିବ । ନୂଆ କୃଷିନୀତି ଆଣିବା ପୂର୍ବରୁ କୃଷି ସମ୍ମନ୍ଧିତ ସମସ୍ତ ବିଭାଗକୁ ନିଜ ନିଜର ମତ ପ୍ରକାଶ କରିବାପାଇଁ କୁହାଯାଉଛି ।
Related Posts
ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
27 January 2021
ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
27 January 2021