Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ

5/09/2018 at 2:08 PM

ଭୁବନେଶ୍ବର ୫|୯: ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨ ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେପ୍ର ଶାସନିକ ବ୍ୟୟ ୧ହଜାର ୮ଶହ କୋଟି, କାର୍ଯ୍ୟକ୍ରମ ବ୍ୟୟ ୯ହଜାର ୬ଶହ ୧୧କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧ହଜାର ୩୬୪ କୋଟି, ରାଜ୍ୟ ବଜେଟ୍ ରୁ ସ୍ଥାନାନ୍ତର ପାଇଁ ୧୫କୋଟି ବୋଲି ଦର୍ଶାଇ ବ୍ୟୟବରାଦ କରାଯାଇଛି।

ପ୍ରଶାସନିକ ବ୍ୟୟ, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି, ରାଜ୍ୟ ବଜେଟ୍ ରୁ ସ୍ଥାନାନ୍ତର ମଧ୍ୟରେ ଶିକ୍ଷା ସହାୟକଙ୍କୁ ନିୟମିତ କରିବାକୁ ୭୫୦ କୋଟି ଟଙ୍କା, ଏକକ ନିର୍ବାଚନ ପରିଚାଳନା ପାଇଁ ୪୧କୋଟି, ସଡକ ରକ୍ଷାଣାବେକ୍ଷଣ ପାଇଁ ଶହେ କୋଟି, ଓଡିଶା ଉଠା ଜଳ ସେଚନ ନିଗମକୁ ଅନୁଦାନ ବାବଦକୁ ୧୨କୋଟି, କାର୍ଯ୍ୟ ସଂମ୍ପୂର୍ଣ୍ଣୀକରଣ ପାଇଁ ୧୯କୋଟି, ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଅତିଥି ଶିକ୍ଷକ ନିୟୋଜନ ପାଇଁ ୫କୋଟି, ପାଇପ୍ ଜଳ ଯୋଗାଣ ପାଇଁ ବ୍ୟବହୃତ ବିଦ୍ୟୁତ ଦେୟ ବାବଦକୁ ୨୨କୋଟି ଟଙ୍କା ବ୍ୟୟବରାଦ ଅନ୍ତର୍ଭୁକ୍ତ ।

କାର୍ଯ୍ୟକ୍ରମ ବ୍ୟୟ ମଧ୍ୟରେ ଗ୍ରାମାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଇଁ ୬ ହଜାର ୯୭ କୋଟି, ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଇଁ ୫୮୯ କୋଟି ଟଙ୍କା, ସାମାଜିକ କ୍ଷେତ୍ର ପାଇଁ ୧୩୫୦ କୋଟି ଟଙ୍କା, ଓପିଜିସି ପାଇଁ ୩୦କୋଟି, ବିଜୁ ଗ୍ରାମ୍ୟ ଯୋଜନା ପାଇଁ ୭୫କୋଟି, ଆମ ଘରେ ଏଲଇଡି ଯୋଜନା ପାଇଁ ୧୦୦କୋଟି, ରାଜଧାନୀରେ ଶକ୍ତି ବ୍ୟବସ୍ଥାର ଉନ୍ନତିକରଣ ପାଇଁ ୨୫କୋଟି, ଗ୍ରାମାଞ୍ଚଳରେ ବସୁଧା ଯୋଜନା ମାଧ୍ୟମରେ ପାଇପ ଜଳ ଯୋଗାଣ ପାଇଁ ୪ଶହ କୋଟି, ବିଜୁ ପକ୍କାଘର ପାଇଁ ୧୫ଶହ କୋଟି, ପ୍ରଧାନମନ୍ତ୍ରୀ ସଡକ ଯୋଜନା ପାଇଁ ୨୦୬୫କୋଟି, ସ୍ବଚ୍ଛ ଭାରତ ମିଶନ ପାଇଁ ୧୦୦୦କୋଟି, ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୨୧୧କୋଟି, ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ୫୦କୋଟି, ଗ୍ରାମାଞ୍ଚଳ ସଡକ ଓ ପୋଲର ଉନ୍ନତିକରଣ ପାଇଁ ୫୦କୋଟି, କେନାଲ ବନ୍ଧ ରାସ୍ତାର ନବୀକରଣ ପାଇଁ ୨ଶହ କୋଟି, ଟ୍ୟାଙ୍କ୍ସ ଏବଂ ଏମଆଇପିଏସର ଉନ୍ନତିକରଣ ପାଇଁ ୨୦କୋଟି, ଛାତ ଉପରେ ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳ ରିଚାର୍ଜ ଯୋଜନା ପାଇଁ ୧୨କୋଟି, ସହରାଞ୍ଚଳ ଉନ୍ନୟନ ମଧ୍ୟରେ ଯାଗା ମିଶନ ପାଇଁ ଶହେ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩ଶହ କୋଟି, ଓଡିଶା ସମନ୍ବିତ ପରିମଳ ଉନ୍ନୟନ ପ୍ରକଲ୍ପ ମାଧ୍ୟମରେ ସହରାଞ୍ଚଳ ପରିମଳ ପାଇଁ ୬୧କୋଟି, ସହରାଞ୍ଚଳ ପରିବହନ ପାଇଁ ୨୫କୋଟି, ଅମୃତ ଯୋଜନା ପାଇଁ ୮୦କୋଟି ଟଙ୍କା, ଓଡିଶା ସହରାଞ୍ଚଳ ଭତ୍ତିଭୂମୀ ଉନ୍ନୟନ ପାଣ୍ଠି ପାଇଁ ୨୨କୋଟି, ସର୍ବ ଶିକ୍ଷା ଅଭିଯାନ ପାଇଁ ୨୪୨କୋଟି, ମଧ୍ୟାହ୍ନ ଭୋଜନ ପାଇଁ ୨୩କୋଟି, ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଶହେ କୋଟି, ମୋ ସ୍କୁଲ ଅଭିଯାନ ପାଇଁ ୩୫କୋଟି, ଏସସି ଓ ଏସଟି ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ ପାଇଁ ୨୬୩କୋଟି, ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସଂଖ୍ୟାଲଘୁମାନଙ୍କ ନିମିତ୍ତ ଆବାସ ନିର୍ମାଣ ପାଇଁ ୨୦କୋଟି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବାମା ଯୋଜନାର ପ୍ରଣୟନ ପାଇଁ ୬୨କୋଟି, ସ୍ବାସ୍ଥ୍ୟ ସହାୟତା ପାଇଁ ୮୨କୋଟି, ସଂମ୍ପୂର୍ଣ୍ଣା ଯୋଜନା ପାଇଁ ୨୫କୋଟି, ନିଦାନ ଯୋଜନା ପାଇଁ ୧୨କୋଟି, ମୁଖ୍ୟମନ୍ତ୍ରୀ ମହିଳା ଶସକ୍ତିକରଣ ଯୋଜନା ପାଇଁ ୫୦କୋଟି, ଏସଏଚଜି ପାଇଁ ୪୯କୋଟି, ସମନ୍ବିତ ଶିଶୁ ଉନ୍ନୟନ ଯୋଜନା ପାଇଁ ୮୦କୋଟି, ମଧୁବାବୁ ପେନସନ ଯୋଜନା ପାଇଁ ୨୫କୋଟି, ପୋଲିସ, ଅଗ୍ନିଶମ ସେବା ଓ କାରାଗାର ଗୃହ ନିର୍ମାଣ ପାଇଁ ୫୦କୋଟି, ରାଜ୍ୟ ରାଜଧାନୀ ପ୍ରକଲ୍ପ ପାଇଁ ୬୮କୋଟି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର କୋଠାବାଡି ନିର୍ମାଣ ପାଇଁ ୧୧କୋଟି, କିଲୋ ପ୍ରତି ୧ଟଙ୍କା ଚାଉଳ ପ୍ରଦାନ ଯୋଜନାରେ ଆହୁରି ହିତାଧୀକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ୮୧କୋଟି, ଏଲଡବ୍ଲୁ୍ଇ ପ୍ରଭାବିତ ଅଞ୍ଚଳରେ ସଡକ ପୁନଃନିର୍ମାଣ ଯୋଜନା ପାଇଁ ୧୩୫କୋଟି, ରାଜ୍ୟ ରାଜପଥ ଉନ୍ନୟନ ପ୍ରକଳ୍ପ ପାଇଁ ୪୦କୋଟି, ସଡକ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୫୦କୋଟି, ବିଜୁ ଏକ୍ସପ୍ରେସ ମାର୍ଗ ପାଇଁ ୩୦କୋଟି, ଶ୍ରୀ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବ ଉନ୍ନତିକରଣ ପାଇଁ ଉଦ୍ଦିଷ୍ଟ ଅଭଡା ଯୋଜନାରେ ୨୦କୋଟି, ସମନ୍ବିତ ଯୁବ ବର୍ଗ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୫୩ କୋଟି, ଓଡିଶା ବିଶ୍ବକପ୍ ହକି-୨୦୧୮ ଆୟୋଜନ ପାଇଁ ୨୩କୋଟି, ଅନ୍ୟାନ୍ୟ କ୍ରୀଡା ଭିତ୍ତିଭୂମି ବିକାଶ ପାଇଁ ୧୬କୋଟି, ସ୍ବତନ୍ତ୍ର ଉନ୍ନୟନ ପାଣ୍ଠି ପାଇଁ ଶହେ କୋଟି ଟଙ୍କା ବ୍ୟୟବରାଦ ଅନ୍ତର୍ଭୁକ୍ତ।

   Related Posts