Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ଓଡ଼ିଶା ସରକାରୀ ସେବାର କଣ୍ଡକ୍ଟ ରୁଲର ଧାରା ୭ କୁ ସରକାର କଲେ କଡା କଡି, ଏଣିକି ଗଣ ମାଧ୍ୟମରେ ଆଉ ମୁହଁ ଖୋଲିବେନି ସରକାରୀ ବାବୁ , ବିଭିନ୍ନ ସ୍ତରରେ ଅସନ୍ତୋଷ

31/10/2019 at 5:57 PM

ଭୁବନେଶ୍ବର୩୧|୧୦; ଓଡ଼ିଶା ସରକାରୀ ସେବାର କଣ୍ଡକ୍ଟ ରୁଲର ଧାରା ୭ ଅନୁଯାୟୀ ଗଣ ମାଧ୍ୟମରେ ମୁହଁ ଖୋଲିବେନି ସରକାରୀ ବାବୁ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏମିତି ବିଜ୍ଞପ୍ତି ପ୍ରକାଶ ପାଇଛି। ମିଡିଆ ଓ ସୋସିଆଲ ମିଡିଆରେ ନିଜ ବିଭାଗ ନେଇ କୈଣସି ମତ କି ଲେଖା ଲେଖିପାରିବେନି ସରକାରୀ ଅଧିକାରୀ । ଏନେଇ ଜିଏ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ତେବେ ସରକାରଙ୍କ ଚିଠିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ସର୍ଭିସ ରୁଲ ଆଳରେ ସରକାର ବାବୁଙ୍କ ମୁହଁରେ ତୁଣ୍ଡି ଦେଉଛନ୍ତି ଓ ଗଣମାଧ୍ୟମର କଣ୍ଠ ରୋଧ ପାଇଁ ଏହା ପ୍ରୟାସ ବୋଲି କହିଛନ୍ତି। ଏହାର ଜବାବ ରଖିଛି ବିଜେଡି।…

ସରକାରୀ ବାବୁଙ୍କ ମୁହଁରେ ଲାଗିବ ତୁଣ୍ଡି। ଆଉ ନିଜ ଇଛାରେ ଗଣମାଧ୍ୟମରେ ରଖିପାରିବେନି ପ୍ରତିକ୍ରିୟା। ଏମିତି କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ସରକାରୀ ସେବା କଣ୍ଡକ୍ଟ ରୁଲର ଧାରା ୭କୁ ଆଳ କରି ସରକାରୀ ବାବୁଙ୍କ ଉପରେ ଲଗାମ କଷିଛି ସାଧାରଣ ପ୍ରଶାସନ ବିଭାଗ। ଏଣିକି ସରକାରୀ ବାବୁ ମାନେ ମିଡିଆ ଓ ସୋସିଆଲ ମିଡିଆରେ କୌଣସି ପ୍ରକାରର ପ୍ରତିକ୍ରିୟା କିମ୍ବା ଲେଖା ପ୍ରକାଶ କରିପାରିବେନି।

କୌଣସି ସଚିବ, କର୍ମଚାରୀ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିପାରିବେନି ବୋଲି ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ।  ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗର ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ସ୍ବତନ୍ତ୍ର ସଚିବ ଏବଂ କମିଶନରଙ୍କଠୁ ଆରମ୍ଭ କରି ଆରଡିସି ଓ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖାଯାଇଛି ।କିନ୍ତୁ ସରକାଙ୍କ ଏପରି ନିଷ୍ପତ୍ତିକୁ କିନ୍ତୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧୀ।

ବିଜେପି କହିଛି ଏହା ସତ ଲୁଚାଇବାର ପ୍ରୟାସ ।ଏହାଦ୍ବାରା ଲୋକଙ୍କ ସହ ବିଭାଗର ଦୂରତା ବଢିବ। କଂଗ୍ରେସ କହିଛି ଏହା ରାଜା ରାଜୁଡା ଅମଳର ଅନ୍ଧାରୀ ଶାସନ ପରି। ଆଗରୁ ବିଧାୟକ, ମନ୍ତ୍ରୀଙ୍କ ଉପରେ କହିବାକୁ ଅଲିଖିତ କଟକଣା ଥିଲା। ଏବେ ଅଧିକାରୀଙ୍କ ଉପରେ କଟକଣା । …

ସରକାରଙ୍କ ନିଷ୍ପତ୍ତିକୁ କିନ୍ତୁ ସହଜରେ ଗ୍ରହଣ କରିପାରିନାହାନ୍ତି ପୂର୍ବତନ ପ୍ରଶାସକ ।ଏହାଦ୍ବାରା ଦୁର୍ନୀତି ଲୁଚିବ ଏବଂ ସତ ପଦାକୁ ଆସିବନି ।ଅନ୍ୟପକ୍ଷରେ ଶାସକ ଦଳର ଯୁକ୍ତି ସରକାର କେଉଁଠି ଗଣମାଧ୍ୟରେ ପ୍ରତିକ୍ରିୟା ରଖିବାକୁ ଅଧିକାରୀ ମାନଙ୍କୁ ମନା କରି ନାହାନ୍ତି। ବରଂ କେନ୍ଦ୍ର ସରକାରଙ୍କ ସରକାରୀ ସେବାର କଣ୍ଡକ୍ଟ ରୁଲର ଧାରା ୭କୁ ଅନୁପାଳନ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା କେବଳ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସୀମିତ।…

ବିଭିନ୍ନ ପ୍ରସଙ୍ଗରେ ସରକାରୀ ଅଧିକାରୀ ଓ ସଚିବ ଗଣମାଧ୍ୟମରେ ସରକାରଙ୍କ ପକ୍ଷ ରଖୁଥିଲେ। ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଗଣମାଧ୍ୟମରେ  ପ୍ରତିକ୍ରିୟା ଦେଉଥିଲେ । ଏହାରି ଭିତରେ ଅନେକ ପ୍ରସଙ୍ଗରେ ସରକାର ବିଭାଗୀୟ ଅଧିକାରୀଙ୍କ ମତ ସରକାରଙ୍କୁ ଅଡୁଆରେ ପକାଇଥିଲା। ଯାହାକୁ ଦେଖି ସରକାର ଏପରି ନିର୍ଦ୍ଦେଶ ଜାରି କରିଥିବା କୁହାଯାଉଛି।

ତେବେ ପ୍ରଶ୍ନ ଉଠୁଛି ଏହି କଟକଣା  ପରେ ଗଣ ମାଧ୍ୟମକୁ ସଠିକ ତଥ୍ୟ ଆସିବ ତ ?

   Related Posts