Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରାଫିକ ଫାଇନ ସମ୍ପର୍କରେ ବଡଖବର: ଆଉ ଆଦାୟ ହେବନି ଏକାଧିକ ଫାଇନ୍ , କେବଳ ସିରିୟସ ଅଫେନ୍ସ ପାଇଁ ହେବ ଜୋରିମନା

6/09/2019 at 7:03 PM

ଭୁବନେଶ୍ୱର ୬।୯: ଟ୍ରାଫିକ ନିୟମ ଉଲ୍ଲଂଘନରେ ଏକାଧିକ ଫାଇନ୍ ନେଇ ନୂଆ ନିଷ୍ପତ୍ତି ହୋଇଛି। ଏଣିକି ଆଉ ଏକାଧିକ ପ୍ରକାର ଫାଇନ ଆଦାୟ କରାଯିବନି। ରାଜ୍ୟ ପରିବହନ ସଚିବ ଜି.ଶ୍ରୀନିବାସନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ତେବେ କେବଳ ସିରିୟସ ଅଫେନ୍ସ କ୍ଷେତ୍ରରେ ଫାଇନ ଆଦାୟ କରାଯିବ ବୋଲି ପରିବହନ ସଚିବ କହିଛନ୍ତି।  

ନୂଆ ଟ୍ରାଫିକ ନିୟମକୁ କାଡାକଡି ଲାଗୁକୁ ନେଇ ଜନ ଅସନ୍ତୋଷ ବ୍ୟାପିବା ପରେ ସରକାର ସାମାନ୍ୟ କୋହଳ କରିଛନ୍ତି । ମାସେ ପାଇଁ ପଲ୍ୟୁସନ ସାର୍ଟିଫିକେଟ ଚେକିଂକୁ କୋହଳ କରାଯାଇଛି। ଏହାସହ ଯାଞ୍ଚ ଅଧିକାରୀଙ୍କ ଉପରେ ଲଗାମ କଷିଛନ୍ତି ସରକାର । ଭୁଲ ବଶତଃ ଯଦି ଲୋକଙ୍କ ଉପରେ ଫାଇନ୍ ପକାଗଲା ନିୟମ ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଡବଲ ଫାଇନ୍ ଆଦାୟ କରିବାକୁ ସ୍ଥିର କରିଛନ୍ତି  । ଏପଟେ ଖରାପ ରୋଡକୁ ପ୍ରଶ୍ନ ଉଠୁଥିବାବେଳେ ରୋଡ ମରାମତି ପାଇଁ NHAI କିମ୍ବା ପୂର୍ତ୍ତ ବିଭାଗ ଅନୁଦାନ ନାହିଁ କହି ହାତ ଟେକି ଦେଇଥିବା ବେଳେ ଏହାକୁ ନେଇ ଉଭୟ ଶାସକ ଓ ବିରୋଧୀ  ଦଳ ନେତା ତାତିଛନ୍ତି ।

ନରମିଲେ ସରକାର । କୋହଳ କରିଛନ୍ତି ଟ୍ରାଫିକ ନିୟମ । ମାସ ପର୍ଯ୍ୟନ୍ତ ପଲ୍ୟୁସନ ସାର୍ଟିଫକେଟ ଚେକ କରିବେନି  ଅଧିକାରୀ। ପଲ୍ୟୁସନ ସାର୍ଟି ଫିକେଟ ପାଇବା ପାଇଁ ଭିତ୍ତିଭୂମି ନଥିବାରୁ ଅଧିକାଂଶ  ସରାକରୀ ଗାଡିର ବି ପଲ୍ୟୁସନ ସାର୍ଟିଫିକେଟ ନାହିଁ । ଯେଉଁଥିପାଇଁ ପଲ୍ୟୁସନ ସାର୍ଟିଫକେଟ ଚେକ ନ କରିବାକୁ ନିର୍ଦେଶ ଦେଇଛି ପରିବହନ ବିଭାଗ। କେବଳ ସେତିକି ନୁହେଁ ଏବେ ଆଉ ଏକାବେଳେ େକାଧିକ ପାଇନ ଦେବାକୁ ପଡିବ ନାହିଁ ବୋଲି ମଧ୍ୟ ପରିବହନ ସଚିବ ଘୋଷଣା କରିଛନ୍ତି । କେବଳ ସିରିୟସ ଅଫେନ୍ସ ପାଇଁ ଜୋରିମନା ଦେବାକୁ ହେବ ।

ଏପଟେ ଅନଲାଇନ ବଦଳରେ ମାନୁଆଲ୍‌ ପଲ୍ୟୁସନ୍‌ ସାର୍ଟିଫକେଟ ଦେବା ପାଇଁ ନିର୍ଦେଶ ଦିଆଯାଇଛି  । ଏହାସହ ବିଭିନ୍ନ  ଚାଳକଙ୍କ ଉପରେ ଲାଗୁଥିବା ଜବରଦସ୍ତି ଫାଇନ୍‌ ଉପରେ କିଛିଟା ଲଗାମ୍‌ ଲଗାଇଛନ୍ତି । ଯଦି କୌଣସି ଅଧିକାରୀ ଭୁଲ ବଶତଃ ଚାଳକଙ୍କ ଉପରେ ଅଧିକ ଫାଇନ୍‌ ଲଗାଇଥିବା ପ୍ରମାଣିତ ହେବ ତେବେ ନୂଆ ନିୟମ ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କଠାରୁ ଡବଲ ଫାଇନ ଆଦାୟ କରିବାକୁ ସ୍ଥିର ହୋଇଛି । ସେହିପରି ଯଦି କୌଣସି ଚାଳକ ସାଙ୍ଗରେ  କାଗଜପତ୍ର ଧରିନାହାନ୍ତି ଏବଂ ଫାଇନ୍‌ ପଡିଛି ସେ କ୍ଷେତ୍ରରେ ଆବଶ୍ୟକୀୟ କାଗଜପତ୍ର ଦେଖାଇବା ପରେ ଫାଇନ ଫେରସ୍ତ ହେବ ବୋଲି  ସୂଚନା ଦେଇଛନ୍ତି ପରିବହନ ସଚିବ।

ଲୋକଙ୍କ ମନରେ ଆଉ ଏକ ଆପତ୍ତି ଥିଲା ପତିପତ୍ନୀ ଛୋଟ ପିଲାଙ୍କୁ ଛାଡ଼ି ବାଇକରେ କେମିତି ଯିବେ। ଏଥିରେ ମଧ୍ୟ ଟିକେ କୋହଳ କରାଯିବାର ଆଭାସ ଦିଆଯାଇଛି। ସର୍ବାଧିକ ୧୨ ବର୍ଷର ଜଣେ ପିଲା ହିଁ ବାପା ମାଙ୍କ ସହ ବାଇକ୍‌ରେ ଯାଇପାରିବେ । ତେବେ ସମସ୍ତେ ହେଲମେଟ୍ ପିନ୍ଧିଥିଲେ ଫାଇନ୍‌ ଆଦାୟ ହେବନି ବୋଲି ପୋଲିସ କମିଶନର କହିଛନ୍ତି । ସେପଟେ ଟ୍ରାଫିକ ନିୟମ ଉଲଂଘନ ପାଇଁ ଗାଡି ଚାଳକ ମୋଟା ଅଙ୍କର ଫାଇନ ଗଣୁଥିବାବେଳେ ଭୁବନେଶ୍ବରରେ ରାସ୍ତାଘାଟ ଖରାପ ପାଇଁ ଜନଅସନ୍ତୋଷ ବ୍ୟାପିବାରେ ଲାଗିଛି। ଯାହାକୁ ଆଖି ଆଗରେ ରଖି ପୋଲିସ କମିଶନର ଏନଏଚଏଆଇ, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ବିଏମସି ଓ ବିଡିଏ ଅଧିକାରୀଙ୍କ ବୈଠକ ଡାକିଥିଲେ। ହେଲେ ଏନଏଚଏଆଇ, ପୂର୍ତ୍ତବିଭାଗ ଅଧିକାରୀ ମାନେ ମରାମତି ପାଇଁ ଅନୁଦାନ ନଥିବାରୁ ସିଧା ହାତଟେକିଦେଇଛନ୍ତି।

 ଟ୍ରାଫିକ ନିୟମ ଉଲଂଘନ ପାଇଁ ପୋଲିସର ଏପରି ଧରପଗଡକୁ ନେଇ ତାତି ଉଠିଛନ୍ତି ରାଜନେତା।  ଖୋଦ ଶାସକ ଦଳ ସଦସ୍ୟ ଏନେଇ ଆପତ୍ତି ଉଠାଇଛନ୍ତି। ଏହି ନୂଆ ଟ୍ରାଫିକ ନିୟମରେ ଅସଙ୍ଗତି ରହିଛି।  ଆଇନ୍ ତର୍ଜମା ହେବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ବିରୋଧୀ ଦଳ ସିଧା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭିତ୍ତିଭୂମି ପ୍ରସ୍ତୁତ ନକରି ଏପରି ବ୍ୟବସ୍ଥା ଲୋକଙ୍କ ଉପରେ ଲଦିଦେବା ଠିକନୁହେଁ କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଜନ ଅସନ୍ତୋଷକୁ ଦେଖି ସରାକର ଏବେ ଏକାଧିକ ଫାଇନ୍ ବଦଳରେ  ଗୋଟିଏ ଫାଇନ ଆଦାୟ କରିବାକୁ ବିଚାର ବିର୍ମଶ କରୁଛନ୍ତି ।

   Related Posts