Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ରଙ୍କ ନାମ ସୁପାରିସ କଲେ ରାଜ୍ୟ ସରକାର

5/06/2020 at 9:32 AM

ଭୁବନେଶ୍ୱର ୫/୦୬: ଅର୍ଜୁନ ପୁରସ୍କାର ପାଇଁ ରାଜ୍ୟରୁ ଦ୍ୱିତୀୟ ଖେଳାଳି ଭାବେ ବୀରେନ୍ଦ୍ର ଲାକ୍ରାଙ୍କ ନାମ ସୁପାରିସ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଅଲିମ୍ପିଆନ ଦୂତି ଚାନ୍ଦ ଓ ହକି ତାରକା ବୀରେନ୍ଦ୍ରଙ୍କ ନାମ ସିଧାସଳଖ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ସୁପାରିସ ହୋଇଛି ।

ପୂର୍ବରୁ କେବଳ ଦୂତିଙ୍କ ନାମ ସୁପାରିସ ହୋଇଛି ବୋଲି କ୍ରୀଡ଼ା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଆଜି ପୁଣି ବୀରେନ୍ଦ୍ରଙ୍କ ନାମ ସୁପାରିସ କରାଯାଇଛି । ଦୂତିଙ୍କ ନାମ ଜାତୀୟ ଆଥଲେଟିକ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଦ୍ୱାରା ମଧ୍ୟ ସୁପାରିସ ହୋଇଛି । ଗତକାଲି ଏଏଫ୍‌ଆଇ ତାଙ୍କ ନାମ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟକୁ ପଠାଇଥିଲା ।

ହକି ଇଣ୍ଡିଆ କିନ୍ତୁ ବୀରେନ୍ଦ୍ରଙ୍କ ନାମ ସୁପାରିସ କରି ନାହିଁ । ବରଂ ଖେଳରତ୍ନ ପାଇଁ ରାଣୀ ରାମପାଲ ଏବଂ ଅର୍ଜୁନ ପୁରସ୍କାର ପାଇଁ ବନ୍ଦନା କାଟାରିଆ, ମୋନିକା ଓ ହର୍ମନପ୍ରୀତଙ୍କ ନାମ ପଠାଇଛି । ହର୍ମନପ୍ରୀତଙ୍କ ଠାରୁ ବୀରେନ୍ଦ୍ର ବରିଷ୍ଠ ଓ ଦକ୍ଷ ଖେଳାଳି ହୋଇଥିଲେ ବି ହକି ଇଣ୍ଡିଆ ତାଙ୍କ ନାମ ନେଇ ନାହିଁ । ରାଜ୍ୟ କ୍ରୀଡ଼ା ବିଭାଗ ନିଜ ଆଡ଼ୁ ଦୁଇ କ୍ରୀଡ଼ାବିତଙ୍କ ନାମ ସୁପାରିସ କରିଥିବା ଏକ ଅଫିସିଆଲ ପତ୍ରରୁ ସ୍ପଷ୍ଟ ହୋଇଛି ।

ଭେଟେରାନ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଅନ୍ତର୍ଜାତୀୟ ହକିରେ ୧୯୬ ମ୍ୟାଚ୍‌ (୧୦ ଗୋଲ) ଖେଳିବା ସହ ଏସୀୟ କ୍ରୀଡ଼ା, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ୱକପ୍‌ ଓ ଅଲିମ୍ପିକ୍ସ ଖେଳିବାର ଅଭିଜ୍ଞତା ରଖିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ବିଶ୍ୱକପ୍‌ ଦଳରେ ସେ ସାମିଲ ଥିଲେ । ଗତ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଭାରତୀୟ ଦଳ କଳିଙ୍ଗରୁ ହିଁ ଟୋକିଓ ଅଲିମ୍ପିକ୍ସ ଟିକେଟ୍‌ ହାସଲ କରିଥିଲା ।

ଗତକାଲି ଜାତୀୟ କ୍ରୀଡ଼ା ପୁରସ୍କାର ଆବେଦନର ଶେଷ ତାରିଖ ରହିଥିଲା । ମାତ୍ର କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବ ନିୟମରେ କିଛିଟା ପରିବର୍ତ୍ତନ କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ । କ୍ରୀଡ଼ାବିତମାନେ ପୁରସ୍କାର ପାଇଁ ନିଜ ନାମ ନିଜେ କ୍ରୀଡ଼ା ବିଭାଗକୁ ଇ-ମେଲ୍‌ ଯୋଗେ ପଠାଇ ପାରିବେ ।

   Related Posts