Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ରାଜ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ସରକାର ବାଣ୍ଟିଛନ୍ତି କାଳିଆ ଟଙ୍କା, ପାଣିରେ ପଡିଲା ୧୩୩କୋଟି ଟଙ୍କା !

22/08/2019 at 8:12 PM

ଭୁବନେଶ୍ବର୨୨|୮: କାଳିଆ ତାଲିକାରେ ଲକ୍ଷ ଲକ୍ଷ  ଅଯୋଗ୍ୟ ହିତାଧିକାରୀ। ୫୧ ଲକ୍ଷ ହତାଧିକାରୀଙ୍କ ମଧ୍ୟରୁ ମାତ୍ର ୩୮ଲକ୍ଷ ହିତାଧିକାରଙ୍କ କାଗଜ ପତ୍ର ଜାଞ୍ଜ ହୋଇଛି। ସେଥିରୁ ୨ଲକ୍ଷ୬୬ହଜାର ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି । ଆହୁରି ୨ରୁ୩ଲକ୍ଷ ଅଯୋଗ୍ୟ ହିତାଧିକାରୀ ବାହାରିବେ ।

ଏତେ ସଂଖ୍ୟକ ଅଯୋଗ୍ୟ ହତିଧିକାରୀ କେମିତି ସାମିଲା ହେଲେ ଏବଂ ସେମାନଙ୍କୁ ବିନା ଯାଞ୍ଚରେ ଦିଆଯାଇଥିବା କୋଟି କୋଟି ଟଙ୍କା ପାଇଁ କିଏ ଦାୟୀ ହେବ ସେନେଇ ଉଠିଛି ପ୍ରଶ୍ନ।

ରାଜ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ସରକାର ବାଣ୍ଟିଛନ୍ତି କାଳିଆ ଟଙ୍କା। ଜଣକା ୫ ହଜାର ଟଙ୍କା ହିସାବ କଲେ ହେବ ୧୩୩କୋଟି ଟଙ୍କା । ଏହି ୧୩୩କୋଟି ଟଙ୍କା ବଣ୍ଟା ଯାଇଛି ଅଯୋଗ୍ୟ ହିତାଧିକାରୀଙ୍କୁ ଯେଉଁମାନେ ଟଙ୍କା ପାଇବାକୁ ଯୋଗ୍ୟ ନୁହନ୍ତି କିମ୍ବା ଯେଉଁମାନେ ପ୍ରକୃତ ସରକାରୀ ସାହାଯ୍ୟ ପାଇବା ପାଇଁ ହକଦାର ନୁହନ୍ତି।

ଏହି ୧୩୩ କୋଟି ପାଣିରେ ପଡ଼ିଲା ବୋଲି କୁହାଯାଇପାରିବ। ରାଜ୍ୟରେ ଏବେସୁଦ୍ଧା ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦିଆଯାଇଛି ବୋଲି ସରକାର ସ୍ବୀକାର କରିଛନ୍ତି । ଅଗଷ୍ଟ ୨୨ ତାରିଖ ସୁଦ୍ଧା ୩୬ ଲକ୍ଷ ୮୮ ହଜାର ହିତାଧିକାରୀଙ୍କୁ ଯାଞ୍ଜ କରାଯାଇଛି।

ଅଗଷ୍ଟ ୩୧ ତାରିଖରେ ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବ।  ସେତେବଳକୁ ଅଯୋଗ୍ୟ ହତାଧିକାରିଙ୍କ ସଂଖ୍ୟା ୫ଲକ୍ଷ ହେବ ବୋଲି ଆଶାଙ୍କା କରୁଛି ବିଭାଗ। ଯାଞ୍ଜ ପ୍ରକିୟା ଶେଷ ହେବା ପରେ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ପାଇଛନ୍ତି ସେମାନଙ୍କ ଠାରୁ ଫେରାଇବା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ

ପ୍ରଶ୍ନ ଉଠୁଛି କାହା କାହା ବିରୋଧରେ ସରକାର କାର୍ଯ୍ୟନୁଷ୍ଟାନ ନେବେ । ଯେଉଁ ମାନେ ସହାୟତା ରାଶି ପାଇଛନ୍ତି ଏତେଦିନ ପରେ କଣ ସରକାର ସେମାନଙ୍କ ଠାରୁ ଏହି ଟଙ୍କା ଆଦାୟ କରିପାରିବେ କି ?  ଯଦି ନଫେରାଇପାରିବେ ସେମାନଙ୍କ ବିରୋଧରେ ସରକାର କଣ ଆକ୍ସନ ନେଇପାରିବେ ।  

କାଳିଆ ଯୋଜନା ନିର୍ବାଚନ ପାର୍‌ କଲା। ନିର୍ବାଚନ ସରିଲେ ଆହୁରି ଲୋକଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି କୁହାଗଲା। କିନ୍ତୁ ଏବେ ନିର୍ବାଚନ ପରେ କାଳିଆ ଯୋଜନା ଏବେ ତଣ୍ଟିର କଣ୍ଟା ହେବାକୁ ବସିଲାଣି।  କେମିତି ଯୋଜନାରୁ ଲୋକଙ୍କୁ ବାଦ୍‌ ଦିଆଯିବ ସେନେଇ ଚାଲିଛି ଗଣତି।

   Related Posts