ଭୋପାଲ : ଗଞ୍ଜେଇ ଚାଷକୁ ବୈଧ କରିବା ଲାଗି ଓଡିଶା ସରକାର ପ୍ରସ୍ତାବରୁ ଓହରି ଯାଇଛନ୍ତି। ତେବେ ମଧ୍ୟପ୍ରଦେଶର କମଲ ନାଥ ସରକାର ଏବେ ଏ ଦିଗରେ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟରେ ଗଞ୍ଜେଇ ଚାଷ ଲାଗି ଆଗ୍ରହୀ ଚାଷୀଙ୍କୁ ଅଫିମ ଚାଷ ଭଳି ପ୍ରତିବର୍ଷ ଲାଇସେନ୍ସ ପ୍ରଦାନ କରାଯିବ। ଏଥିଲାଗି ରାଜ୍ୟ ବାଣିଜ୍ୟକର ବିଭାଗ ଏନଡିପିଏସ୍ ଆଇନ ୧୯୮୫ରେ ସଂଶୋଧନ ଲାଗି ପ୍ରୟାଶ ଆରମ୍ଭ କରିଛି।
{"id":187182,"sizeSlug":"large"}କମଲ ନାଥ ସରକାର ‘ଇସଡେକନ’ କମ୍ପାନୀର ପ୍ରସ୍ତାବ ଉପରେ ଏହି ପଦକ୍ଷେପ ନେବାକୁ ଯାଉଛନ୍ତି। କମ୍ପାନୀ ଗଞ୍ଜେଇରୁ କ୍ୟାନସର ସମେତ ଅନ୍ୟ ରୋଗର ଔଷଧ ଉତ୍ପାଦନ ନିମନ୍ତେ ରାଜ୍ୟରେ ୧୨ଶହ କୋଟି ଟଙ୍କା ନିବେଶ କରିବାକୁ ପ୍ରସ୍ତାବ ଦେଇଛି। କମ୍ପାନୀର ଏହି ପ୍ରସ୍ତାବ ନିମନ୍ତେ ମୁଖ୍ୟମନ୍ତ୍ରୀ କମଲ ନାଥ ରାଜ୍ୟରେ ଗ଼ଞ୍ଜେଇ ଚାଷକୁ ବୈଧ କରିବା ଲାଗି ତାଙ୍କର ସହମତି ଜଣାଇଛନ୍ତି। ତେବେ ଆଇନ ସଂଶୋଧନ ପରେ ରାଜ୍ୟରେ ଯେଉଁ ଚାଷ ଲାଗି ଲାଇସେନ୍ସ ଦିଆଯିବ ତାହ ଗଞ୍ଜେଇ ଚାଷ ଲାଇସେନ୍ସ ନୁହଁ ବୋଲି କହିଛନ୍ତି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପି.ସି. ଶର୍ମା।
{"id":187185,"sizeSlug":"large"}ଶର୍ମା କହିଛନ୍ତି ଯେ ଏହା ଗଞ୍ଜେଇ ଭଳି ଏକ କୃଷି ଉତ୍ପାଦ ହେଲେହେଁ ଗ଼ଞ୍ଜେଇ ନୁହେଁ। ଏହାକୁ ଖିଆ ଅଥବା ପିଆ ଯାଇପାରିବ ନାହିଁ। ଏହାର ଏଭଳି ପ୍ରୟୋଗ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହେବ। ତେବେ ଔଷଧିୟ ପ୍ରୟୋଗ ସାଙ୍ଗକୁ ଏଥିରୁ ବସ୍ତ୍ର ଉତ୍ପାଦନ କରିବାର ଲକ୍ଷ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି। ଏହି ଚାଷ ରାଜ୍ୟ ବିକାଶରେ ଏକ ନୂଆ ଦିଶା ଦର୍ଶନ ଦେବ ବୋଲି ଶର୍ମା ଆଶାବ୍ୟକ୍ତ କରିଛନ୍ତି।
{"id":187187,"sizeSlug":"large"}ମଧ୍ୟପ୍ରଦେଶ ପୂର୍ବରୁ ଓଡିଶା ସରକାର ଏ ନେଇ ପ୍ରଥମେ ଚିନ୍ତା କରିଥିଲେ। ଏଥିଲାଗି କିଛି ଔଷଧ କମ୍ପାନୀ ବାରମ୍ବାର ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଥିଲେ। ହେଲେ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ଅବକାରୀ ବିଭାଗର ଉଚ୍ଚସ୍ତରୀୟ ବୈଠକରେ ଆଇନ ବିଭାଗ ଏଥିଲାଗି ଅନୁମତି ଦେଇନଥିବା କହିଥିଲେ। ଏଣୁ ରାଜ୍ୟରେ ଗଞ୍ଜେଇ ଚାଷକୁ ବୈଧ କରାଯିବା ନେଇ ଚାଲିଥିବା କଳ୍ପନା ଜଳ୍ପନାରେ ବିରାମ ଲାଗିଥିଲା।