କଟକ ୧୫।୦୨ -- ରଣଜୀ ଟ୍ରଫିରେ ଓଡିଶାର ଦମଦାର ପ୍ରଦର୍ଶନ। ଦୁଇଟି ସିଜନ ପରେ ଦ୍ବିତୀୟ ଦଳ ଭାବେ ଏଥର ରଣଜୀ କ୍ବାର୍ଟର ଫାଇନାଲ ପାଇଁ ସ୍ଥାନ ପକ୍କା କରିଛି ଓଡିଶା ରଣଜୀ ଟିମ୍ । ବାରବାଟୀରେ ଖେଳାଯାଇଥିବା ଝାଡଖଣ୍ଡ ବିପକ୍ଷ ମ୍ୟାଚକୁ ଡ୍ର ରହିବାରୁ ଓଡିଶାକୁ ମିଳିଛି କ୍ବାର୍ଟର ଫାଇନାଲ ଟିକେଟ।
{"id":224958,"sizeSlug":"large"}
ରଣଜୀ ମୁକାବିଲାରେ ଓଡିଶା ଦଳ ଦେଖାଇଛି ଦମ୍ ।ବାରବାଟୀରେ ଝାଡଖଣ୍ଡ ବିପକ୍ଷ ମ୍ୟାଚକୁ ଡ୍ର ରଖି ଓଡିଶା ହାତେଇଛି କ୍ବାର୍ଟର ଫାଇନାଲ ଟିକେଟ। ଦୁଇଟି ସିଜନ ପରେ ଓଡିଶା ରଣଜୀ ଦଳ ପାଇଛି ଏହି ସଫଳତା।ଏଲିଟ୍ ଗ୍ରୁପ ସିରେ ଓଡିଶା ୯ଟି ମ୍ୟାଚରୁ ୩୮ ପଏଣ୍ଟ ପାଇ ଜମ୍ମୁ କାଶ୍ମୀର ପରେ ଦ୍ବିତୀ ୟ ଦଳଭାବେ ରଣଜୀ କ୍ବାର୍ଟର ପାଇଁ ସ୍ଥାନ ପକ୍କା କରିଛି। ବାରବାଟୀରେ ଅଧିନାୟକ ଶୁଭ୍ରାଂଶୁ ସେନାପତି ଗୋଟିଏ ଶତକ ଜମାଇଥିବାବେଳେ ଇନଫର୍ମ ବ୍ୟାଟସମ୍ୟାନ ଦେବାଶିଷ ସାମନ୍ତରାୟ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରି ଓଡିଶାକୁ ଦେଇଛନ୍ତି ଏହି ସଫଳତା।
ଇନଫର୍ମ ବ୍ୟାଟସମ୍ୟନ ଦେବାଶିଷ ସାମନ୍ତରାୟ ୧୫୬ରନର ଶତକୀୟ ପାଳି ଯୋଗୁ ଓଡିଶା ପ୍ରଥମ ଇନିଂସରେ ୪୩୬ ରନ କରିଥିଲା। ଜବାବରେ ଓଡିଶାର ଘାତକ ବୋଲିଂକୁ ସାମ୍ନା କରି ନ ପାରି ଝାଡଖଣ୍ଡ ୩୫୬ ରନରେ ଅଲ ଆଉଟ ହୋଇଥିଲା। ପ୍ରଥମ ଇନିଂସରେ ଓଡିଶାକୁ ୮୦ରନର ଲିଡ୍ ମିଳିଥିଲା। ଦ୍ବିତୀୟ ଇନିଂସରେ ଶୁଭ୍ରାଂଶୁ –ଦେବାଶିଷ ଦମଦାର ବ୍ୟାଟିଂ କରି ୧୮୭ରନରେ ପାଳି ଘୋଷଣା କରିଥିଲା ।ଅମ୍ପାୟାର ମ୍ୟାଚ ଡ୍ର ଘୋଷଣା କରିଥିଲେ।
ପ୍ରଥମ ଇନିଂସରେ ଆଗୁଆ ଭିତ୍ତିରେ ଓଡିଶାକୁ ୩ ପଏଣ୍ଟ ମିଳିଥିଲା । ଦଳ ଉଭୟ ବୋଲିଂ ଓ ବ୍ୟାଟିରେ ସନ୍ତୁଳିତ ହୋଇ ଖେଳୁ ଥିବା ବେଳେ ବୋଲିଂ ପ୍ରତି ଅଧିକ ଫୋକସ ଦେବା ପାଇଁ କହିଛନ୍ତି ପୂର୍ବତନ ରଣଜୀ ଖେଳାଳୀ ପବନ ଅଗ୍ରଓ୍ବାଲ ।ରଣଜୀ ଲିଗ୍ ପର୍ଯ୍ୟାୟ ଶେଷ ପରେ ଏବେ ୮ଟି ଟିମ୍ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏହାପରେ ଆରମ୍ଭ ହେବ ନକ୍ ଆଉଟ୍ ।