Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହଲିଉଡ୍ ହିଟ୍ ‘ଏଭେଞ୍ଜର୍ସ ଏଣ୍ଡଗେମ’ର ସଫଳତାରେ ରହିଛି ଓଡିଆ ଝିଅ ମିତାଙ୍କ ହାତ

ହଲିଉଡ୍ ଫିଲ୍ମ ‘ଏଭେଞ୍ଜର ଏଣ୍ଡଗେମ’କୁ ନେଇ ଏବେ ଚର୍ଚ୍ଚା ଜୋରଦାର । ହାଇ ଫାଇ ଗ୍ରାଫିକ୍ସ, ମନୋଲୋଭା ପିକ୍ଚରାଇଜେସନ ପାଇଁ ଫିଲ୍ମଟି ବେଶ ଦର୍ଶକୀୟ ଆଦୃତି ଲାଭ କରୁଛି ।ସବୁ ବର୍ଗର ଦର୍ଶକଙ୍କ ପ୍ରଥମ  ପସନ୍ଦ ପାଲଟିଥିବା ଏହି ଫିଲ୍ମ ରେ ଭିଜୁଆଲ ଇଫେକ୍ଟ ଦେଇଛନ୍ତି  ଓଡିଆ ଝିଅ ମିତା ।  ମିତାଙ୍କ ଘର ଟିଟିଲାଗଡ ଉପଖଣ୍ଡର ବାଙ୍କେଲ ଗାଁରେ । ଟିଟିଲାଗଡରେ ସ୍କୁଲ ଓ କଲେଜ ପାଠ ସାରିବା ପରେ ସେ ଭୁବନେଶ୍ବରରେ  ଏନିମେସନ୍ କୋର୍ସ କରିଥିଲେ ମିତା ଦାସ। ଏବେ ସେ ଏଭେଞ୍ଜର ଏଣ୍ଡଗେମ୍ ପରି ହଲିଉଡ୍ ମୁଭିରେ କାମ କରିବାର  ସୁଯୋଗ ପାଇ ଚର୍ଚ୍ଚାକୁ ଆସିଛନ୍ତି ।

ମିତାଙ୍କ ବାପା ଜଣେ ମନ୍ଦିର ପୂଜକ ଓ ମା  ଅଙ୍ଗନୱାଡି କର୍ମୀ । ଝିଅର ସଫଳତା ପାଇଁ ପରିବାର ଲୋକଙ୍କ ଛାତି  ଏବେ କୁଣ୍ଢେମୋଟ । ପରିବାର ଲୋକେ ସମସ୍ତ ଶ୍ରେୟ ମିତାଙ୍କୁ ଦେଇଛନ୍ତି ।ତାଙ୍କ ଅକ୍ଲାନ୍ତ ପରିଶ୍ରମ ଏହି ସଫଳତା ଆଣି ଦେଇଥିବା ତାଙ୍କ ବାପା ନିରନ ଦାସ କହିଛନ୍ତି ।    ମିତାଙ୍କ ଏହି ସଫଳତା ପାଇଁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଶୁଭକାମନାର ସୁଅ ।

234 Views

   ସମ୍ବନ୍ଧିତ ଖବର