Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୭ବର୍ଷିୟା ଓଡ଼ିଆ ଝିଅ ଅନନ୍ୟା ଧଳଙ୍କ ରଚିତ ଉପନ୍ୟାସ ‘ଦ ଇନ୍‌ଫେରନୋ’ର ପ୍ରକାଶନ କଲା ଆମେରିକାର ଆମାଜନ୍ କମ୍ପାନୀ

27/07/2019 at 3:00 PM

ଭୁବନେଶ୍ବର ୨୭|୭: ଓଡ଼ିଆ ଝିଅ ଅନନ୍ୟାଙ୍କ ଉପନ୍ୟାସ ପ୍ରକାଶନ କଲା ଆମାଜନ୍‌ । ୧୭ବର୍ଷିୟା ଓଡ଼ିଆ ଝିଅ ଅନନ୍ୟା ଧଳଙ୍କ ରଚିତ ଉପନ୍ୟାସ ‘ଦ ଇନ୍‌ଫେରନୋ’ର ପ୍ରକାଶନ କରିଛି ଆମେରିକାର ଆମାଜନ୍‌ କମ୍ପାନୀ ।  ପ୍ରକାଶନ ସହିତ ବିଶ୍ବ ବଜାରେ ଏହି ପୁସ୍ତକର ବିକ୍ରୟ ଦାୟିତ୍ବ ମଧ୍ୟ ନେଇଛି ଏହି ସଂସ୍ଥା । ଏତେ କମ୍‌ ବୟସରେ ଉପନ୍ୟାସ ରଚନା କରି ଅନନ୍ୟା  ନିଜ ପାଇଁ ସୃଷ୍ଟି କରିପାରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ ।

ଅନନ୍ୟ ଅନନ୍ୟା । ଏହାକୁ ପ୍ରମାଣିତ କରିଛନ୍ତି ଓଡିଆ ଝିଅ ଅନନ୍ୟା ଧଳ।  ବୟସ ମାତ୍ର ୧୭ । ଏତେ କମ୍‌ ବୟସରେ ଉପନ୍ୟାସ ରଚନା କରି ଅନନ୍ୟା  ନିଜ ପାଇଁ ସୃଷ୍ଟି କରିପାରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ । ଏହି ଓଡ଼ିଆ ଝିଅ ଅନନ୍ୟାଙ୍କ ଉପନ୍ୟାସ ‘ଦ ଇନ୍‌ଫେରନୋ’ର ପ୍ରକାଶନ କରିଛି ଆମେରିକାର ଆମାଜନ୍‌ କମ୍ପାନୀ ।  ପ୍ରକାଶନ ସହିତ ବିଶ୍ବ ବଜାରେ ଏହି ପୁସ୍ତକର ବିକ୍ରୟ ଦାୟିତ୍ବ ମଧ୍ୟ ନେଇଛି ଏହି ସଂସ୍ଥା ।

ଆମେରିକାର ହୁଷ୍ଟନସ୍ଥିତ  ସେଭେନ ଲେକ୍‌ ହାଇସ୍କୁଲରେ ଦ୍ବାଦଶ ଶ୍ରେଣୀରେ ପାଠ ପଢ଼ୁଛନ୍ତି ଅନନ୍ୟା । ହ୍ୟାରି ପୋଟର, ହଙ୍ଗର ଗେମ୍‌ ଭଳି ପୁସ୍ତକ ପଢ଼ିବାରେ ରୁଚି ରଖୁଥିବା ଅନନ୍ୟା  ନିଜେ ରଚନା କରିଥିବା ଉପନ୍ୟାସ  ‘ଦ ଇନ୍‌ଫେରନୋ’ ବା ‘ହୁତାସନ’ରେ ଆବେଗ ପ୍ରବଣତା, କାଳ୍ପନିକ ଘଟଣାବଳୀ, ଚରିତ୍ର ଚିତ୍ରଣ ଓ ଉପନ୍ୟାସର ଶାବ୍ଦିକ ସମ୍ଭାର ଏହାର ଯେ କୌଣସି ପାଠକଙ୍କୁ ଉପନ୍ୟାସ ପଢ଼ିବାରେ ବାନ୍ଧି ରଖିବ ବୋଲି ଆଶା କରିଛନ୍ତି ।

ଅନନ୍ୟାଙ୍କ ହୁତାସନ ଉପନ୍ୟାସରେ ଅଲୌକିକ ଶକ୍ତିକୁ ପୃଥିବୀର ବହୁ ଦୁଷ୍ଟ ଶକ୍ତି ଅଧିକାର କରି ତା’ର ମନ୍ଦ ବ୍ୟବହାର କରିବାକୁ ଉଦ୍ୟମ କରନ୍ତି । ସେହି ପରିସ୍ଥିତିରେ ଜଣେ ବାଳିକା ତା’ର ଅନ୍ତର୍ନିହିତ ଭୟକୁ ପରାସ୍ତ କରିବା ସହ ବିଜୟପ୍ରାପ୍ତି କରି ନିଜକୁ ଓ ସମଗ୍ର ବିଶ୍ବକୁ ରକ୍ଷା କରିବାର ପ୍ରୟାସ କରିଛି । ଠିକ୍‌ ଯେମିତି ଗଳ୍ପ, କବିତାରୁ ଆରମ୍ଭ ନକରି ସିଧା ଉପନ୍ୟାସ ଲେଖିବାକୁ ପ୍ରୟାସ କରିଛନ୍ତି ଅନନ୍ୟା ।

ଅନନ୍ୟାଙ୍କ ଦ୍ବିତୀୟ ଉପନ୍ୟାସ ଦ ଫ୍ଲେମ୍‌ ଏବେ ଛପା ହୋଇନଥିଲେ ସୁଦ୍ଧା ଅନଲାଇନ୍‌ରେ ଉପଲବ୍ଧ ହେଉଛି । ଜଣେ ଉଚ୍ଚକୋଟୀର ଚିତ୍ରକର ଏବଂ ଭାୟୋଲିନ୍‌ ବାଦକ ଭାବେ ମଧ୍ୟ ଅନନ୍ୟାଙ୍କ ବେଶ୍‌ ସୁନାମ ରହିଛି ।

କେବଳ ଏତିକିରେ ଅଟକି ଯାଇନି ଅନନ୍ୟାଙ୍କ ଅନନ୍ୟ ପ୍ରତିଭା । ଅବସର ସମୟରେ ସେ ଅସହାୟମାନଙ୍କ ସେବା କରିବାକୁ ବିଭିନ୍ନ ସଂସ୍ଥା ସହ ଜଡ଼ିତ ଅଛନ୍ତି । ବର୍ତ୍ତମାନ ସେ ୟୁନିସେଫ୍‌ ସ୍ଥାନୀୟ ୟୁଥ୍‌ ସଂସ୍ଥାର ସମ୍ପାଦକ ମଧ୍ୟ ଅଛନ୍ତି । ଆମେରିକୀୟ ବିଶ୍ବବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ୨ଶହ ଛାତ୍ରଛାତ୍ରୀଙ୍କ ଭିତରେ ଟପ୍‌ ହୋଇଛନ୍ତି ଅନନ୍ୟା । ଏମିତିରେ ଅନନ୍ୟା ତାଙ୍କ ବୟସର ଛାତ୍ରଛାତ୍ରୀଙ୍କ ପାଇଁ  ପ୍ରେରଣା ନିଶ୍ଚୟ । 

   Related Posts