ରେଳ ବଜେଟ୍ : ଓଡିଶା ପାଇଁ ୯ଟି ନୂଆ ରେଳ ଲାଇନ୍, ବାର୍ଷିକ ଅନୁଦାନ ଭାଙ୍ଗିଲା ସର୍ବକାଳୀନ ରେକର୍ଡ, ମିଳିଲା ୫୯୯୩ କୋଟିର ପ୍ରକଳ୍ପ

Published By : Prameya-News7 Bureau | July 10, 2019 IST

ଭୁବନେଶ୍ବର ୧୦|୭: ରେଳ ବଜେଟରେ ୫୯୯୩ କୋଟିର ପ୍ରକଳ୍ପ ମିଳିଛି । ଓଡିଶା ପାଇଁ ଏହା ସର୍ବାକାଳୀନ ରେକର୍ଡ ।  ଅନ୍ତରୀଣ ବଜେଟରେ  ଓଡ଼ିଶା ୫୯୪୦ କୋଟିର ଅନୁଦାନ ପାଇଥିଲା । । ସେହିପରି ବଜେଟରେ ଝାରସୁଗୁଡ଼ା-ବରପାଲି ନୂଆ ରେଳ ଲାଇନ ପାଇଁ ସର୍ବାଧିକ ୧୪୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।  ୯ଟି ନୂଆ ରେଳ ଲାଇନ ସହ ୧୪ଟି ଲାଇନର ଦୋହରୀକରଣ କରାଯିବ ।

{"id":132342}

ମୋଦିଙ୍କ ସେକେଣ୍ଡ ଇଂନିସରେ ଓଡ଼ିଶାକୁ ରେକର୍ଡ ରେଳ ଅନୁଦାନ । ୫୯୯୩ କୋଟି ସହ ରେଳ ବଜେଟରେ ଏଯାବତ ସର୍ବାଧିକ ଅନୁଦାନ ପାଇଛି ଓଡ଼ିଶା । ଅନ୍ତରୀଣ ବଜେଟ ସମୟରେ ଅନୁଦାନ ୫୯୪୦ କୋଟି ଥିବା ବେଳେ ଏଥର ପୂର୍ଣ୍ଣାଙ୍ଗ ବଜେଟରେ କିନ୍ତୁ ଅଧିକ ହୋଇଛି କେନ୍ଦ୍ର ଅନୁଦାନ । ମୋଟ ୯ଟି ନୂଆ ରେଳ ଲାଇନ ସହ ୧୪ଟି ରେଳପଥର ଦୋହରୀକରଣ କରାଯିବ ।

{"id":132343}

ତେବେ ଝାରସୁଗୁଡ଼ା-ବରପାଲି ନୂଆ ରେଳ ଲାଇନ ପାଇଁ ସର୍ବାଧିକ ୧୪୦୦ କୋଟି ଟଙ୍କା ବ୍ୟୟ ହେବ । ସହଭାଗିତା ଭିତ୍ତିରେ ଏହି ପ୍ରକଳ୍ପ ତିଆରି ହେବ । ସେହିପରି ହରିଦାସପୁର-ପାରଦୀପ ପାଇଁ ୪୦୦ କୋଟି, ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ୩୫୦ କୋଟି ଓ ଅନୁଗୁଳ-ସୁକିନ୍ଦା ଲାଇନ ପାଇଁ ୨୫୦ କୋଟିର ବ୍ୟୟ ବରାଦ କରାଯାଇଛି । ତାଳଚେର-ବିମଳଗଡ଼ ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଓ ଜୟପୁର ନବରଙ୍ଗପୁର ନୂଆ ଲାଇନ ପାଇଁ ୧୦ କୋଟିର ଅନୁଦାନ ମିଳିଛି । ତାଳେଚର - ଅନୁଗୁଳ ଲାଇନ ପାଇଁ ୧୦ ଲକ୍ଷ ଓ ଥେରୁବାଲି ପର୍ଯ୍ୟନ୍ତ ନୌପଡ଼ା-ଗୁଣପୁର ବ୍ରଡ ଗେଜ୍ ଲାଇନ୍ ପାଇଁ ମଧ୍ୟ ୧୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ।

{"id":132344}

ସେହିପରି ଯେଉଁ ୧୪ଟି ଲାଇନର ଦୋହରୀକରଣ ପାଇଁ ନିଷ୍ପତ୍ତି ନିଆଯାଇଛି, ସେଗୁଡ଼ିକ ମଧ୍ୟରୁ ବିଜୟନଗରମ୍ – ସମ୍ବଲପୁର ତୃତୀୟ ଲାଇନ ପାଇଁ ସର୍ବାଧିକ ୩୫୦ କୋଟି ଟଙ୍କା ବ୍ୟୟ କରାଯିବ । ସମ୍ବଲପୁର-ତାଳେଚର ରେଳ ଲାଇନର ଦୋହରୀକରଣ ପାଇଁ ୨୪୯ କୋଟି, ବୁଢାପଙ୍କ-ଶାଳଗାଁ ତୃତୀୟ ଓ ଚତୁର୍ଥ ଲାଇନ ପାଇଁ ୨୧୦ କୋଟି ଟଙ୍କା ଓ କୋରାପୁଟ-ସିଙ୍ଗାପୁର ରୋଡ୍ ରେଳ ଲାଇନର ଦୋହରୀକରଣ ପାଇଁ ୨୦୫ କୋଟିର ବ୍ୟୟ ବରାଦ କରାଯାଇଛି ।

{"id":132345}

ସମ୍ବଲପୁର-ଟିଟଲାଗଡ଼ ଲାଇନର ଡବଲିଂ ପାଇଁ ୧୭୦ କୋଟି ଓ ଝାରପଡ଼ା-ବୁଢାପଙ୍କ  ତୃତୀୟ ଓ ଚତୁର୍ଥ ଲାଇନ ପାଇଁ ଖର୍ଚ୍ଚ ହେବ ୧୧୯ କୋଟି ୮୭ ଲକ୍ଷ ଟଙ୍କା । ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୮୬ କୋଟି ଓ ବାଂଶପାଣି-ଜଖପୁରା ଲାଇନ ପାଇଁ ୮୫ କୋଟିର ବ୍ୟୟ ବରାଦ ହୋଇଛି । ଭୁବନେଶ୍ବରରେ ୨ଟି ସ୍ବୟଂଚାଳିତ ରେଳବଗି ଧୁଆ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହେବ ।

{"id":132346}

ଗତ କିଛି ବର୍ଷ ଧରି ଓଡ଼ିଶାକୁ ରେଳ  ବଜେଟରେ ବଡ଼ ଅନୁଦାନ ମିଳିଥିଲେ ମଧ୍ୟ ଏହାର ସିଂହଭାଗ କିନ୍ତୁ ଖର୍ଚ୍ଚ ନହୋଇ ଫେରିଯିବାର ନଜିର ରହିଛି। ତେଣୁ ଏହି ଘୋଷଣା କେବଳ ଘୋଷଣାରେ ରହିବ ନା ବର୍ଷକ ଭିତରେ କାର୍ଯ୍ୟରେ ଆସିବ ତାହା ବି ଦେଖିବାର କଥା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.