ରାଜଧାନୀରେ ଯନ୍ତାରେ ପଡିଲା ବାଘ ; କଲରାପତରିଆକୁ ନନ୍ଦନକାନନ ସ୍ଥାନାନ୍ତର

Published By : Prameya-News7 Bureau | February 20, 2019 IST

ଭୁବନେଶ୍ବର ୨୦|୨:  ଧରାପଡିଲା କଲରାପତରିଆ ବାଘ । ବନବିଭାଗ ବସାଇଥିବା ଯନ୍ତାରେ ଧରାପଡିଲା ବାଘ । କୁକୁଡା ଖାଇବାକୁ ଆସି ଯନ୍ତାରେ ପଡିଲା ବାଘ । ବିମାନବନ୍ଦର କାର୍ଗୋ ଗେଟ୍ ପାଖରେ ବସାଯାଇଥିବା ଯନ୍ତାରେ ପଡିଲା ବାଘ । ବାଘକୁ ଧରିବାକୁ ବନ ବିଭାଗର ତିନୋଟି ଟିମ୍ ଚଳାଇଥିଲେ ଅପରେସନ । ଦୁଇ ଦିନ ଧରି ରାଜଧାନୀରେ ବୁଲୁଥିଲା କଲରାପତରିଆ ବାଘ । ବାଘକୁ ନେଇ ପଳାସପଲ୍ଲୀ ଅଞ୍ଚଳର ଲୋକେ ଆତଙ୍କିତ ଥିଲେ । ବାଘ ଧରିବା ପାଇଁ  ଗତକାଲି ସକାଳେ ଦେଢଘଣ୍ଟା ଅପରେସନ କରିଥିଲା ବନ ବିଭାଗ। ହେଲେ ସଫଳ ହୋଇନଥିଲା। ପୁଣି ସନ୍ଧ୍ୟା ୫ଟା ୩୦ରେ ମିଶନ ବାଘ ଅପରେସନ ଆରମ୍ଭ ହୋଇଥିଲା। ବିଭିନ୍ନ ଜାଗାରେ ୫ଟି ଯନ୍ତା ବସାଯାଇଥିଲା। ଲାଇଫ୍ ବେଟିଂରେ ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ବେଳକୁ ବାଘ ଯନ୍ତାରେ ପଡିଥିଲା। ଏବେ ବାଘକୁ ନନ୍ଦନକାନନକୁ ନିଆଯାଇଛି।

{"id":86958}

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଏୟାରପୋର୍ଟ ପାଖାପାଖି ଅଂଚଳରେ କଲରାପତରିଆ ବାଘ ବୁଲୁଥିବାର ଦେଖିବାକୁ ମିଳିଥିଲା | ସିସିଟିଭିରେ କଏଦ ହୋଇଥିଲା ବାଘର ଗତିବିଧି । ସର୍ଚ୍ଚ ଅପରେସନ ଜାରି ରଖିଥିଲେ ନନ୍ଦନକାନନ ଏବଂ ବନ ବିଭାଗ ଟିମ୍ । ବାଘକୁ ଧରିବା ପାଇଁ ନନ୍ଦନକାନନର ୮ ଜଣିଆ ଟିମ୍ ନିୟୋଜିତ ହୋଇଥିଲେ । ବାଘକୁ ନେଇ ସ୍ଥାନୀୟ ଅଂଚଳର ଲୋକ ଭୟଭୀତ ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.