Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

‘ଫୋନି’ର ଫୁତ୍କାରରେ ଲକ୍ଷ୍ମୀ ଟକିଜ୍ ଧ୍ବଂସ ସ୍ତୁପ, ସହାୟତା ନମିଳିଲେ ମାଟିରେ ମିଶିଯିବ ଓଡିଆ ଫିଲ୍ମର ପ୍ରଥମ ସ୍ମାରକୀ

1/06/2019 at 1:19 PM

ପୂରୀ ୧/୬ : ସାମୁଦ୍ରିକ ଝଡ ‘ଫୋନି’ରେ କ୍ଷତିଗ୍ରସ୍ତ ହୋଇଛି ପୁରୀର ପର୍ଯ୍ୟଟନ କ୍ଷେତ୍ର ଓ ସିନେମା ଶିଳ୍ପ । ଏ କ୍ଷୟ କ୍ଷତିରୁ ବାଦ ପଡିନି ଓଡିଶାର ପ୍ରଥମ ସିନେମା ହଲ୍ ଭାବେ ଇତିହାସ ସୃଷ୍ଟି କରିଥିବା ‘ ଲକ୍ଷ୍ମୀ ଟକିଜ୍’ । ଲକ୍ଷ୍ମୀ ଟକିଜରେ ପ୍ରଦର୍ଶିତ ହୋଇଥିଲା ପ୍ରଥମ ଓଡିଆ ସିନେମା ସୀତା ବିବାହ ।

୧୯୨୦ ମସିହା ବେଳକୁ ପୁରୀରେ ଭ୍ରାମ୍ୟମାଣ କମ୍ପାନୀ ଦ୍ବାରା ସିନେମା ପ୍ରଦର୍ଶିତ ହେଉଥିଲା । ଏହି କମ୍ପାନୀଙ୍କ ଭିତରୁ ସବୁଠୁ ସ୍ମରଣୀୟ ଥିଲା ‘ ଚାମୋରିଆ’ । ଭୀମସେନ୍ ମିଶ୍ର ଓ ମଙ୍ଗୁର ମଠର ମ୍ୟାନେଜର ପାଣ୍ଡେ ସିନେମା ପ୍ରଦର୍ଶନ ପାଇଁ ପୁରୀ ସହରରେ ପ୍ରଥମେ ନିର୍ମାଣ କରିଥିଲେ ଥିଏଟର । ୧୯୩୨ ମସିହାରେ   ରାମଚଣ୍ଡୀ ସାହିରେ ନିର୍ମାଣ ହୋଇଥିବା ଏହି  ଥିଏଟର ଟିର ନାଁ ଥିଲା ‘ ଲକ୍ଷ୍ମୀ ଟକିଜ୍’ ।

‘ ଚଣ୍ଡୀଦାସ’  ‘ ଦକ୍ଷଯଜ୍ଞ’ ପରି ବଙ୍ଗଳା ଓ ତାମିଲ୍ ସିନେମା ପ୍ରଦର୍ଶିତ ହୋଇଥିବା ଏହି ଥିଏଟରରେ ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ ସୀତା ବିବାହ’  ଲୋକାର୍ପଣ ହୋଇଥିଲା ୨୮ ଏପ୍ରିଲ ୧୯୩୬ମସିହାରେ । ଓଡିଶା ସିନେମା ଶିଳ୍ପରେ ସବୁଜ ଜାଗରଣ ସୃଷ୍ଟି କରିଥିବା ଏହି ସର୍ବ ପୁରାତନ ସିନେମା ହଲଟି ବର୍ତ୍ତମାନ ଧ୍ବଂସ ସ୍ତୁପ । ଭୟଙ୍କର ସାମୁଦ୍ରିକ ଝଡ ଫୋନି ମାଡରେ ଭାଙ୍ଗି ଯାଇଛି ସିନେମା ହଲର ଆଜବେଷ୍ଟ ଛାତ, କାନ୍ଥ  ଓ ମୁଖ୍ୟ ଦ୍ବାର ।

 ସିନେମା ପ୍ରଦର୍ଶନ ପାଇଁ  ସ୍କ୍ରିନ୍ ଓ ଯନ୍ତ୍ରାଂଶ  ପାଣି, ବାଲି ଓ ପବନ ମାଡରେ ନଷ୍ଟ ହୋଇ ଯାଇଛି । ଏକ ସଙ୍ଗେ ଛ’ଶହ ଦର୍ଶକ ବସି ଦେଖି ପାରୁଥିବା ଚୌକି ସବୁ ଭାଙ୍ଗି ଯାଇଛି । ଦୁଶ ଶ’ହ ଦର୍ଶକଙ୍କ ପାଇଁ ତିଆରି ହୋଇଥିବା ବାଲକୋନୀ ମଧ୍ୟ  । ପ୍ରାଥମିକ ଆକଳନରୁ ପାଖା ପାଖି ସତୁରୀ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ଅନୁମାନ କରା ଯାଉଛି ।

ହେଲେ ଏହାର ରକ୍ଷାଣାବେକ୍ଷଣ ଦାୟିତ୍ବରେ ଥିବା ବ୍ୟକ୍ତିମାନେ ଲକ୍ଷ୍ମୀ ଟକିଜର ପୁନରୁଦ୍ଧାର କରିବା ପାଇଁ ଅକ୍ଷମ । ଓଡିଆ ଫିଲ୍ମର ପ୍ରଥମ ସ୍ମାରକୀ ଭାବେ ଲକ୍ଷ୍ମୀ ଟକିଜର ପୁନରୁଦ୍ଧାର ଜରୁରୀ . ସନେମା ସହ ଜଡିତ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଏବଂ ସରକାରୀ ସହାୟତା ମିଳିଲେ ଏହି ସ୍ମାରକୀ ସଂରକ୍ଷିତ ହୋଇପାରନ୍ତା ।

   Related Posts