ପଶ୍ଚିମବଙ୍ଗରେ ଓଡିଶା ଅଗ୍ନିଶମ ଟିମ୍ଙ୍କ ପୁନଃ ଥଇଥାନ କାର୍ଯ୍ୟ: ୧୦ଘଣ୍ଟାର ସଫା କଲେ ୨୨ ରାସ୍ତା , କାଟିଲେ ୩ ହଜାର ଗଛ
26/05/2020 at 2:05 PM

ଭୁବନେଶ୍ୱର ୨୬।୦୫: ସାମୁଦ୍ରିକ ଝଡ ‘ଅମ୍ଫାନ୍’ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିଲା । ପଶ୍ଚିମବଙ୍ଗର ୧୦ଟି ପ୍ରମୁଖ ଅଞ୍ଚଳକୁ ଛାରଖାର କରି ଦେଇଥିଲା । ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶା ସରକାର ସେଠାକୁ ଓଡ୍ରାଫ୍ର ୧୦ଟି ଟିମ୍ ଓ ୩ ଶହ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ପଠାଇଥିଲେ । ଏହି କର୍ମଚାରୀମାନେ ବାତ୍ୟା ହେବାର ଦ୍ୱିତୀୟ ଦିନରେ ୧୦ ଘଣ୍ଟାରେ ମଧ୍ୟରେ ୩ ହଜାରରୁ ଅଧିକ ଗଛ କାଟିବା ସହ ୨୨ ଟି ରାସ୍ତା ସଫା କରିଛନ୍ତି । ଏହି ୨୨ ଟି ରାସ୍ତାରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡ଼ି ସମ୍ପୂର୍ଣ୍ଣ ରାସ୍ତା ବନ୍ଦ ହୋଇ ରହିଥିଲା । ସେ ସବୁ ଅଗ୍ନିଶମ କର୍ମଚାରୀମାନେ ସଫା କରିଛନ୍ତି । ଓଡ଼ିଶା ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ର ଏଭଳି କାର୍ଯ୍ୟ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଏହାର ପ୍ରଶଂସା କରିଛନ୍ତି । ଅଗ୍ନିଶମ ଓ ଓଡ୍ରାଫ୍ କର୍ମଚାରୀଙ୍କ ପାଇଁ ଆଜି ଓଡ଼ିଶା ଗର୍ବିତ ବୋଲି ଟୁଇଟ୍ରେ ଉଲ୍ଳେଖ କରିଛନ୍ତି ।
Heartening to see @odishafire & ODRAF teams relentlessly working in tandem with #WestBengal officials to restore road connectivity in the #CycloneAmphan ravaged areas. Appreciate their commitment during this unprecedented crisis. Odisha is proud of you. #OdishaCares pic.twitter.com/vfHShNF5P6
— Naveen Patnaik (@Naveen_Odisha) May 25, 2020
ସୋମବାର ସକାଳ ୬ ଟାରୁ ୧୦ ଜଣିଆ ଟିମ୍ ପହଞ୍ଚି ଥିଲା କୋଲକତା ବି.ଟି ରୋଡ୍ରେ । ଏଠାରେ ୪୫ ଟି ଗଛ ଓ ୨୦ ଟି ବିଦ୍ୟୁତ ଖୁଣ୍ଟି ମରାମତି କରିଥିଲେ । ହାୱଡା ସିଟି ପୁଲିସ୍ ଥାନା ଅଞ୍ଚଳର ୬ଟି ସ୍ଥାନରେ ଲୋକଙ୍କ ଘର ଉପରେ ଗଛ ପଡିଥିଲା । ସେଗୁଡ଼ିକୁ ଅତି ସତର୍କତାର ସହ ସଫା କରିଥିଲେ । ଓଡ଼ିଶା ଅଗ୍ନିଶମ କର୍ମଚାରୀଙ୍କ ଏଭଳି କାର୍ଯ୍ୟ ଦେଖି ହାୱଡା ପୁଲିସ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ।
#OdishaDisasterManagement team is working in different areas of #HowrahPoliceCommissionerate clearing uprooted trees under the direct supervision of #HowrahCityPolice to ensure road clearance and public safety.#WeCareWeDare #COVIDWarriors #OperationCOVIDZero #StaySafeStayHome pic.twitter.com/ci6LOAklwl
— Howrah City Police (@hwhcitypolice) May 25, 2020
ଏନେଇ ହାୱଡା ସିଟି ପୁଲିସ୍ ଟୁଇଟ୍ କରି ଓଡ଼ିଶା ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଶଂସା କରିଛି । ଖାଲି ପୁଲିସ୍ ନୁହେଁ କୋଲକାତାର ଯୁବ ନେତା ଅମିତ ଅଗ୍ରୱାଲ୍ ଟୁଇଟ୍ କରି କହିଛନ୍ତି, ହାତରେ ମେସିନ୍ ଧରିଲେ ଗୋଟିଏ ଦିନରେ ଜଣେ ବ୍ୟକ୍ତି ଶହ ଶହ ଗଛ କାଟି ଦେବ । ହେଲେ ଓଡ଼ିଶା ଅଗ୍ନିଶମ କର୍ମଚାରୀମାନେ ଗଛ କାଟିବା ସହ ଯେମିତି ରାସ୍ତା ସଫା କରୁଛନ୍ତି ତାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଏହି କାମକୁ ଆମ ପଶ୍ଚିମବଙ୍ଗ ଅଗ୍ନିଶମ କର୍ମଚାରୀଙ୍କୁ ମାସ ମାସ ଲାଗିଥାନ୍ତା । ସେମାନଙ୍କ କାମ ଦେଖି ପଶ୍ଚିମବଙ୍ଗ ଅଗ୍ନିଶମ କର୍ମଚାରୀମାନେ କିଛି ଶିକ୍ଷା କରିବା ଦରକାର ବୋଲି ସେ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି ।