ମେଘାଳୟ କୋଇଲା ଖଣିରେ ୧୫ ଦିନ ହେଲା ଫସି ରହିଛନ୍ତି ଶ୍ରମିକ ; ଉଦ୍ଧାର ପାଇଁ ଓଡିଶାରୁ ଗଲେ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | December 28, 2018 IST

ଭୁବନେଶ୍ବର ୨୮|୧୨: ମେଘାଳୟ କୋଇଲା ଖଣିରେ ୧୫ ଦିନ ହେଲା ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଓଡିଶାରୁ ଗଲେ ଅଗ୍ନିଶମ କର୍ମଚାରୀ  । ଉଦ୍ଧାର କାମରେ ସହାୟତା କରିବା ଲାଗି ମେଘାଳୟ ସରକାର ଓଡିଶାକୁ ଅନୁରୋଧ କରିବା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହି ଟିମରେ ୨୧ ଜଣ ଅଛନ୍ତି । ଏମାନେ ଉନ୍ନତ ଯନ୍ତ୍ରପାତି ଓ ୧୫ଟି ହାଇ ପ୍ରେସର ପମ୍ପ ସହ ଏକ ସ୍ବତନ୍ତ୍ର ବିମାନ ଯୋଗେ ମେଘାଳୟ ଅଭିମୁଖେ ବାହାରିଛନ୍ତି। ଚିଫ୍ ଫାୟାର୍ ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ବରେ ଯାଉଥିବା ଏହି ଟିମରେ ସମସ୍ତ ବଛାବଛା ଦକ୍ଷ କର୍ମଚାରୀମାନଙ୍କୁ ସାମିଲ୍ କରାଯାଇଥିବା ଫାୟାର୍ ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି।

{"id":67939}

ଡିସେମ୍ବର ୧୩ରେ ଏହି ଦୁର୍ଘଟଣା ହୋଇଥିଲା । ବେଆଇନ୍ ଭାବେ ଚାଲୁଥିବା କୋଇଲା ଖଣି ଦୁର୍ଘଟଣାରେ ଗତ ୧୩ ତାରିଖରୁ ଫଶିଛନ୍ତି ୧୫ ଜଣ ଶ୍ରମିକ । ମେଘାଳୟ ପୂର୍ବ ଜୟନ୍ତିଆ ପର୍ବତ ନିକଟ ସାଇପୁଙ୍ଗ୍ ଅଞ୍ଚଳର ସାନ୍ ରେ ଏହି ବେଆଇନ୍ କୋଇଲା ଖଣି ଚାଲୁଥିଲା। ୨୦୧୪ ମସିହାରୁ ନାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍ ବେଆଇନ ଘୋଷଣା କରିବା ସତ୍ବେ ଏହି ଖଣି ଚୋରାରେ ଚାଲିଥିଲା। ଗତ ୧୩ ତାରିଖରେ ହଠାତ୍ ଖଣି ଭୁଶୁଡ଼ି ପଡ଼ିବାରୁ ପାଖ ନଦୀର ଜଳ ଖଣି ଭିତରକୁ ପଶି ଯାଇଥିଲା। ଫଳରେ ଖଣି ଭିତରେ କାମ କରୁଥିବା ସମସ୍ତ ୧୫ ଜଣ ଶ୍ରମିକ ଭିତରେ ରହି ଯାଇଥିଲେ। ଖଣିର ଗଭୀରତା ପ୍ରାୟ ୩୫୦ ଫୁଟ୍ ଓ ଭିତରେ ପ୍ରାୟ ୭୦ ଫୁଟ୍ ପାଣି ରହିଥିବା  ଆକଳନ କରାଯାଉଛି।  ମେଘାଳୟ ଅଗ୍ନିଶମ ବାହିନୀ, ଏନଡିଆରଏଫ୍ ଟିମ୍ ସେମାନଙ୍କୁ ଉଦ୍ଧାର କରିବାକୁ ନିୟୋଜିତ ହୋଇଥିଲା। କିନ୍ତୁ ଖଣି ଭିତରୁ ପାଣି ବାହାର କରିବାକୁ ଲାଗିଥିବା ୨ଟି ପମ୍ପ୍ ଅଚଳ ହୋଇପଡ଼ିବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି।

{"id":67940}

ତେଣୁ ମେଘାଳୟ ସରକାରଙ୍କ ଅନୁରୋଧ କ୍ରମେ ଓଡ଼ିଶା ଟିମ୍ ଏହି ଉଦ୍ଧାର କାମ ପାଇଁ ପ୍ରସ୍ତୁତ ହୋଇଛି।  ଏ ଭିତରେ ୨ ସପ୍ତାହ ବିତି ସାରିଥିବାରୁ ଖଣି ଭିତରେ ଫସି ରହିଥିବା ଶ୍ରମିକ ଜୀବିତ ଥିବା ଅସମ୍ଭବ ମନେ ହେଉଛି। ତେବେ ପାଣି ଉପରକୁ ମାତ୍ର ୩ଟି ହେଲମେଟ୍ ଆସିଥିବା ବେଳେ କୌଣସି ମୃତଦେହ ଆସି ନଥିବାରୁ ସେମାନେ ଭିତରେ ବଞ୍ଚିଥିବା ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.