ମେଘାଳୟ କୋଇଲା ଖଣିରେ ଫଶି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟରେ ଆଜିଠୁ ସହାୟତା କରିବ ଓଡିଶା ଅଗ୍ନିଶମ ବାହିନୀ

Published By : Prameya-News7 Bureau | December 29, 2018 IST

ସିଲଂ ୨୯|୧୨:  ମେଘାଳୟ କୋଇଲା ଖଣିରେ ଫଶି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କାମରେ ଆଜିଠୁ ସହାୟତା କରିବ ଓଡିଶା ଅଗ୍ନିଶମ ବାହିନୀ । ଏହି ଟିମରେ ୨୧ ଜଣ ଅଛନ୍ତି । ଏମାନେ ଉଦ୍ଧାର ପାଇଁ ଉନ୍ନତ ଯନ୍ତ୍ରପାତି ଓ ୧୫ଟି ହାଇ ପ୍ରେସର ପମ୍ପ ସହ ଯାଇଛନ୍ତି । ଚିଫ୍ ଫାୟାର୍ ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ବରେ ଯାଉଥିବା ଏହି ଟିମରେ ସମସ୍ତ ବଛାବଛା ଦକ୍ଷ କର୍ମଚାରୀଙ୍କୁ ସାମିଲ୍ କରାଯାଇଛି । ଉଦ୍ଧାର କାମରେ ସହାୟତା କରିବା ଲାଗି ମେଘାଳୟ ସରକାର ଓଡିଶାକୁ ଅନୁରୋଧ କରିବା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।

{"id":68280}

କେ।ଇଲା ଖଣି ଦୁର୍ଘଟଣାରେ ଗତ ୧୩ ତାରିଖରୁ ଫଶିଛନ୍ତି ୧୫ ଜଣ ଶ୍ରମିକ । ମେଘାଳୟ ପୂର୍ବ ଜୟନ୍ତିଆ ପର୍ବତ ନିକଟ ସାଇପୁଙ୍ଗ୍ ଅଞ୍ଚଳରେ ଏହି ବେଆଇନ୍ କେ।ଇଲା ଖଣି ଚାଲୁଥିଲା। ୨୦୧୪ ମସିହାରୁ ନାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ୍ ବେଆଇନ ଘେ।ଷଣା କରିବା ସତ୍ବେ ଏହି ଖଣି ଚେ।ରାରେ ଚାଲିଥିଲା। ଗତ ୧୩ ତାରିଖରେ ହଠାତ୍ ଖଣି ଭୁଶୁଡ଼ି ପଡ଼ିବାରୁ ପାଖ ନଦୀର ଜଳ ଖଣି ଭିତରକୁ ପଶି ଯାଇଥିଲା। ଫଳରେ ଖଣି ଭିତରେ କାମ କରୁଥିବା ସମସ୍ତ ୧୫ ଜଣ ଶ୍ରମିକ ଭିତରେ ରହି ଯାଇଥିଲେ। ଖଣିର ଗଭୀରତା ପ୍ରାୟ ୩୫୦ ଫୁଟ୍ ଓ ଭିତରେ ପ୍ରାୟ ୭୦ ଫୁଟ୍ ପାଣି ରହିଥିବା  ଆକଳନ କରାଯାଉଛି । ମେଘାଳୟ ଅଗ୍ନିଶମ ବାହିନୀ, ଏନଡିଆରଏଫ୍ ଟିମ୍ ସେମାନଙ୍କୁ ଉଦ୍ଧାର କରିବାକୁ ନିୟେ।ଜିତ ହେ।ଇଥିଲା । କିନ୍ତୁ ଖଣି ଭିତରୁ ପାଣି ବାହାର କରିବାକୁ ଲାଗିଥିବା ୨ଟି ପମ୍ପ ଅଚଳ ହେ।ଇପଡ଼ିବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହେ।ଇଛି। ତେଣୁ ମେଘାଳୟ ସରକାରଙ୍କ ଅନୁରେ।ଧ କ୍ରମେ ଓଡ଼ିଶା ଟିମ୍ ଏହି ଉଦ୍ଧାର କାମ ପାଇଁ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.