ଆସନ୍ତାକାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | March 07, 2019 IST

ଭୁବନେଶ୍ବର ୭|୩ : ଆସନ୍ତାକାଲିଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୫ହଜାର ଅଗ୍ନିଶମ କର୍ମଚାରୀ । ବିଭିନ୍ନ ଦାବି ନେଇ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ସରକରା ବାରମ୍ବାର ସେମାନଙ୍କୁ  ପତିଶ୍ରୁତି ଦେଇ ଦାବି ପୂରଣ କରୁନଥିବା ସଂଘ ଅଭିଯୋଗ କରିଛି । ୨୦୧୮ସେପ୍ଟେମ୍ବରରେ ଆନ୍ଦୋଳ କରିଥିବା  ଅଗ୍ନିଶମ କର୍ମଚାରୀଙ୍କ ବିଭିନ୍ନ  ସମସ୍ୟା ସମାଧାନ ନେଇ ସରାକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାଏ ତାହା ପୂରଣ କରିନାହାନ୍ତି  । ଆଲୋଚନାକୁ ୫ମାସ ବିତିଯାଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନଥିବା କର୍ମଚାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ଓଡ଼ିଶା ପୁଲିସ୍ ଭଳି ସମାନ ଦରମା ଓ ଭତ୍ତା ପ୍ରଦାନ, ଅଗ୍ନିଶମ ବିଭାଗରେ ଠିକା ନିଯୁକ୍ତି ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ, ଫାୟାରମ୍ୟାନ ଓ ହାବିଲଦାର ସଂଘର ପଞ୍ଜିକରଣ କରିବା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ କରିବା ଦାବି ନେଇ କର୍ମଚାରୀମାନେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାର ସମାଧାନ ପାଇଁ ଆନ୍ତରିକତା ଦେଖାଉ ନଥିବାରୁ ସେମାନେ ପୁଣି ଥରେ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି । ଏହି ସମୟ ମଧ୍ୟରେ ଯଦି କେଉଁଠାରେ କିଛି ଅଘଟଣ ଘଟେ କିମ୍ବା ଧନଜୀବନ ନଷ୍ଟ ହୁଏ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସେମାନେ ଚେତାବାନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.