ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଶଶୀ ଭୂଷଣ ବେହେରା କହିଲେ କେନ୍ଦ୍ର ସରକାର କେବଳ ନିର୍ବାଚନ ପାଣ୍ଠି ସଂଗ୍ରହରେ ଲାଗିଛନ୍ତି

Published By : Prameya-News7 Bureau | October 21, 2018 IST

ଭୁବନେଶ୍ୱର ୨୧/୧୦ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା | ତାଙ୍କ ପ୍ରତିକ୍ରିୟାରେ ସେ କହିଛନ୍ତି ଭୁଲ ତୈଳ ନୀତି ପାଇଁ ଆଜି ଏ ଅବସ୍ଥା | ତୈଳ କମ୍ପାନୀ ଉପରେ କୌଣସି ନିୟନ୍ତ୍ରଣ ନାହିଁ | ତୈଳ କମ୍ପାନୀ ନିକଟରେ ସାଲିସ କରିଛନ୍ତି କେନ୍ଦ୍ର ସରକାର | ତୈଳ ଦର ଅଢେଇ ଟଙ୍କା କମାଇବା କୁହେଳିକା ମାତ୍ର ବୋଲି ସେ କହିଛନ୍ତି | ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି | ସାଧାରଣ ଲୋକଙ୍କ କଥା ଭୁଲି କେନ୍ଦ୍ର ସରକାର କେବଳ ନିର୍ବାଚନ ପାଣ୍ଠି ସଂଗ୍ରହରେ ଲାଗିଛନ୍ତି ବୋଲି କହି ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.