କରୋନା ସଂକ୍ରମଣ ବଢୁଛି କିନ୍ତୁ ସୁସ୍ଥ ହାର ବଡ ଆଶ୍ୱସ୍ତି: ସରକାରଙ୍କ ମୁକାବିଲା ପଦକ୍ଷେପ ଉପରେ ଭରସା ବେଶୀ, ଡାକ୍ତର-ନର୍ସଙ୍କୁ ପ୍ରଶଂସା କଲେ ଆରୋଗ୍ୟ ବ୍ୟକ୍ତି

Published By : Prameya-News7 Bureau | July 28, 2020 IST

ଭୁବନେଶ୍ୱର, ୨୮|୦୭:  ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢିଚାଲିଛି । ଏହା ସତ୍ତ୍ୱେ ପ୍ରତିଦିନ ସୁସ୍ଥ ହାର ମଧ୍ୟ ବଢୁଛି । ଅର୍ଥାତ କରୋନା ଆକ୍ରାନ୍ତ ସଂଖ୍ୟା ବଢିବା ସହ ସୁସ୍ଥ ହାର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତ ହାର ଜାତୀୟ ହାରଠୁ ଅଧିକ ରହିଛି । ତେବେ ସୁସ୍ଥ ହେବା ପରେ ଆକ୍ରାନ୍ତମାନେ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । କରୋନା ମୁକାବିଲା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସାବାସୀ ଦେଇଛନ୍ତି ।

ତେବେ ଦେଖିବାକୁ ମିଳୁଛି ଯେ, କରୋନା ବିରୋଧରେ ଜାରି ରହିଥିବା ଏହି ଲଢେଇ ଏବେ ଜୋରଦାର ରହିଛି । ମିଳିତ ଭାବେ ରାଜ୍ୟବାସୀ କରୋନା ମୁକାବିଲା କରୁଛନ୍ତି । ପିଲାଠାରୁ ବୟସ୍କ ସମସ୍ତେ ଏହି ଲଢେଇରେ ସାମିଲ ହୋଇଛନ୍ତି । ଏପରିକି ସଂକ୍ରମିତ ହୋଇଥିବା ବୟସ୍କ ଓ ବୟସ୍କାମାନେ ଏହି ମାରାତ୍ମକ ଭାଇରସକୁ ମାତ୍ ଦେଇଛନ୍ତି । ଏହାସହ ସୁସ୍ଥ ହେବା ପରେ ସେମାନେ ଡାକ୍ତର, ନର୍ସ ଏପରିକି ରାଜ୍ୟ ସରକାରଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି । ରାଜ୍ୟ ସରକାର ଯେପରି ଭାବେ କରୋନା ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି, ମେଡିକାଲର ବ୍ୟବସ୍ଥା କରିଛନ୍ତି ତାହା ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛି ।

ସୁସ୍ଥ ହୋଇଥିବା ଆକ୍ରାନ୍ତ ଏବେ ନିଜର ଭିଡିଓ କରିବା ସହ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରୁଛନ୍ତି । ଯେଉଁଥତିରେ ସେମାନେ ବ୍ୟବସ୍ଥା ଓ ସରକାରଙ୍କୁ ପ୍ରଶଂସା କରୁଛନ୍ତି । ଆରୋଗ୍ୟ ଲାଭ କରିଥିବା ଜଣେ କୁନି ଝିଅ କହିଛି ଯେ, କୋଭିଡ ହସ୍ପିଟାଲରେ ସବୁ ବ୍ୟବସ୍ଥା ଠିକ ଥିଲା । ଏଠାରେ ଆକ୍ରାନ୍ତଙ୍କ  ଯତ୍ନ ଠିକ୍ ଭାବେ ନିଆଯାଉଥିଲା । ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ ଭଲ ଥିଲା ।

ସେହପିରି କରୋନା ଲଢେଇରେ ବିଜୟୀ ହୋଇଥିବା କିଛି ଆକ୍ରାନ୍ତ କହିଛନ୍ତି ଯେ, ଜଳଖିଆଠାରୁ ଆରମ୍ଭ କରି ରାତ୍ର ଭୋଜନ ସବୁ ଠିକସେ ଯୋଗାଇ ଦିଆଯାଉଛି  । କୌଣସି ଅସୁବିଧା ହେଉନାହିଁ । ଡାକ୍ତର ଓ ନର୍ସଙ୍କ ବ୍ୟବହାରକୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ପଦକ୍ଷେପ ସ୍ୱରୂପ ତୁରନ୍ତ ମେଡିକାଲ ପ୍ରତିଷ୍ଠାକୁ ସାବାସୀ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.