Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନା ନିୟନ୍ତ୍ରଣରେ ଆହୁରି ଆଗଉଛି ଓଡିଶା, ୩ ଦିନରେ ସୁସ୍ଥ ହେଲେଣି ୭୦୦୦ରୁ ବେଶୀ ସଂକ୍ରମିତ

25/08/2020 at 9:28 PM

ଭୁବନେଶ୍ୱର, ୨୫|୦୮:  କରୋନା ମୁକାବିଲାରେ ଓଡିଶା ଆଗରେ ରହିଛି । ରାଜ୍ୟରେ ଟେଷ୍ଟିଂ ବୃଦ୍ଧି ପାଇଛି । ଏପରିକି କରୋନା ସଂକ୍ରମଣ ହାର ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶା ଦେଶର ପ୍ରମୁଖ ରାଜ୍ୟ ପାଲଟିଛି। ସଂକ୍ରମଣ ହାର ନିୟନ୍ତ୍ରଣ ହେଉଛି ମୋଟ୍ ଟେଷ୍ଟିଂରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ହାର ନିୟନ୍ତ୍ରଣ କମ୍ ଥିଲେ ଏହାକୁ ଭଲ ବୋଲି ବିବେଚନା କରାଯାଏ ।

ତେବେ କରୋନା ମୁକାବିଲାରେ ରାଜ୍ୟ ପାଇଁ ଆଉ ଏକ ଖୁସି ଖବର ଆସିଛି । ଗତ ୩ ଦିନରେ ରାଜ୍ୟରେ ୭ ହଜାରରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି  । ଆରୋଗ୍ୟ ହାର ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ଏକଦା କରୋନା ହଟସ୍ପଟ୍ ଥିବା ଗଞ୍ଜାମରେ କରୋନା ସ୍ଥିତି ସୁଧୁରୁଛି । ଏଠାରେ ଆରୋଗ୍ୟ ହାର ହେଉଛି ୮୭.୭ ପ୍ରତିଶତ । ଏପରିକି ନୂଆ ପଜିଟିଭ୍ ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

କିଛିଦିନ ହେଲା ଦୈନିକ ପ୍ରାୟ ୫୦ ହଜାରରୁ ଅଧିକ ଟେଷ୍ଟିଂ କରାଯାଉଛି । ଗତ ୧ ସପ୍ତାହ ହେବ କରୋନା ପରୀକ୍ଷା ବଢିଛି । ଏହି ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ଅର୍ଥାତ ଯେଉଁ ପରିମାଣରେ ଟେଷ୍ଟିଂ ହେଉଛି ସେହି ଅନୁସାରେ ସଂକ୍ରମିତ କମ୍ ଚିହ୍ନଟ ହେଉଛନ୍ତି। ଯେଉଁଥିରୁ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପଦକ୍ଷେପ ପ୍ରଭାବୀ ସାବ୍ୟସ୍ତ ହେଉଥିବା ସ୍ପଷ୍ଟ ଭାବେ ଜଣାପଡୁଛି ।

   Related Posts