ପଙ୍ଗପାଳ ପାଇଁ ଭୟଭୀତ ଓଡିଶା ଚାଷୀ, ଝିଣ୍ଟିକାକୁ ଦେଖି ଛାନିଆ : ସେପଟେ ପଶ୍ଚିମା ବାୟୁ ପାଇଁ କୀଟଙ୍କ ଆକ୍ରମଣ ନିଶ୍ଚିତ

Published By : Prameya-News7 Bureau | June 04, 2020 IST

ଭୁବନେଶ୍ୱର ୦୪/୦୬ : ଟଳିନି ପଙ୍ଗପାଳ ବିପଦ।  ପଶ୍ଚିମା ବାୟୁ ବହୁଥିବା ପର୍ଯ୍ୟନ୍ତ ପଙ୍ଗପାଳଙ୍କ ବିପଦ ଓଡିଶା ଉପରୁ ହଟିବନି । ଏବେ ପଙ୍ଗପାଳ ମଧ୍ୟପ୍ରଦେଶରେ । କିନ୍ତୁ  ପଙ୍ଗପାଳ ମୁକାବିଲା ନେଇ ଓଡିଶା ସରକାର ପୂରା ପ୍ରସ୍ତୁତ । ଏପଟେ ରାଜ୍ୟର  ସମୀମାବର୍ତ୍ତୀ ଜିଲ୍ଲାରେ ମାଳମାଳ ଝିଣ୍ଟିକା ଗଛପତ୍ର ଖାଇ ଲଣ୍ଡା କଲେଣି । ଯାହାକୁ ପଙ୍ଗପାଳ ବୋଲି ଭାବି ଚାଷୀ  ଆତଙ୍କିତ । କିନ୍ତୁ ଏଭଳି  ଗୁଜବକୁ ବିଶ୍ବାସ ନକରିବାକୁ ପରାର୍ମଶ ଦେଇଛନ୍ତି କୃଷି ମନ୍ତ୍ରୀ ।…

ଓଡିଶା ପାଇଁ ପଶ୍ଚିମା ବାୟୁ ବିପଦ। ମଧ୍ୟପ୍ରଦେଶରୁ ଓଡିଶା ମୁହାଁ ହୋଇପାରନ୍ତି ପଙ୍ଗପାଳ। କାରଣ ଓଡିଶାରେ ଏବେ ବହୁଛି ପଶ୍ଚିମା ବାୟୁ । ପବନ ଗତି ଯୁଆଡେ ପଙ୍ଗପାଳ ସିଆଡେ । ବର୍ତମାନ ସୁଦ୍ଧା ମୌସୁମୀ ବାୟୁ ଓଡିଶା ଛୁଇନି। ତେଣୁ ପଙ୍ଗପାଳ ଓଡିଶା ଆସିବା ସମ୍ଭାବନା ଏଡାଇ ହେବ ନାହିଁ। ଏପଟେ ଛତିଶଗଡ ସୀମାବର୍ତ୍ତୀ  ଜିଲ୍ଲାଗୁଡିକରେ ଝିଣ୍ଟିକାକୁ ନେଇ ପଙ୍ଗପାଳ ମାଡିଆସିଥିବା ଚାଷୀଙ୍କ ଭିତରେ ଆତଙ୍କ ଖେଳିଲାଣି । କାରଣ ଏଠି ଝିଣ୍ଟିକା ଗଛ ପତ୍ର ଖାଇ ଲଣ୍ଡା କରିସାରିଳେଣି। ଏପଟେ  ଏଭଳି ଗୁଜବ ବିଶ୍ବାସ ନ କରିବାକୁ କୃଷି ମନ୍ତ୍ରୀ  ପରାର୍ମଶ ଦେଇଛନ୍ତି।

{"id":281212,"sizeSlug":"large"}

ପଙ୍ଗପାଳ ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ରାଜ୍ୟକୁ ତିନୋଟି ଜୋନରେ ବିଭକ୍ତ କରିଛନ୍ତି। ହାଇ ରିସ୍କ , ମଡରେଟ ରିସ୍କ ଏବଂ ଲୋ ରିସ୍କ। ହାଇ ଏବଂ ମଡରେଟ ରିସ୍କ ଜିଲ୍ଲାରେ ୯ ଲେଖାଏଁ ଜିଲ୍ଲା ରହିଥିବାବେଳେ ଲୋ ରିସ୍କ ଜିଲ୍ଲାରେ ୧୨ଜିଲ୍ଲା ରହିଛି। ପଙ୍ଗପାଳ ମରିବା ପାଇଁ ଜିଲ୍ଲା ମାନଙ୍କରେ କୀଟନାଶକ ମହଜୁଦ ରଖାଯାଇଛି। ଅଗ୍ନିଶମ କର୍ମଚାରୀମାନେ ମକ ଡ୍ରିଲ କରିସାରିଛନ୍ତି।  ବର୍ତମାନ ପଙ୍ଗପାଳ ଦୁଇଟି ଗ୍ରୁଫରେ ବିଭକ୍ତ ହୋଇ ଦୁର୍ବଳ ହୋଇଯାଇଛନ୍ତି। ମହାରାରଷ୍ଟ୍ରର ୪ଟି ଜିଲ୍ଲାରେ ଏମାନଙ୍କ ଅଧିକ ପ୍ରଭାବ ଅଧିକ ରହିଛି। ସେମାନଙ୍କ ଗତିବିଧି ଉପରେ ଉପରେ କୃଷି ବିଭାଗ ତୀକ୍ଷ୍ଣ ନଜର ରଖିଛି।

କରୋନା କଟକଣା ପାଇଁ ଚାଷୀ ଅମଳ କରିପାରିନଥିଲେ। ବର୍ତମାନ ପରିବା ଚାଷ  କରିଛନ୍ତି। ଏହି ସମସୟରେ ଯଦି ପଙ୍ଗପାଳ ଆସନ୍ତି ତାହେଲେ ଚାଷୀଙ୍କ ପାଇଁ ପୁଣି ବିପଦ ମାଡି ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.