Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

ମାଡି ଆସୁଛି ଫନି : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ରକୁ ଓଡିଶା ମାଗିଲା ୨ଟି ହେଲିକପ୍ଟର

30/04/2019 at 6:10 PM

ଭୁବନେଶ୍ୱର ୩୦/୪ : ଭାରତ ଆଡକୁ ମାଡି ଆସୁଛି ବାତ୍ୟା ଫନି | ଫନି ବର୍ତ୍ତମାନ ଧୀର ଗତିରେ ଗତି କରୁଛି | ଦକ୍ଷିଣରୁ ଆରମ୍ଭ କରି ଦିଲ୍ଲୀ ଯାଏଁ ଏହାର ଭୟାବହତା ଅନୁଭବ କରାଯାଉଛି | ଦୁଇଟି ରାଜ୍ୟ ଉପରେ ଫନିର ବିପଦ ମାଡି ଆସୁଛି |


ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବର୍ତ୍ତମାନ ଫନିର ଗତି ଘଣ୍ଟାକୁ ୨୩ କି:ମି: ରହିଛି | ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଫନି ଭୟଙ୍କର ବାତ୍ୟାର ରୂପା ନେବ |ଫନୀ ଓଡିଶାର ପୁରୀ ନିକଟବର୍ତ୍ତୀ ଉପକୂଳରେ ଲେଣ୍ଡଫଲ କରିବ ଏବଂ ଏଠାରେ ଘଣ୍ଟାକୁ ୧୭୦ କି:ମି ବେଗରେ ପବନ ବହିବ | ପ୍ରବଳ ବର୍ଷା ମଧ୍ୟ ହେବ | ତଳିଆ ଅଂଚଳ ଜଳମଗ୍ନ ହେବାର ଆଶଂକା ରହିଛି |


ବାତ୍ୟା ଫନି ଯୋଗୁଁ ସବୁଠାରୁ ବେଶୀ ବିପଦ ଓଡିଶାକୁ ରହିଛି | ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ ଓ ଆନ୍ଧ୍ରପ୍ରଦେଶକୁ ବିପଦ ରହିଛି ବୋଲି କୁହାଯାଉଥିଲା | କିନ୍ତୁ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ପ୍ରତି ଆଉ ବିପଦ ନାହିଁ | ଏବେ ଏହି ବାତ୍ୟା ଓଡିଶା ମୁହାଁ ହୋଇ ଆଗେଇ ଚାଲିଛି | ଫନି ବର୍ତ୍ତମାନ ଚେନ୍ନାଇରୁ ୭୭୦ କି:ମି ଦୂରରେ ରହିଛି | ଆନ୍ଧ୍ରପ୍ରଦେଶ ତଟ ସୀମାରୁ ୯୦୦ କି:ମି ଦୂରରେ ରହିଛି ଫନି | ପୁରୀଠାରୁ ୮୩୦ କି.ମି ଦୂରରେ ରହିଛି ।


ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ସୂଚନା ଅନୁଯାୟୀ, ବାତ୍ୟା ଫନି ମେ ୩ ତାରିଖରେ ଓଡିଶା ଉପକୂଳରେ ହିଟ କରିବାର ଆଶଙ୍କା ରହିଛି | ଏହା ପୂର୍ବରୁ ମେ ୨ ତାରିଖରେ ଆନ୍ଧ୍ରପ୍ରଦେଶ ଓ ଓଡିଶାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ପଶ୍ଚିମବଙ୍ଗର ଉପକୂଳ ଅଂଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି | ବାତ୍ୟା ଆଶଙ୍କା ନେଇ ଓଡିଶାରେ ହାଇ ଆଲର୍ଟ ଜାରି କରାଯାଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବାତ୍ୟା ଉପରେ ନଜର ରଖି ସଜାଗ ରହିବାକୁ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ନିର୍ଦେଶ ଦେଇଛନ୍ତି | ଗଂଜାମ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଦିଆଯାଇଛି | ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସଚ୍ଚିବାଳୟରେ ଘନ ଘନ ଉଚ୍ଚ ସ୍ତରୀୟ ବୈଠକ ବସୁଛି । ପରିସ୍ଥିତିର ନୁକାବିଲା ପାଇଁ ଓଡିଶା କେନ୍ଦ୍ରରୁ ଦୁଇଟି ହେଲିକପ୍ଟର ମାଗିଛି ।


ଓଡିଶାର ୮୦୦ ରିଲିଫ କେନ୍ଦ୍ର, ୨୦ ଓଡ୍ରାଫ ଟିମ, ୧୨ ଇଂଡିଆରଏଫ ଟିମ, ଅଗ୍ନିଶମ ବାହିନୀଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି | ପଂଚାୟତ ସ୍ଥରରେ ଖାଦ୍ୟ ସାମଗ୍ରୀ ଜମା କରାଯାଉଛି | ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ନିର୍ଦେଶ ଦିଆଯାଇଛି |


ନୌସେନା ଜାହାଜକୁ ସଜାଗ ରଖାଯାଇଛି | ଏନଡିଆରଏଫ ଏବଂ କୋଷ୍ଟ ଗାର୍ଡ କର୍ମଚାରୀ ହାଇ ଆଲର୍ଟରେ ଅଛନ୍ତି | ଯୁଦ୍ଧ ପୋତରେ ଅତିରିକ୍ତ ଡ୍ରାଇଭର, ଡାକ୍ତର, ରବର ଟ୍ୟୁବ ଏବଂ ରିଲିଫ ସାମଗ୍ରୀ ରଖାଯାଇଛି | ଗୃହ ମନ୍ତ୍ରାଳୟ ଓଡିଶା, ଅଣ୍ଡରପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗକୁ ୧୦୮୬ କୋଟି ଟଙ୍କା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ଫଣ୍ଡରୁ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି | ପାଣିପାଗ ବିଭାଗ ପ୍ରତି ୩ ଘଣ୍ଟାରେ ଫନି ସମ୍ବନ୍ଧୀୟ ସୂଚନା ଜାରି କରୁଛି |

   Related Posts