ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ , କେବେ କେଉଁଠି ..ଜାଣନ୍ତୁ

Published By : Prameya-News7 Bureau | March 10, 2019 IST

ଭୁବନେଶ୍ଵର ୧୦/୩- ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବାପରେ ଜାଣନ୍ତୁ କେବେ କେଉଁଠି ରହିଛି ନିର୍ବାଚନ ।

ଏହି ସାଧାରଣ ନିର୍ବାଚନ ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏପ୍ରିଲ୧୧ ତାରିଖରେ କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର,କୋରାପୁଟରେ ଥିବାବେଳେ ଏପ୍ରିଲ ୧୮ ତାରିଖରେ

ବରଗଡ଼,ଆସ୍କା,ବଲାଙ୍ଗିର,କନ୍ଧମାଳ,ସୁନ୍ଦରଗଡ଼ରେ ହେବ ବୋଲି ସ୍ଥିର କରାଯାଇଛି ।

ସେହିପରି ଏପ୍ରିଲ ୨୩ ତାରିଖରେ ସମ୍ବଲପୁର,କେଉଁଝର,ଭୁବନେଶ୍ଵର,କଟକ,ଢ଼େଙ୍କାନାଳ,ପୁରୀରେ ଥିବାବେଳେ ଏପ୍ରିଲ ୨୯ ତାରିଖରେ ବାଲେଶ୍ଵର, ଭଦ୍ରକ, ମୟୁରଭଂଜ,ଜଗତସିଂପୁର,ଯାଜପୁର,କେନ୍ଦ୍ରାପଡ଼ାରେ ଭୋଟ ହେବ ବୋଲି ସ୍ଥିର ହୋଇଛି ।

ଓଡ଼ିଶାରେ ହେବାକୁ ଥିବା ଏହି ନିର୍ବାଚନ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନ ପାଇଁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.